ପାରାଦୀପ ୦୯/୦୧: କୁଜଙ୍ଗ ୧୫ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ରାସ୍ତାକୁଡ଼କୁ ଖସିଲା ଯାତ୍ରୀବାହୀ ଘରୋଇ ବସ୍ ଡଲଫିନ। ପିକନିକ୍ ଭଡ଼ା ସାରି ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା । ବସ୍ ଭିତରୁ ଡ୍ରାଇଭର ଏବଂ ହେଲ୍ପରଙ୍କୁ ଉଦ୍ଧାର କଲେ ସ୍ଥାନୀୟଲୋକେ। ଉଭୟ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।
ସୂଚନା ମୁତାବିକ, ଗୁରୁବାର ଡଲ୍ଫିନ୍ ନାମ ଏକ ଘରୋଇ ବସ୍ ଏକ ପିକନିକ୍ ଭଡ଼ାରେ ଯାଇଥିଲେ । ସେଠାରୁ ଫେରିବା ପରେ ସମସ୍ତ ଯାତ୍ରୀଙ୍କୁ ଛାଡି ବସ୍ଟି ପାରାଦୀପ ଫେରୁଥିଲା । ପରେ ପାରାଦୀପରୁ କଟକ ଯାତ୍ରୀଙ୍କୁ ନେଇ ଯାଇଥାନ୍ତି । ହେଲେ କୁହୁଡ଼ି ହୋଇଥିବାରୁ ଡ୍ରାଇଭର ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଯାଇଥିଲା । ତେବେ ସକାଳ ସମୟ ହୋଇଥିବାରୁ କାହାର କୌଣସି ବଡ଼ଧରଣ କ୍ଷତି ହୋଇନାହିଁ । ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭର ଏବଂ ହେଲ୍ପରଙ୍କୁ ଉଦ୍ଧାର କରିଥିଲେ ।