କଟକ, ୯।୧ : ମହାନଦୀ ପଠାରେ ହୋଇପାରିବ ନାହିଁ ପିକନିକ। ଏପରିକି କୌଣସି ପ୍ରକାରର ଇଭେଣ୍ଟ ଆୟୋଜନ ଉପରେ ମଧ୍ୟ ଲାଗିଲା କଟକଣା। ନଦୀ ପ୍ରଦୂଷଣ ରୋକିବା ଲାଗି ସିଏମସି କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏନେଇ ସିଏମସି ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି।
ବିଜ୍ଞପ୍ତି ମୁତାବକ ସିଲଭର ସିଟି ବୋଟ କ୍ଲବ ଠାରୁ କଟକ ଇନ କଟକ ଏବଂ ତଳ ବାଲିଯାତ୍ରା ପଡିଆ ଠାରୁ ଚହଟା ଘାଟ ଯାଏଁ ମହାନଦୀ ପଠାରେ କୌଣସି ଭୋଜି ଭାତ ଆୟୋଜନ ନକରିବାକୁ ସି ଏମ ସି ପ୍ରଶାସନ ନିର୍ଦେଶନାମା ଜାରି କରିଛନ୍ତି।