ପ୍ରମୂଖ ଖବର
  • ବାଙ୍କୀ : ଭଗିପୁର ଗ୍ରାମରେ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • HMPV ଭାଇରସ୍ ମାମଲା ମିଳିବା ପରେ ଆସାମରେ ଆତଙ୍କ,୧୦ ମାସର ଶିଶୁ ସଂକ୍ରମିତ
  • ||
  • ବାଲିଗୁଡ଼ା : ବାପା ସାଜିଲା ହତ୍ୟାକାରୀ, ମଦ୍ୟପ ପୁଅକୁ ଛୁରୀ ଭୁସିଦେଲା ବାପା
  • ||
  • ବଲାଙ୍ଗୀର : ଚାଲାଣ ବେଳେ ୨୫ ଶ୍ରମିକ ଉଦ୍ଧାର, ଜଣେ ଦଲାଲ ଅଟକ
  • ||
  • କେନ୍ଦୁଝର : ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରକ୍‌, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ବ୍ରହ୍ମପୁର : ପରିତ୍ୟକ୍ତ ଘରୁ ଏକାଧିକ ବୋମା ଜବତ, ନିଷ୍କ୍ରିୟ କରିବାରୁ ଆସିଲା ସ୍ବତନ୍ତ୍ର ଟିମ୍
  • ||
  • ରହିତାଦେଶ ହଟାଇଲେ ହାଇକୋର୍ଟ: ଭାଙ୍ଗିବ ବୈକୁଣ୍ଠଧାମ ଆଶ୍ରମ, ଜବାବ ରଖିବା ଲାଗି ସମୟ ନେଲେ ଆବେଦନକାରୀ
  • ||
  • ବାଲେଶ୍ୱରରେ ବସ୍ତି ଉଚ୍ଛେଦ ପାଇଁ କର୍ଫ୍ୟୁ ଜାରି, ରବିବାର ରାତି ୧୦ ଯାଏ କଟକଣା ଲାଗୁ
  • ||
  • ଦାରିଙ୍ଗବାଡ଼ିରେ ସର୍ବାଧିକ ତୁଷାରପାତ, ଜମୁଛି ପର୍ଯ୍ୟଟକଙ୍କ ଭିଡ଼
  • ||
  • ରାମ ଲାଲଙ୍କ ପ୍ରାଣ ପ୍ରତିଷ୍ଠାକୁ ପୂରିଲା ବର୍ଷେ, ଅଯୋଧ୍ୟାରେ ଭବ୍ୟ ଆୟୋଜନ
  • ||
  • ଖୋର୍ଦ୍ଧା : ୫୦ କେଜି ଗଞ୍ଜେଇ ସହ କାର୍‌ ଜବତ, ୩ ଗିରଫ
  • ||
  • କଟକ : ବାଉଁଶ ବ୍ୟବସାୟୀଙ୍କ ଘରକୁ ବୋମାମାଡ଼, ପୂର୍ବ ଶତୃତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ରାଜ୍ୟରେ ରବିବାରଠୁ କମିବ ଶୀତ, ୨ରୁ ୪ ଡିଗ୍ରୀ ବଢ଼ିପାରେ ପାରଦ: ୧୦ ଜିଲ୍ଲାକୁ କୁହୁଡ଼ି ଆଲର୍ଟ
  • ||

ଜଗନ୍ନାଥଙ୍କ ଭୂମିରେ ଲାଟ୍‌ ସାହେବ ପରମ୍ପରା ଭାଙ୍ଗିଛି, ଲୋକଙ୍କ ରାଜ୍ୟପାଳ ହେବା ପାଇଁ ଚେଷ୍ଟା କରିଛି

Published By : Prameya | January 11, 2025 1:38 PM

ଭୁବନେଶ୍ୱର,୧୧/୦୧ : ବିଜେପିରେ ଯୋଗ ଦେଇ ସକ୍ରିୟ ରାଜନୀତିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ପୂର୍ବତନ ରାଜ୍ୟପାଳ ରଘୁବର ଦାସ। ରାଞ୍ଚିରେ ସେ ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ରାଜ୍ୟପାଳ ପଦବୀକୁ ଲାଟ୍ ସାହେବ ପଦ ବୋଲି ସମସ୍ତେ ଭାବନ୍ତି। ଓଡ଼ିଶାର ରାଜ୍ୟପାଳ ଥିବା ବେଳେ ସେ ଲାଟ୍‌ ସାହେବର ପରମ୍ପରା ଭାଙ୍ଗି ଲୋକଙ୍କ ରାଜ୍ୟପାଳ ହେବା ପାଇଁ ଚେଷ୍ଟା କରିଛନ୍ତି। ଓଡ଼ିଶାରେ ଥିବା ବେଳେ ସେ ରାଜ୍ୟ ସରକାରଙ୍କର କୌଣସି ବିଲ୍‌ ଅଟକାଇ ନାହାଁନ୍ତି। ରାତି ଅଧରେ ବି ସେ ସମସ୍ତ ବିଲ୍‌କୁ ସାଇନ୍‌ କରି ପଠାଇବାକୁ ପ୍ରୟାସ କରିଛନ୍ତି। ୩ ମାସରେ ୩୦ ଜିଲ୍ଲା ବୁଲି ଲୋକଙ୍କ ସମସ୍ୟା ବୁଝିଥିଲେ।

ସେହିପରି ଝାଡ଼ଖଣ୍ଡରେ ଅସ୍ମିତା କଥା ଉଠାଇ ରଘୁବର ଦାସ କହିଛନ୍ତି ଯେ, ଝାଡ଼ଖଣ୍ଡର ଅସ୍ମିତା ଓ ସଂସ୍କୃତି ଏବେ ବିପଦରେ ପଡ଼ିଛି । ତାକୁ ରକ୍ଷା କରିବାକୁ ହେବ। ତେବେ ଓଡ଼ିଶା ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ସେ କ'ଣ କରିବେ, ତାକୁ ନେଇ ବେଶ୍‌ କିଛିଦିନ ଚର୍ଚ୍ଚା ଲାଗିରହିଥିଲା । ସେ ପୁଣିଥରେ ବିଜେପିକୁ ଫେରିବେ ଓ ବିଜେପି ତାଙ୍କୁ ଗୁରୁ ଦାୟିତ୍ୱ ଦେଇପାରେ ବୋଲି ଶୁଣିବାକୁ ମିଳୁଥିଲା । ଶେଷରେ ସେହି ଚର୍ଚ୍ଚାରେ ବିରାମ ଲାଗିଛି।


ସୂଚନାନୁଯାୟୀ, ଡିସେମ୍ଵର ୨୪ରେ ରଘୁବର ଦାସ ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ସ୍ଥାନରେ ହରିବାବୁ କମ୍ଭମପତି ରାଜ୍ୟପାଳ ଭାବେ ଦାୟିତ୍ଵ ନେଇଛନ୍ତି। 



  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.