ପ୍ରମୂଖ ଖବର
  • ବାଙ୍କୀ : ଭଗିପୁର ଗ୍ରାମରେ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • HMPV ଭାଇରସ୍ ମାମଲା ମିଳିବା ପରେ ଆସାମରେ ଆତଙ୍କ,୧୦ ମାସର ଶିଶୁ ସଂକ୍ରମିତ
  • ||
  • ବାଲିଗୁଡ଼ା : ବାପା ସାଜିଲା ହତ୍ୟାକାରୀ, ମଦ୍ୟପ ପୁଅକୁ ଛୁରୀ ଭୁସିଦେଲା ବାପା
  • ||
  • ବଲାଙ୍ଗୀର : ଚାଲାଣ ବେଳେ ୨୫ ଶ୍ରମିକ ଉଦ୍ଧାର, ଜଣେ ଦଲାଲ ଅଟକ
  • ||
  • କେନ୍ଦୁଝର : ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରକ୍‌, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ବ୍ରହ୍ମପୁର : ପରିତ୍ୟକ୍ତ ଘରୁ ଏକାଧିକ ବୋମା ଜବତ, ନିଷ୍କ୍ରିୟ କରିବାରୁ ଆସିଲା ସ୍ବତନ୍ତ୍ର ଟିମ୍
  • ||
  • ରହିତାଦେଶ ହଟାଇଲେ ହାଇକୋର୍ଟ: ଭାଙ୍ଗିବ ବୈକୁଣ୍ଠଧାମ ଆଶ୍ରମ, ଜବାବ ରଖିବା ଲାଗି ସମୟ ନେଲେ ଆବେଦନକାରୀ
  • ||
  • ବାଲେଶ୍ୱରରେ ବସ୍ତି ଉଚ୍ଛେଦ ପାଇଁ କର୍ଫ୍ୟୁ ଜାରି, ରବିବାର ରାତି ୧୦ ଯାଏ କଟକଣା ଲାଗୁ
  • ||
  • ଦାରିଙ୍ଗବାଡ଼ିରେ ସର୍ବାଧିକ ତୁଷାରପାତ, ଜମୁଛି ପର୍ଯ୍ୟଟକଙ୍କ ଭିଡ଼
  • ||
  • ରାମ ଲାଲଙ୍କ ପ୍ରାଣ ପ୍ରତିଷ୍ଠାକୁ ପୂରିଲା ବର୍ଷେ, ଅଯୋଧ୍ୟାରେ ଭବ୍ୟ ଆୟୋଜନ
  • ||
  • ଖୋର୍ଦ୍ଧା : ୫୦ କେଜି ଗଞ୍ଜେଇ ସହ କାର୍‌ ଜବତ, ୩ ଗିରଫ
  • ||
  • କଟକ : ବାଉଁଶ ବ୍ୟବସାୟୀଙ୍କ ଘରକୁ ବୋମାମାଡ଼, ପୂର୍ବ ଶତୃତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ରାଜ୍ୟରେ ରବିବାରଠୁ କମିବ ଶୀତ, ୨ରୁ ୪ ଡିଗ୍ରୀ ବଢ଼ିପାରେ ପାରଦ: ୧୦ ଜିଲ୍ଲାକୁ କୁହୁଡ଼ି ଆଲର୍ଟ
  • ||

ଆସନ୍ତା ୧୨ରୁ ୧୫ ତାରିଖ ଯାଏ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ: ସରିଛି ଭିତର, ବାହାର ରତ୍ନଭଣ୍ଡାର ଚୁନ ଛଡ଼ା କାମ

Published By : Prameya | January 11, 2025 9:14 AM

ପୁରୀ,୧୧/୦୧: ମକରସଂକ୍ରାନ୍ତି ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତିକୁ ଦୃଷ୍ଟିରେ ରଖି  ଆସନ୍ତା ୧୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ  ୪ଦିନ ଧରି ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ  ରଖାଯାଇଛି । ଏନେଇ ଶୁକ୍ରବାର ସୂଚନା ଦେଇଛି ଶ୍ରୀମନ୍ଦିର କାର୍ଯ୍ୟାଳୟ । ଆସନ୍ତା ୧୬ ତାରିଖଠାରୁ ପୁଣିଥରେ ରାଜ୍ୟ ସରକାରଙ୍କ ଅନୁମୋଦିତ  ମାର୍ଗଦର୍ଶିକା ଏବଂ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା  ଅନୁସାରେ ରତ୍ନଭଣ୍ଡାର ମରାମତି ଆରମ୍ଭ  ହେବ । ଏଥିପାଇଁ ସମସ୍ତଙ୍କ ସହଯୋଗ  କାମନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । 

