ପ୍ରମୂଖ ଖବର
  • ଜୁନାଗଡ଼ ; ଟାୟାର ଫାଟି ଜଳିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସମ୍ୱଲପୁର : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍‌: ଆଖି ବୁଜିଲା ୫ ବର୍ଷର ଶିଶୁ, ବାପା ମାଆ ଗୁରୁତର
  • ||
  • ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ, ପୁଞ୍ଜି ନିବେଶ ପାଇଁ ପ୍ରବାସୀ ଭାରତୀୟଙ୍କୁ ଆହ୍ୱାନ
  • ||
  • ହଂସିକା ଏବଂ ଅନିଲ ଦିନିକିଆ ରିମାଣ୍ଡରେ ନେଲା ସ୍ପେଶାଲ କ୍ରାଇମ ୟୁନିଟ
  • ||
  • ବୌଦ୍ଧ : ଟ୍ରକ୍‌କୁ ପଛପଟୁ ପିଟିଲା କୋର୍ଟ ଭ୍ୟାନ୍‌, ୨ ପୋଲିସ ଆହତ
  • ||
  • ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ, "ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ଆପଣଙ୍କୁ ସ୍ଵାଗତ"
  • ||
  • ଶାମ୍ବ ଦଶମୀରେ କୋଣାର୍କରୁ ଚନ୍ଦ୍ରଭାଗା ଗଡ଼ିଲା ସୂର୍ଯ୍ୟ ରଥ
  • ||
  • ଗଞ୍ଜାମ : ଡ୍ରେନ୍‌ରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଆମେରିକାର କାଲିଫର୍ଣ୍ଣିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ୫ ମୃତ, ୭୦ ହଜାର ଲୋକ ସ୍ଥାନାନ୍ତର
  • ||
  • ୟୁକ୍ରେନ୍ ଜପୋରିଝିଆରେ ରୁଷିଆର ବୋମାମାଡ଼, ବ୍ୟାପକ କ୍ଷତି ସୂଚନା, ୧୩ ମୃତ, ୩୦ରୁ ଅଧିକ ଆହତ
  • ||
  • ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହରେ ଯୋଗ ଦେବେ
  • ||
  • ରବିବାରଠୁ କମିବ ଶୀତ, ଆହୁରି ୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା: ୨ ଜିଲ୍ଲାକୁ କୁହୁଡ଼ି ନେଇ ଆଲର୍ଟ
  • ||

ଓଡ଼ିଶାକୁ ଏକ ମେଗା ଆଇଟି ହବ୍‌ରେ ପରିଣତ କରାଯିବ, ମୁଖ୍ୟମନ୍ତ୍ରୀଙ୍କୁ ରେଳମନ୍ତ୍ରୀ ଦେଲେ ପ୍ରତିଶ୍ରୁତି

Published By : Prameya | January 9, 2025 8:49 PM

ଭୁବନେଶ୍ୱର, ୯।୧ : କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ  ଗୁରୁବାର  ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ଉଭୟଙ୍କ ମଧ୍ୟରେ ଓଡିଶାରେ ରେଳ ଯୋଗାଯୋଗ ଓ ଆଇଟି ଶିଳ୍ପ ବିକାଶ ସମ୍ପର୍କରେ ଆଲୋଚନା ହୋଇଛି । 

ଆଲୋଚନାରୁ ଜଣାଯାଇଛି ଯେ, ଓଡିଶାରେ ବର୍ତ୍ତମାନ ୪୮ଟି ନୂଆ ରେଳ  ପ୍ରୋଜେକ୍ଟ  ନିର୍ମାଣ କାମ ଚାଲିଛି ।  ଏଥିପାଇଁ ୭୩,୭୨୩ କୋଟି ଟଙ୍କା ବିନିଯୋଗ କରାଯାଉଛି । ଏଥିରେ ନିକଟରେ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଅନୁମୋଦିତ ୮ଟି ନୂଆ ପ୍ରକଳ୍ପ ମଧ୍ୟ ରହିଛି । 

ଏହି ୮ଟି ପ୍ରକଳ୍ପ ହେଉଛି  ଗୁଣୁପୁର - ଥେରୁବାଲି ନୂଆ ଲାଇନ, ଜୁନାଗଡ଼ - ନବରଙ୍ଗପୁର ନୂଆ ଲାଇନ,  ମାଲକାନଗିରି - ପାଣ୍ଡୁରଙ୍ଗପୁରମ ( ଭାଇଆ ଭଦ୍ରାଚଲମ୍ ) ନୂଆ ଲାଇନ, ବାଦାମ ପାହାଡ଼ - କେନ୍ଦୁଝର ଗଡ ନୂଆ ଲାଇନ, ବାଙ୍ଗିରୀପୋଷୀ - ଗୋରୁମହିଷାଣୀ ନୂଆ ଲାଇନ, ବୁରାମର - ଚକୁଳିଆ ନୂଆ ଲାଇନ, ସରଡେଗା - ଭାଲୁମୁଣ୍ଡା ନୂଆ ଡବଲ  ଲାଇନ ଏବଂ ବରଗଡ ରୋଡ - ନୂଆପଡ଼ା ରୋଡ ନୂଆ ଲାଇନ। ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ଯେ, ଆସନ୍ତା ୫ ବର୍ଷ ମଧ୍ୟରେ ଓଡିଶାରେ ଆହୁରି ଅନେକ ନୂଆ ରେଳ ପ୍ରକଳ୍ପ ହାତକୁ ନିଆଯିବ । 

