ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଧର୍ମଶାଳାର ବିଭିନ୍ନ କଳା ପଥର ଖାଦାନରେ ଚଢାଉ, କ୍ରସର ସିଲ୍ ଏବଂ ପ୍ରୋକଲିନ ମେସିନ ଜବତ

ଚଣ୍ଡିଖୋଲ,୧୮/୦୭: ଆକ୍ସନ ମୋଡରେ ରାଜ୍ୟ ଖଣି ବିଭାଗ। ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲର ବିଭିନ୍ନ କଳା ପଥର ଖାଦାନରେ ଚଢାଉ। କ୍ରସର ସିଲ୍ ଏବଂ ପ୍ରୋକଲିନ ଜବତ। 

ସୂଚନା ଅନୁଯାୟୀ, ଗୁରୁବାର ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଆବେଦନ କ୍ରମେ ରାଜ୍ୟ ଖଣି ବିଭାଗ ଅନେକ ସ୍ଥାନରେ ଚଢାଉ କରିଛି। ଧର୍ମଶାଳା ତହସିଲର ଲୁଣିବର, ଚଡେଇଧରା, ଡଙ୍କାରି  ଆଦି ଅଞ୍ଚଳରେ ଥିବା କଳା ପଥର ଖଣି ଉପରେ ଚଢାଉ ହୋଇଛି। ଏହି ଚଢାଉ ରାଜ୍ୟ ଖଣି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଏନ ଏନ ସିଂହଦେଓଙ୍କ ନେତୃତ୍ୱ କରାଯାଇଛି। ଏହି ସମୟରେ ବିଧାୟକ ହିମାଂଶୁ ଶେଖର ସାହୁ, ଡେପୁଟି ଡାଇରେକ୍ଟର ଟି.ବି ମୁଣ୍ଡା, ଜିଲ୍ଲା ଖଣି ଅଧିକାରୀ ଜୟ ପ୍ରକାଶ ନାୟକ ପ୍ରମୁଖ ବିଭିନ୍ନ ଖାଦାନ ବୁଲି ଦେଖିଥିଲେ । ଏଥି ସହିତ ଗୋଟିଏ କ୍ରସରକୁ ସିଲ୍ ଏବଂ ଗୋଟିଏ ପ୍ରୋକଲିନ ମେସିନ ଜବତ କରିଛନ୍ତି। ଏହାର ଏକ ପ୍ରାଥମିକ ଆକଳନ କରାଯିବ । ପରେ ଏନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତ  ଖଣି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.