ଗତ ମାସ ୧୭ ତାରିଖରୁ ରତ୍ନଭଣ୍ଡାର  ମରାମତି କାମ ଆରମ୍ଭ ହୋଇଛି । ପହଲି  ଭୋଗ ନୀତି ଚାଲିଥିବାରୁ ପ୍ରତିଦିନ ରାତି ୨ଟାରୁ ଶ୍ରୀମନ୍ଦିର ଦ୍ୱାର ଖୋଲି ଦ୍ୱିତୀୟ ଭୋଗମଣ୍ଡପ  ଦିନ ସାଢ଼େ ୧୨ଟା ସୁଦ୍ଧା ସାରିବାକୁ ଶ୍ରୀମନ୍ଦିର  କାର୍ଯ୍ୟାଳୟ ପ୍ରସ୍ତୁତି କରିଥିଲା । ହେଲେ ନିର୍ଦ୍ଧାରିତ  ସମୟରେ ନା ନୀତିକ୍ରାନ୍ତି ଆରମ୍ଭ ହୋଇପାରୁଛି  ନା ସରିପାରୁଛି । ତେଣୁ ଦୈନିକ ଦିନ ସାଢ଼େ  ୧୨ଟାଠାରୁ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ପର୍ଯ୍ୟନ୍ତ  ଏଏସ୍‌ଆଇକୁ ରତ୍ନଭଣ୍ଡାର ମରାମତି ନିମନ୍ତେ  ସମୟ ଦେବାକୁ ହୋଇଥିବା ନିଷ୍ପତ୍ତି ଠିକ୍‌ ଭାବେ  କାର୍ଯ୍ୟକାରୀ ହୋଇପାରୁନି । ପ୍ରତ୍ୟେକ ଦିନ ପ୍ରାୟ  ଘଣ୍ଟାଏରୁ ୨ ଘଣ୍ଟା ସମୟ ମିଳୁଥିବାରୁ ଏଏସ୍‌ଆଇର  ଶ୍ରମିକମାନେ ପର୍ଯ୍ୟାପ୍ତ ସମୟ ମରାମତି ଓ  ସଂରକ୍ଷଣ ନିମନ୍ତେ ପାଉନାହାନ୍ତି । ନୂଆବର୍ଷ ପୂର୍ବରୁ  ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରତ୍ନଭଣ୍ଡାର  କାମକୁ ୮ ଦିନ ନିମନ୍ତେ ବନ୍ଦ କରାଯାଇଥିଲା । 

ଏଏସ୍‌ଆଇର ଜଣେ ଅଧିକାରୀଙ୍କ ସୂଚନା  ମୁତାବକ, ଭିତର ଓ ବାହାର ରତ୍ନଭଣ୍ଡାର (ଉଭୟର  ଭିତର ପାଶ୍ୱର୍) ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଓ  ଉପର ଆଡୁ ଚୁନ ଛଡ଼ା କାମ ସରିଛି । ଏବେ  ଭିତର ରତ୍ନଭଣ୍ଡାର ଭିତର ପାଶ୍ୱର୍ରେ ଖରାପ  ହୋଇଯାଇଥିବା ପଥରଗୁଡ଼ିକ କାଢ଼ି ନୂଆ ପଥର  ଲଗାଯାଉଛି । ପଥର-ପଥର ଭିତରେ ଥିବା ଜଏଣ୍ଟ  ସିଲିଂ (ଯୋଡ଼େଇ ପ୍ଲାଷ୍ଟର)କୁ ପରିଷ୍କାର କରାଯାଇ  ନୂଆ ଜଏଣ୍ଟ ସିଲିଂ କରାଯାଉଛି । ଏହି ଦୁଇ କାମ  ସରିବା ପରେ କେମିକାଲ ଟିମ୍‌ କେମିକାଲ ପ୍ରଲେପ  ଦେବା କାମ କରିବ । ପରେ ଚଟାଣରେ ରହିଥିବା ପ୍ଲାଷ୍ଟରକୁ ଛଡ଼ାଇ ଗ୍ରାନାଇଟ୍‌ ପଥର ପକାଯିବ ।  ଭିତର ଭଣ୍ଡାର ଦକ୍ଷିଣ ପାଶ୍ୱର୍ର ଗ୍ରିଲ ଉପରେ  ରହିଥିବା ବିମ୍‌କୁ ବଦାଇ ଦିଆଯିବ । ଏହି ବିମ୍‌  ପୁରୁଣା ପିଟା ଲୁହାରେ ପ୍ରସ୍ତୁତ ହୋଇଥିବାରୁ ପାଣି  ଲିକ୍‌ ଯୋଗୁଁ କଳଙ୍କି ଖାଇ ଫୁଲିଯାଇଛି ଓ ପଥରକୁ  ମଧ୍ୟ ଫଟାଇ ଦେଇଛି । ତେଣୁ ବିମ୍‌କୁ ବଦାଇବା  ସହ ଠଣା(ପକେଟ)କୁ ମରାମତି କରାଯିବ ।

ମରାମତି ସମୟରେ ଅନୁସଙ୍ଗିକ ସହଯୋଗ  ଶ୍ରୀମନ୍ଦିର ପ୍ରଶାସନ ଯୋଗାଇ ଦେଇଛି । ରତ୍ନଭଣ୍ଡାର ଭିତରେ ବିଦ୍ୟୁତ୍‌ ଆଲୋକ ବ୍ୟବସ୍ଥା କରାଯାଇଛି । କାମରେ ନିୟୋଜିତ ଶ୍ରମିକମାନଙ୍କୁ ସ୍ୱତନ୍ତ୍ର  ପରିଚୟପତ୍ର ଯୋଗାଇ ଦିଆଯାଇଛି । ପ୍ରତିଦିନ ଦିଆଯାଉଥିବା ସମୟ ଓ ସୁବିଧା ଅନୁଯାୟୀ  ରତ୍ନଭଣ୍ଡାର ଭିତରେ ମରାମତି କାମ ହେଉଛି । ରତ୍ନଭଣ୍ଡାର ଭିତର ପାଶ୍ୱର୍ ମରାମତି ଓ ସଂରକ୍ଷଣ ସରିବା ପରେ ଏହାର ବାହାର ପାଶ୍ୱର୍ ଚୂଡ଼ା ଛଡ଼ା ଯାଇ  ମରାମତି ଓ ସଂରକ୍ଷଣ କାମ କରାଯିବ। ଜିପିଆର  ସର୍ଭେ ଓ ଲେଜର ସ୍କାନିଂ ରିପୋର୍ଟକୁ ଆଧାର କରି ଏହି ମରାମତି ହେଉଛି ବୋଲି ସୂଚନାରୁ ଜଣାପଡ଼ିଛି ।

  • PrameyaOdia
  • prameya
  • puri news
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.