ସୂଚନାଯୋଗ୍ୟ ଯେ, ୨୦୧୪ ରୁ ୨୦୨୪ ମଧ୍ୟରେ ଓଡିଶାରେ ୧୮୨୭ କିଲୋମିଟର ଦୀର୍ଘ ରେଳ ଲାଇନ୍ ନିର୍ମାଣ କରାଯାଇଛି, ଯାହା କି ଶ୍ରୀଲଙ୍କାର ରେଳ ନେଟୱାର୍କ ଠାରୁ ଅଧିକ । ଏହି ଅବଧି ମଧ୍ୟରେ ୪୨୭ଟି ରେଳ Under-Bridge ମଧ୍ୟ ନିର୍ମାଣ କରାଯାଇଛି । ଓଡିଶାରେ ୬ଟି ବନ୍ଦେ ଭାରତ ଟ୍ରେନ୍ ଚାଲୁଥିବା ବେଳେ ଅମୃତ ଷ୍ଟେସନ୍ ଯୋଜନାରେ ୫୯ଟି ଷ୍ଟେସନର ଉନ୍ନତି କରାଯିବ ବୋଲି ଆଲୋଚନାରୁ ଜଣାଯାଇଛି । 

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାକୁ ଏକ ମେଗା ଆଇ.ଟି ହବ୍ ରେ ପରିଣତ କରାଯିବ । ଏଥିପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଉଛି।ସେ କହିଥିଲେ ଯେ ଓଡିଶାରେ ଆଇ.ଟି ଷ୍ଟାର୍ଟ ଅପ୍‌ର ବିକାଶ ପାଇଁ ଚାରି ଟି ବୈଷୟିକ ଅନୁଷ୍ଠାନରେ ‘Chip to Startup’ କାର୍ଯ୍ୟକ୍ରମ କରଯାଉଛି । ଏହି ଅନୁଷ୍ଠାନ ଗୁଡିକ ହେଉଛି- IIT Bhubaneswar, NIT Rourkela, IIIT Bhubaneswar ଓ Parala Maharaj Engineering College Berhampur ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡିଶାରେ ଆଇ.ଟି ଶିଳ୍ପର ବିକାଶ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କ ସହଯୋଗ କାମନା କରିଥିଲେ । ଓଡିଶାରେ ଯେପରି ଅଧିକରୁ ଅଧିକ ଆଇ.ଟି କମ୍ପାନୀ ପୁଞ୍ଜି ବିନିଯୋଗ କରିବେ ସେଥିପାଇଁ  ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କ ସହଯୋଗ କାମନା କରିଥିଲେ ।ଏହା ସହିତ ଓଡ଼ିଶାରୁ କିପରି ଅଧିକ ଲୋକ ମହା କୁମ୍ଭ ମେଳା - ୨୦୨୫ ଦେଖିବାକୁ ଯାଇପାରିବେ, ତାହା ସୁନିଶ୍ଚିତ କରିବା ସଂପର୍କରେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

ଓଡିଶାରେ ଏକ ବିଶ୍ୱସ୍ତରୀୟ ଆଇ.ଟି ପ୍ରଶିକ୍ଷଣ ପ୍ରତିଷ୍ଠାନ ସ୍ଥାପନ ପ୍ରସ୍ତାବ ବିଚାରାଧିନ ଅଛି ବୋଲି ମଧ୍ୟ କେନ୍ଦ୍ର ମନ୍ତ୍ରୀ ପ୍ରକାଶ କରିଥିଲେ । ଏଥିପାଇଁ ଜମି ସହିତ ଅନ୍ୟାନ୍ୟ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହା ସହିତ ଓଡିଶାରେ ସେମି କଣ୍ଡକ୍ଟର ଶିଳ୍ପ ପ୍ରତିଷ୍ଠା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀଙ୍କ ସହଯୋଗ ଲୋଡିଥିଲେ ଏବଂ ଏଥିପାଇଁ ସମସ୍ତ ପ୍ରକାର ସହଯୋଗ ଓ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ମନ୍ତ୍ର୍ରୀ ପ୍ରତିଶ୍ରୁତି ଦେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.