ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ଶେୟାର ବଜାରରେ ନିବେଶ ନାଁରେ ଲୁଟ୍‌; ବେଙ୍ଗାଲୁରୁର ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ସମେତ ୩ ସେଲ୍ସ ଏକଜିକ୍ୟୁଟିଭ୍‌ଙ୍କୁ ବାନ୍ଧିଲା ପୋଲିସ

Published By : Tapas Panda | October 15, 2024 9:24 PM

ନୂଆଦିଲ୍ଲୀ: ବ୍ୟାଙ୍କରେ ରଖିବା ପରିବର୍ତ୍ତେ ଲୋକେ ଶେୟାର ମାର୍କେଟରେ ଟଙ୍କା ଲଗାଇବାକୁ ପସନ୍ଦ କରୁଛନ୍ତି । ଶେୟାର ବଜାରରେ ଟଙ୍କା ଲଗାଇବା ଦ୍ବାରା ବ୍ୟାଙ୍କ ଅପେକ୍ଷା ଅଧିକ ରିଟର୍ଣ୍ଣ ମିଳିବାର ଆଶା ବଢ଼ିଯାଉଛି । କିନ୍ତୁ ଅନଲାଇନ୍‌ ଟ୍ରେଡିଂରେ ଟଙ୍କା ଲଗାଇବା ପୂର୍ବରୁ ସେ ବାବଦରେ ବିଶେଷଜ୍ଞଙ୍କ ପରାମର୍ଶ ନେବା ନିହାତି ଜରୁରି । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ବଜାର ନିୟାମକ ସେବି ବାରମ୍ବାର ଚେତାବନୀ ଦେଇଆସିଛି । ଏହା ସତ୍ତ୍ୱେ ଲୋକମାନେ ସାଇବର ଠକେଇର ଶିକାର ହେଉଛନ୍ତି । 

ମଙ୍ଗଳବାର (ଅକ୍ଟୋବର ୧୫) ବେଙ୍ଗଲୁରୁ ପୋଲିସ ଶେୟାର ମାର୍କେଟ ସହ ଜଡ଼ିତ ଏକ ଠକେଇର ପର୍ଦ୍ଦାଫାସ କରିଥିବା ନେଇ ସୂଚନା ଦେଇଛି । ଷ୍ଟକ୍‌ ମାର୍କେଟରେ ଟଙ୍କା ଲଗାଇଲେ ମୋଟାଅଙ୍କର ରିଟର୍ଣ୍ଣ ଦେବା ନେଇ ପ୍ରତିଶ୍ରୁତି ଦେଇ ୯୭ କୋଟି ଟଙ୍କା ଠକିନେଇଥିବା ୮ ସାଇବର ଠକଙ୍କୁ ବେଙ୍ଗାଲୁରୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଆକ୍ସିସ୍‌ ବ୍ୟାଙ୍କର ମ୍ୟାନେଜର ଏବଂ ତିନି ଜଣ ସେଲ୍ସ ଏକ୍‌ଜିକ୍ୟୁଟିଭ୍‌ ସାମିଲ ଅଛନ୍ତି । ବାଡ଼ ହୋଇ ଫସଲ ଖାଇଲା ଭଳି ବ୍ୟାଙ୍କର ଏହି କର୍ମଚାରୀ ଲୋକଙ୍କୁ ଚୂନ ଲଗାଇବା ଘଟଣା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ଦେଶର ବିଭିନ୍ନ ଥାନାରେ ୯୭ କୋଟି ଟଙ୍କାର ଠକେଇ ମାମଲା ସହ ସଂପର୍କିତ ୨୫୪ଟି ମାମଲା ରୁଜୁ ହୋଇଛି । ତେବେ ଏହି ଟଙ୍କା ବ୍ୟାଙ୍କ କର୍ମଚାରୀଙ୍କ ଦ୍ବାରା ଖୋଲାଯାଇଥିବା ୬ଟି ଆକାଉଣ୍ଟ ଜରିଆରେ ନେଣଦେଣ କରାଯାଇଛି । ଅଭିଯୁକ୍ତମାନଙ୍କ ମଧ୍ୟରେ ପଶ୍ଚିମ ବେଙ୍ଗାଲୁରୁରେ ଥିବା ଘରୋଇ ବ୍ୟାଙ୍କର ମ୍ୟାନେଜର କିଶୋର ସାହୁ ଏବଂ ସେଲ୍ସ ଏକ୍‌ଜିକ୍ୟୁଟିଭ୍‌ ମନୋହର, କାର୍ତ୍ତିକ ଏବଂ ରାକେଶ ସାମିଲ । ସେମାନଙ୍କ ବ୍ୟତୀତ ଲକ୍ଷ୍ମୀକାନ୍ତ, ରଘୁରାଜ, କେଙ୍ଗେଗୌଡା ଏବଂ ମାଲା ସିପିଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ନାଁରେ ନକଲି ବ୍ୟାଙ୍କ ଆକାଉଣ୍ଟ ରହିଛି। 

