ପ୍ରମୂଖ ଖବର
  • ଭୋଗରାଇ : ଚଢାଉ ବେଳେ ଅବକାରୀ ଟିମ୍‌ ଉପରେ ଆକ୍ରମଣ ଘଟଣା: ୨ ଗିରଫ
  • ||
  • ମର୍ସିଡିଜ୍କୁ ପଛରୁ ପିଟିଲା 'ମୋ ବସ୍‌', ଅଳ୍ପକେ ବର୍ତ୍ତିଲେ ଚାଳକ
  • ||
  • ବାରିପଦା : ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଅନୁଗୁଳ : ଶୌଚ ପାଇଁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • କୁମ୍ଭୀର ଗଣନା ପାଇଁ ଜାନୁଆରୀ ୧୪ରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଶିମିଳିପାଳରେ ଶୀତ ଲହରି ଜାରି, ଘନ କୁହୁଡ଼ି ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ
  • ||
  • ରାୟଗଡା : ଏସ୍‌କେ ମାର୍ଟରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ଲୁଗା
  • ||
  • ମିରଟ ସୋହେଲ ଗାର୍ଡେନ ଅଞ୍ଚଳରେ ଚାଞ୍ଚଲ୍ୟ ଘଟଣା, ବକ୍ସ ଖଟ ଭିତରୁ ୫ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ରଣପୁର : ପିକ୍‌ନିକ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ୩୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଦୁଇ ଦିନ ପରେ କମିବ ଶୀତ, ଶନିବାର ୩ ଜିଲ୍ଲାରେ ଘନ କୁହୁଡି ନେଇ ଆଲର୍ଟ: ସବୁଠୁ ଥଣ୍ଡା ଜି.ଉଦୟଗିରି
  • ||

ଟାୟାର ଫାଟି ଜଳିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Published By : Prameya | January 9, 2025 10:19 PM

ଜୁନାଗଡ଼,୯।୧(ଆପ୍ର): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥ ବଳଦିଆମାଲ ଛକ ଠାରେ ଗୌରବ ଟ୍ରାଭେଲ ନାମକ ଏକ ଘରୋଇ ବସରେ ହଠାତ ନିଆଁ ଲାଗି ଜଳି ଯାଇଛି। ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ସମସ୍ତ ଯାତ୍ରୀଙ୍କୁ ନିଆଁ ଲାଗିବା ପୂର୍ବରୁ ସୁରକ୍ଷିତ ଭାବେ ବାହାରକୁ ଅଣାଯିବାରୁ ସମସ୍ତେ ସୁରକ୍ଷିତ ଉଦ୍ଧାର ହୋଇଥିବା ଜଣାଯାଇଛି। ତେବେ ଗାଡ଼ିରେ ବସିଥିବା ଶତାଧିକ ଯାତ୍ରୀ ଏକ ବଡ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। 

ସୂଚନା ଅନୁସାରେ ଉକ୍ତ ବସଟି ଜୟପୁରରୁ ରାଉରକେଲାକୁ ଯାଉଥିଲା।  ବଲଦିଆମାଲ ଛକ ନିକଟରେ ଅଚାନକ ଗାଡ଼ିର ଗୋଟେ ଚକ ଫାଟି ଟାୟାରରେ ନିଆଁ ଲାଗି ଯାଇଥିଲା। ବସ କର୍ମଚାରୀ ସ୍ଥାନୀୟ ଲୋକଙ୍କ ସହଯୋଗରେ ଟାୟାରରେ ଲାଗିଥିବା ନିଆଁକୁ ଲିଭାଇବାକୁ ଉଦ୍ୟମ କରିଥିଲେ। ନିକଟ ପେଟ୍ରୋଲ ପମ୍ପ ରୁ ନିଆଁ ଲିଭା ଯନ୍ତ୍ର ଆଣି ପ୍ରୟାସ କରିଥିଲେ। ମାତ୍ର ନିଆଁ ଅଧିକ ଜଳିବା ଆରମ୍ଭ କରିବାରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବସ୍ ରୁ ଓହ୍ଲାଇ ଦିଆଯାଇଥିଲା। ଖବର ପାଇ ଜୁନାଗଡ଼ ଅଗ୍ନିଶମ ବିଭାଗ ଘଟଣା ସ୍ଥଳକୁ ପହଞ୍ଚି ବସର ନିଆଁ କୁ ଆୟତ୍ତ କରିଥିଲେ। ମାତ୍ର ବସ୍ ଟି ସମ୍ପୂର୍ଣ ଭାବେ ଜଳି ଯାଇଥିବା ଜଣାପଡିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.