ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ସିଂହନାଥ ପୀଠ ମକର ମେଳାରେ ୨ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନ ସମ୍ଭାବନା, ୧୪ରୁ ଟି-ସେତୁରେ ଯାନବାହନ ଯାତାୟାତ କଟକଣା

Published By : Prameya | January 11, 2025 10:48 AM

କଟକ,୧୧/୦୧: ମକର ସଂକ୍ରାନ୍ତି ଅବସରରେ ପ୍ରଭୁ ସିଂହନାଥ ପୀଠରେ ମକର ମେଳା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳ ପୁଲିସ୍‌ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି । ଟି-ସେତୁ ଉପରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ କଟକଣା କରାଯାଇଛି । ଅନ୍ୟ ରାସ୍ତାରେ ଗାଡ଼ିମୋଟରଗୁଡିକ ଯାତାୟାତ କରିବାକୁ ଜିଲ୍ଲା ଏସ୍‌ପିଙ୍କ କାର୍ଯ୍ୟାଳୟ ତରଫରୁ ନୋଟିସ୍‌  ଜାରି କରାଯାଇଛି । ଦୁଇବର୍ଷ ପୂର୍ବରୁ ମକର ମେଳା  ଅବସରରେ ଏଠାରେ ଦଳାଚକଟା ହୋଇ ପ୍ରାଣହାନି  ହୋଇଥିଲା । ତେଣୁ ଏହି ଅଘଟଣର ଯେପରି  ପୁନାରୁବୃତ୍ତି ନହେବ ସେଥିପାଇଁ ଦୃଷ୍ଟି ଦିଆଯାଇଛି ।  

ଜାନୁଆରୀ ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ବଡମ୍ବା ସ୍ଥିତ ପ୍ରଭୁ ସିଂହନାଥ ପୀଠରେ ମକର ମେଳା  ଉତ୍ସବର ଭବ୍ୟ ଆୟୋଜନ କରାଯାଉଛି । ଏହି ମେଳାରେ  କଟକ ସମେତ ଅନ୍ୟାନ୍ୟ ଜିଲ୍ଲାରୁ ଦୁଇ ଲକ୍ଷରୁ ଅଧିକ  ଶ୍ରଦ୍ଧାଳୁ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ସିଂହନାଥ ପୀଠକୁ ସଂଯୋଗ କରୁଥିବା ବୈଦେଶ୍ୱର-ବଡ଼ମ୍ୱା ଟି-ସେତୁ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପୁଲିସ୍‌  ଏସ୍‌ପି ପ୍ରତୀକ ସିଂ ନିର୍ଦ୍ଦେଶ ଦେଇଛନ୍ତି । ମକର ଯାତ୍ରାକୁ  ଦୃଷ୍ଟିରେ ରଖି ଉକ୍ତ ସେତୁ ଉପରେ ଯାନବାହନ ଯାତାୟାତ  ନିମନ୍ତେ କଟକଣା ଜାରି କରାଯିବା ସହ ନୟାଗଡ଼ ପଟୁ ବଡ଼ମ୍ୱା ଆସୁଥିବା ସମସ୍ତ ଯାନବାହନଗୁଡିକୁ ସିଦ୍ଧମୂଳ  ସେତୁ ଦେଇ ବଡମ୍ୱା ଅଭିମୁଖେ ଗତି କରିବ । ସେହିଭଳି ବଡମ୍ୱା ପଟୁ ଭୁବନେଶ୍ୱର ଓ ଖୋର୍ଦ୍ଧା ଯାଉଥିବା  ଯାନବାହନଗୁଡିକ ଜାତମୁଣ୍ଡିଆ ସେତୁ ଦେଇ ଗତି କରିବ ।  

ସୂଚନାଯୋଗ୍ୟ, ଟି-ସେତୁ ହେବା ପରଠାରୁ ମକର  ମେଳାରେ ପ୍ରତିବର୍ଷ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିଚାଲିଛି । ଗତବର୍ଷ  ପ୍ରାୟ ଦୁଇ ଲକ୍ଷ ଶ୍ରଦ୍ଧାଳୁ ଏଠାକୁ ଆସିଥିଲେ । ତା’ପୂର୍ବବର୍ଷ  ୨୦୨୩ ମସିହାରେ ମକର ମେଳା ଅବସରରେ ଏଠାରେ  ପ୍ରବଳ ଜନସମାଗମ ଯୋଗୁଁ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିଲା । ଦଳଚକଟା ଯୋଗୁଁ ଜଣଙ୍କ ମୃତ୍ୟୁ  ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.