କଟକ,୦୬/୦୧: ଖାନନଗର ପଞ୍ଚମୁଖୀ ହନୁମାନ ମନ୍ଦିରରୁ ୩୫ଲକ୍ଷ ଟଙ୍କାର ସୁନା ରୂପା ଅଳଙ୍କାର ଲୁଟ ହୋଇଥିଲା । ଏହି ଘଟଣାରେ ତିନ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ । ଏହି ଘଟଣା ପଛରେ ପୁରୁଣା ମନ୍ଦିର ଲୁଟେରା ଗ୍ୟାଙ୍ଗର ହାତ ଥିବା ସନ୍ଦେହ କରାଯାଉଛି । କଟକ ଜିଲ୍ଲାରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ,ସନ୍ଦିଗ୍ଧ ମାନେ ପୂର୍ବରୁ ମନ୍ଦିର ଆସି ରେକି କରିଥିଲେ। ଏହା ପରେ ଗତ ଶନିବାର ଅର୍ଥାତ ଜାନୁଆରୀ ୪ ତାରିଖରେ ଖାନନଗରସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିରରୁ ୩୫ଲକ୍ଷ ଟଙ୍କାର ସୁନା ରୂପା ଅଳଙ୍କାର ଲୁଟ କରିଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ମନ୍ଦିରରେ ଲାଗିଥିବା ସିସିଟିଭିରୁ ଚୋରିରେ ବ୍ୟବହୃତ କାର୍ର ଫୁଟେଜ ଆଧାରରେ ପୋଲିସ ତଦନ୍ତ କରିଥିଲା । ତଦନ୍ତ କରିବା ପରେ ତିନ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ । ତେବେ ଏହି ଲୁଟ୍ ପଛରେ ପୁରୁଣା ମନ୍ଦିର ଲୁଟେରା ଗ୍ୟାଙ୍ଗର ହାତ ଥିବା ସନ୍ଦେହ କରାଯାଉଛି ।