ଗତ ମାର୍ଚ୍ଚରେ ଉତ୍ତର ବେଙ୍ଗାଲୁରୁର ଜଣେ ବାସିନ୍ଦାଙ୍କ ପାଖରୁ ଅଭିଯୋଗ ପାଇବା ପରେ ପୋଲିସ ଛାନଭିନ୍‌ ଆରମ୍ଭ କରିଥିଲା । ଅଭିଯୋଗକାରୀଙ୍କ ଅନୁସାରେ, ତାଙ୍କୁ ଗୋଟିଏ ହ୍ବାଟସଆପ୍‌ ଗ୍ରୁପରେ ସାମିଲ କରାଯାଇଥିଲା । ସେଥିରେ ଶେୟାର ମାର୍କେଟରେ ନିବେଶ କରିବାର‌ ଶୈଳୀ ଏବଂ କିଭଳି ୧୦ ଗୁଣ ରିଟର୍ଣ୍ଣ ମିଳିପାରିବ ସେନେଇ ତାଙ୍କୁ ଅବଗତ କରାଯାଇଥିଲା । ଏହା ପରେ ଲୋଭର ବଶବର୍ତ୍ତୀ ହୋଇ ବ୍ୟକ୍ତିଜଣଙ୍କ ୫୦ ହଜାର ଟଙ୍କା ନିବେଶ କରିଥିଲେ । ସେ ବହୁତ ଟଙ୍କା ରିଟର୍ଣ୍ଣ ପାଇବେ ବୋଲି ତାଙ୍କ ପାଖକୁ ମେସେଜ୍‌ ଆସିଥିଲା । ଏହା ପରେ ସେ ପୁଣି ଦେଢ଼ କୋଟି ଟଙ୍କା ନିବେଶ କରିଥିଲେ । 

ଏବେ ତାଙ୍କ ଆକାଉଣ୍ଟରେ ୨୮ କୋଟି ଟଙ୍କା ଥିବା ନେଇ ମେସେଜ ଆସିଥିଲା । କିନ୍ତୁ ଏସବୁ ଟଙ୍କା ଉଠାଇବା ଲାଗି ସର୍ଭର ପରିଚାଳନା ଫି’ ବାବଦକୁ ୭୫ ଲକ୍ଷ ଟଙ୍କା ତାଙ୍କୁ ମାଗିବା ପରେ ତାଙ୍କ ସହ ଧୋକା ହୋଇଛି ବୋଲି ଜାଣିବାକୁ ପାଇଥିଲେ ଅଭିଯୋଗକାରୀ । ସେ ସାଇବର ଥାନରେ ଏନେଇ ଅଭିଯୋଗ କରିବା ପରେ ଘଟଣା ସଂପର୍କରେ ଜଣାପଡ଼ିଥିଲା । ସାଇବର ଥାନା ପୋଲିସ ଠକେଇ ସହ ଜଡ଼ିତ ବ୍ୟାଙ୍କ ଆକାଉଣ୍ଟର ପତ୍ତା ଲଗାଇବା ପରେ ଅଭିଯୁକ୍ତଙ୍କ ଠିକଣା ହାତରେ ଲାଗିଥିଲା ।  

୯୭ କୋଟି ଟଙ୍କା ଠକେଇ ମାମଲାରେ ବ୍ୟାଙ୍କ ମ୍ୟାନେଜର ଏବଂ ୩ ଜଣ ସେଲ୍ସ ଏକ୍‌ଜିକ୍ୟୁଟିଭ୍‌ଙ୍କୁ ସେପ୍ଟେମ୍ବର ୨୬ରେ ଗିରଫ କରି ପଚରା ଉଚରା କରିଥିଲା ପୋଲିସ । ଏହି ସମୟରେ ସେମାନେ ଚିକାମାଗାଲୁରୁର ୬ ଖାତା ଧାରକଙ୍କ ନାଁ କହିଥିଲେ । ପରେ ସେପ୍ଟେମ୍ବର ୨୯ରେ ପୋଲିସ ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଥିଲା । ବ୍ୟାଙ୍କ ମ୍ୟାନେଜର ଏବଂ ସେଲ୍ସ ଏକ୍‌ଜିକ୍ୟୁଟିଭ୍‌ ବିଚାର ବିଭାଗୀୟ ହାଜତରେ ଥିବା ନେଇ ପୋଲିସ କହିଛି । ସେପଟେ ଏହି ମାମଲାରେ ଅନ୍ୟ ୯ ଜଣ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି ପୋଲିସ । 

  • Bengaluru
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.