କଟକ,୦୯/୦୧: ଜଗତପୁର ଅଞ୍ଚଳରେ ଟାୟାର ଗୋଦାମ ଉପରେ ଚଢାଉ । ବିଭିନ୍ନ ନାମୀ କମ୍ପାନୀ ନାମରେ ନକଲି ଟାୟାର ବିକ୍ରି ହେଉଥିବା ଅଭିଯୋଗରେ ଚଢାଉ କରିଛି ପୋଲିସ । ବିଭିନ୍ନ କମ୍ପାନୀର ଟାୟାରକୁ ନକଲ ଲେବଲ୍ ଲଗାଇ ଗ୍ରାମାଞ୍ଚଳ ମାନଙ୍କୁ ବିକ୍ରି ପାଇଁ ପଠାଯାଉଥିଲା । ଚଢାଉ ପରେ ଗୋଦାମ ସିଲ୍ କରିବା ସହ ମାଲିକଙ୍କୁ ଅଟକ ରଖିଛି ଜଗତପୁର ଥାନା ପୋଲିସ ।କଟକ ଜିଲ୍ଲାରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ବିଭିନ୍ନ କମ୍ପାନୀର ଟାୟାରକୁ ନକଲ ଲେବଲ୍ ଲଗାଇ ଗ୍ରାମାଞ୍ଚଳ ମାନଙ୍କୁ ବିକ୍ରି ପାଇଁ ପଠାଯାଉଥିଲା । ଏନେଇ ଅଭିଯୋଗ ହେବା ପରେ ଉତ୍କଳ ଡିଷ୍ଟ୍ରିବ୍ୟୁଟର ନାମକ ଏକ ଟାୟାର ଗୋଦାମ ଉପରେ ପୋଲିସ ଚଢାଉ କରିଥିଲା । ଉକ୍ତ ଗୋଦାମରୁ ହିନ୍ଦୁସ୍ତାନ ଟାୟାର କମ୍ପାନୀ ନାମରେ ଗ୍ରାମାଞ୍ଚଳ ମାନଙ୍କୁ ବିକ୍ରି ପାଇଁ ପଠାଯାଉଥିବାରୁ ଗୋଦାମ ସିଲ୍ କରିଛି ପୋଲିସ । ଏହା ସହ ଉକ୍ତ ଗୋଦାମର ମାଲିକଙ୍କୁ ମଧ୍ୟ ଅଟକ ରଖିଛି ଜଗତପୁର ଥାନା ପୋଲିସ ।