ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ
  • ||
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

କଂଗ୍ରେସର ପ୍ରାର୍ଥୀ ଘୋଷଣା: ରାହୁଲ ଗାନ୍ଧୀ ଛାଡ଼ିଥିବା ଆସନରୁ ଉପନିର୍ବାଚନ ଲଢ଼ିବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା

ନୂଆଦିଲ୍ଲୀ: କେରଳର ଓ୍ଵାୟନାଡ ଲୋକସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏହି ଆସନ ଛାଡ଼ିବା ପରେ ଏଠାରେ ଉପନିର୍ବାଚନ ହେବ । ଏନେଇ ମୁଖ୍ୟ ନିର୍ବାଚନ କମିଶନର ତାରିଖ ଘୋଷଣା କରିସାରିଛନ୍ତି । ଏହା ପରେ କଂଗ୍ରେସ ଓ୍ଵାୟନାଡକୁ ନେଇ ବଡ଼ ରାଜନୈତିକ ଗୋଟି ଚଳାଇଛି । ସେଠାରେ ହେବାକୁ ଥିବା ଉପନିର୍ବାଚନରେ ଦଳ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ପ୍ରାର୍ଥୀ କରିଛି । ମଙ୍ଗଳବାର ସନ୍ଧ୍ୟାରେ ଏଆଇସିସି ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ଏହା ସହ ପ୍ରିୟଙ୍କା ଗାନ୍ଧୀ ପ୍ରଥମ ଥର ନିର୍ବାଚନ ରାଜନୀତିକୁ ଓହ୍ଲାଇବା ସ୍ପଷ୍ଟ ହୋଇଯାଇଛି । 

ଏହା ପୂର୍ବରୁ ଏହି ଆସନରେ ପ୍ରିୟଙ୍କାଙ୍କ ଭାଇ ରାହୁଲ ଗାନ୍ଧୀ ସାଂସଦ ଥିଲେ। ଲୋକସଭା ନିର୍ବାଚନ ୨୦୨୪ରେ ରାହୁଲ ଓ୍ଵାୟନାଡ ଓ ରାୟବରେଲୀ ଦୁଇ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିଥିଲେ । ଦୁଇ ଆସନରୁ ସେ ବିଜୟ ଲାଭ କରିଥିଲେ ।  କିନ୍ତୁ ନିୟମ ଅନୁସାରେ ତାଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ପଡ଼ିଥିଲା । ତେଣୁ ସେ ଓ୍ଵାୟନାଡ ଆସନ ଛାଡ଼ି ମା’ ସୋନିଆ ଗାନ୍ଧୀଙ୍କ ପାରମ୍ପାରିକ ଆସନ ରାୟବରେଲୀକୁ ନିଜ ପାଖରେ ରଖିବାକୁ ନିଷ୍ପତ୍ତି ନେଇଥିଲେ। ରାହୁଲ ଏଥିପାଇଁ ରାୟବରେଲୀ ଆସନକୁ ଚୟନ କଲେ କାରଣ ଏହି ନିର୍ବାଚନ କ୍ଷେତ୍ରରେ କଂଗ୍ରେସର ମଜଭୁତ ଇତିହାସ ରହିଛି । ଦଳ ୧୯୭୭, ୧୯୯୬ ଓ ୧୯୯୮କୁ ଛାଡ଼ି ବାକି ସମସ୍ତ ଲୋକସଭା ନିର୍ବାଚନରେ ଏଠାରୁ ବିଜୟ ଲାଭ କରିଛି ।

ଓ୍ଵାୟନାଡ ଆସନରୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉପନିର୍ବାଚନ ଲଢ଼ିବେ । ସେହିଭଳି ଦୁଇଟି ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ଲାଗି କଂଗ୍ରେସ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ପାଲକ୍କଡ ଆସନରୁ ରାହୁଲ ମାମକୁତାଥିଲ ଏବଂ ଚେଲ୍ଲାକାକରାରୁ ରାମ୍ୟା ହରିଦାସଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ତେବେ କେରଳର ୩ ବିଧାନସଭା ଏବଂ ଓ୍ଵାୟନାଡ ଲୋକସଭା ଆସନରେ ନଭେମ୍ବର ୧୩ରେ ଉପନିର୍ବାଚନ ଅନୁଷ୍ଠିତ ହେବ ।

  • Rahul Gandhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.