ସାଲେପୁର, ୦୪/୦୧: ବେଆଇନ ଗୋରୁ ଚମଡା ସହ ବାଇକ ଜବତ । ଚୋରା ଚମଡା ବେପାରୀକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ହୋଇଥିବା ଯୁବକ ଜଣକ ଚୋରା ଚମଡା ବେପାରୀ ମିର ଆବୁ ତାଲିବ ବୋଲି ଜଣାପଡ଼ିଛି । କଟକ ଜିଲ୍ଲା ସାଲେପୁର ଥାନା ଜଗନ୍ନାଥପୁରରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ସୂଚନା ମୁତାବକ, ଜଗନ୍ନାଥପୁର ଗ୍ରାମର ଚୋରା ଚମଡା ବେପାରୀ ମିର ଆବୁ ତାଲିବ ନେମାଳ ଥାନା ଅଞ୍ଚଳରୁ ଚୋରା ଚମଡା ଆଣୁଥିବା ବେଳେ ନେମାଳ ପୋଲିସ ମାଡ଼ି ବସିଥିଲା । ଅଭିଯୁକ୍ତକୁ ଧରିବା ପରେ ମିର ଆବୁ ତାଲିବ ନିଜ ଘରେ ଚମଡା ରଖିଥିବାର ମାନିଥିଲା। ସାଲେପୁର ଏସ୍ଡିପିଓ, ସାଲେପୁର ଥାନା ଆଇଆଇସି, ନେମାଳ ଥାନା ଆଇଆଇସିଙ୍କ ମିଳିତ ଚଢ଼ାଉ କରି ୨ଶହ ପିସି ଚୋରା ଚମଡା ସିଜ କରିଥିଲେ । ସେସବୁକୁ ନଷ୍ଟ କରାଯାଇ ନେମାଳ ଅଞ୍ଚଳରେ ନଦୀ ପଠାରେ ପୋତି ଦିଆଯାଇଥିଲା । ଏପଟେ ବାଇକ ଜବତ କରିବା ସହ ଚୋରା ଚମଡା ବେପାରୀ ମିର ଆବୁ ତାଲିବକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ପୋଲିସ ସୂଚନା ଦେଇଛି ।