ପାରାଦୀପ, ୧୮/୦୧: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଅଘଟଣ । ହାଇଓ୍ବା ଧକ୍କାରେ ଜଣେ ଶ୍ରମିକ ମୃତ। ଗାଡ଼ି ବ୍ୟାକ୍ କରିବା ବେଳେ ଦୁର୍ଘଟଣା ଘଟିଥିଲା। ତେବେ ମୃତ ଶ୍ରମିକଙ୍କ ପରଚୟ ମିଳିପାରି ନାହିଁ । ଜଗତସିଂହପୁର ଜିଲ୍ଲା ପାରାଦୀପ ଅଞ୍ଚଳରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ,ଶନିବାର ସକାଳୁ ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ଜଣେ ବ୍ୟକ୍ତି ଗାଡ଼ି ବ୍ୟାକ୍ କରୁଥିଲେ । ଏହି ସମୟରେ ସେଠାରେ ଠିଆ ହୋଇଥିବା ଶ୍ରମିକଙ୍କୁ ହାଇୱାଟି ଧକ୍କା ଦେଇ ତାଙ୍ଥିକ ଉପରେ ଚଢିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶ୍ରମିକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଏହା ସହ ଘଟଣାର ତଦନ୍ତ ଚଳାଇଛି ପୋଲିସ ।