କଟକ,୦୫/୦୧: କଟକ ମାତୃଭବନ ନିକଟସ୍ଥ ଭୁଶୁଡ଼ିଲା ନିର୍ମାଣଧୀନ ବକ୍ସ ଡ୍ରେନ ସ୍ଲାବ୍ । ଏହି ଘଟଣାରେ ଜଣେ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । କଟକ ମେୟର ସୁବାସ ଚନ୍ଦ୍ର ସିଂ କହିଛନ୍ତି ଯେ, ଖୁବ୍ ଶୀଘ୍ର ଡ୍ରେନ୍ ଭଶୁଡିବାର ତଦନ୍ତ ହେବ । ଆବଶ୍ୟକ ପଡ଼ିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ସୂଚନା ମୁତାବକ, କଟକ ମାତୃଭବନ୍ ନିକଟରେ ବକ୍ସ ଡ୍ରେନ ସ୍ଲାବ୍ର ନିର୍ମାଣ କାମ ଚାଲିଥିଲା । ଏହି ସମୟରେ ହଠାତ ପାଣି ଆସିବାରୁ ଘଟିଗଲା ଦୁର୍ଘଟଣା । ନିର୍ମାଣଧୀନ ବକ୍ସ ଡ୍ରେନ ସ୍ଲାବ୍ଟି ଭୁଶୁଡ଼ି ପଡ଼ିଥିଲା । ଏହି କାରଣରୁ ଜଣେ ଆହତ ମଧ୍ୟ ହୋଇଛନ୍ତି । ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅନ୍ୟପଟେ ଏହି ଖବର ପାଇବା ପରେ କଟକ ମେୟର ସୁବାସ ଚନ୍ଦ୍ର ସିଂ ନିଜର ପ୍ରତିକ୍ରିୟା ରଖି ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି । ଆବଶ୍ୟକ ପଡ଼ିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କହିଛନ୍ତି ।