ଜଗତସିଂହପୁର,୨୫/୧୨: ଦୁଇ ଦିନ ଲଗାଣ ବର୍ଷାରେ ଧାନ ଫସଲରେ ବ୍ୟାପକ କ୍ଷତି ହୋଇଥିବା ବେଳେ ପୁଣି ମଙ୍ଗଳବାର ସନ୍ଧ୍ୟାରୁ ବର୍ଷା ଲାଗି ରହିଛି । ଫଳରେ ଜଗତସିଂହପୁର ଜିଲାର ଚାଷୀଙ୍କ ଭାତ ହାଣ୍ଡିକୁ ଉଜାଡ଼ି ଦେଇଛି ବର୍ଷା । ଯାହାକୁ ନେଇ ଜିଲ୍ଲାର ଚାଷୀମାନେ ଏବେ ଚିନ୍ତାରେ ପଡିଛନ୍ତି । ଉଡୁଡି ଯାଇଥିବା ଧାନକୁ ପାଣିରୁ ଛାଣି ଯାହା କିଛି ଉଦ୍ଧାର କରିବାକୁ ଚାଷୀ ପ୍ରୟାସ ଆରମ୍ଭ କରିଥିବା ବେଳେ ପୁଣି ଲଗାଣ ବର୍ଷା ଚାଷୀକୂଳକୁ ଚିନ୍ତାରେ ପକାଇଛି ।
ଲଗାଣ ବର୍ଷା କାରଣରୁ ଚାଷୀ ମାନଙ୍କର ବର୍ଷକର ପରଶ୍ରମ ବର୍ଷା ପାଣିରେ ଧୋଇ ଯାଇଛି । କେବଳ ଧାନ ନୁହେଁ ଅନ୍ୟାନ୍ୟ ପରିବା ଚାଷ ମଧ୍ୟ ନଷ୍ଟ ହେଇଛି । ଧାନ ସବୁ ଅମଳ ହେବା ପରେ ବିଲରେ ରଖାଯାଇଥିବା ବେଳେ ଲଗାଣ ବର୍ଶାରେ ଓଦା ହୋଇ ଗଜା ହେବାରେ ଲାଗିଲାଣି । ଯାହାକୁ ଦେଖି ଏବେ ଚିନ୍ତାରେ ପଡ଼ିଛନ୍ତି ଚାଷୀ ।