ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ୟୁକ୍ରେନ୍‌ ଜିତିବାର ସ୍ୱପ୍ନ ଦେଖୁଛନ୍ତି ପୁଟିନ , ନିଜ କ୍ଷେତ୍ରକୁ ବଞ୍ଚାଇବାରେ ହିଁ ଫସିଛନ୍ତି ; ରୁଷ୍‌ ଜେନେରାଲଙ୍କ ଖୁଲାସା

Published By : Prameya | February 20, 2025 10:51 PM

ନୂଆଦିଲ୍ଲୀ : ସାଉଦୀ ଆରବରେ ୟୁକ୍ରେନୀ ପ୍ରେସିଡେଣ୍ଟ ଭଲୋଡୋମିର ଜଲେନସ୍କିଙ୍କ ଅନୁପସ୍ଥିତିରେ , ପୁଟିନ ଓ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସବୁ କିଛି ସ୍ଥିର କରିଛନ୍ତି। ଚର୍ଚ୍ଚା ତ ୟୁକ୍ରେନରେ ନିର୍ବାଚନକୁ ନେଇ ମଧ୍ୟ ହେଉଛି। କୂଟନୀତିକ ରୂପେ ପୁଟିନ ଆଗେଇ ଚାଲିଛନ୍ତି ଏବଂ ୟୁକ୍ରେନ ଜିତିବାର ସ୍ୱପ୍ନ ଦେଖୁଛନ୍ତି , କିନ୍ତୁ ଯୁଦ୍ଧ ମୈଦାନରେ ବାଜି ପୁଟିନଙ୍କ ପକ୍ଷରେ ଏତେ ଦେଖିବାକୁ ମିଳୁ ନାହିଁ। ରୁଷୀୟ ଜେନେରାଲ ଗୁରୁବାର ଖୁଲାସା କରିଛନ୍ତି କି, ରୁଷୀୟ ସେନା ଏବେ ବି ନିଜ ଅଞ୍ଚଳକୁ ପାଇବାକୁ ସଂଘର୍ଷ କରୁଛନ୍ତି। ରୁଷ୍‌ର କୁର୍ସ୍କ କ୍ଷେତ୍ରରେ ପୁଟିନଙ୍କ ସେନା ବର୍ଷକର ସଂଘର୍ଷ ଓ ନର୍ଥ କୋରିଆର ସୈନିକଙ୍କ ସାହାଯ୍ୟ ସତ୍ତ୍ୱେ ମଧ୍ୟ କେବଳ ୬୪ ପ୍ରତିଶତ ଅଂଶ ହାସଲ କରି ପାରିଛି।  

ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ଯୁଦ୍ଧରେ , ରୁଷ୍‌ ଯଦିଓ ୟୁକ୍ରେନୀ ସହର ଗୁଡ଼ିକ ଉପରେ ଧିରେ ଧିରେ ବଢିବାରେ ଲାଗିଛି , କିନ୍ତୁ ନିଜ ଅଞ୍ଚଳକୁ ପାଇବାରେ ଏବେ ବି ସଂପୂର୍ଣ୍ଣ ସଫଳ ହୋଇ ପାରି ନାହିଁ। ରୁଷୀୟ ଜେନେରାଲ ଷ୍ଟାଫଙ୍କ ପ୍ରମୁଖ କର୍ଣ୍ଣଲ ଜେନେରାଲ ସର୍ଗେଇ ରୁଡସ୍କୋଇଙ୍କ ଅନୁସାରେ , ରୁଷ୍‌ର ସେନା ପଶ୍ଚିମୀ ରୁଷ୍‌ର କୁର୍ସ୍କ କ୍ଷେତ୍ରରେ ୮୦୦ବର୍ଗ କିଲୋମିଟର (୩୦୯ ବର୍ଗ ମାଇଲ)ରୁ ଅଧିକ କ୍ଷେତ୍ରରେ ପୁଣି ଥରେ କବଜା କରି ନେଇଛି। ଏହା ଏହି ମୋଟ କ୍ଷେତ୍ରର ପାଖାପାଖି ୬୪ ପ୍ରତିଶତ, ଏହାକୁ ୟୁକ୍ରେନ୍‌ ଗତ ବର୍ଷ ଆକ୍ରମଣ ଆରମ୍ଭ ହେବା ପରେ ନିଜର ନିୟନ୍ତ୍ରଣକୁ ନେଇ ଯାଇଥିଲା।

ରୁଡସ୍କୋଇ ଆହୁରି କହିଛନ୍ତି କି , ରୁଷ୍‌ ଏବେ ୟୁକ୍ରେନର ଡୋନେଟସ୍କ, ଜାପୋରିଜ୍ଜିଆ ଓ ଖେରସାନ ଅଞ୍ଚଳର ୭୫ ପ୍ରତିଶତ ଭାଗରେ ନିୟନ୍ତ୍ରଣ ସ୍ଥାପିତ କରି ସାରିଛି। ଏହା ବ୍ୟତୀତ ଲୁହାନସ୍କ କ୍ଷେତ୍ରର ୯୯ ପ୍ରତିଶତରୁ ଅଧିକ ଅଂଶ ମଧ୍ୟ ଏବେ ସଂପୂର୍ଣ୍ଣ ରୂପେ ରୁଷୀୟ ସେନାର କବଜାରେ ରହିଛି। 

ରୁଡସ୍କୋଇ ଏହା ମଧ୍ୟ ଦାବି କରିଛନ୍ତି କି ,ଏହି ୪ଟି ଅଞ୍ଚଳ ଏବେ ଆଇନଗତ ଭାବେ ରୁଷ୍‌ର ଅଂଶ ହୋଇ ସାରିଛି ଏବଂ ତାକୁ ୟୁକ୍ରେନ୍‌କୁ କେବେ ବି ଫେରସ୍ତ ଦିଆ ଯିବ ନାହିଁ। ଏହି ବୟାନ ଦର୍ଶାଉଛି ଯେ , ରୁଷ୍‌ ନିଜ କବଜାରେ ଥିବା ଅଞ୍ଚଳକୁ ନେଇ କୌଣିସ ବୁଝାମଣା କରିବାର ମୁଡ୍‌ରେ ନାହିଁ ଏବଂ ଏହି ସଂଘର୍ଷର ସମାଧାନ କେବଳ ଯୁଦ୍ଧର ମୈଦାନରେ ହିଁ ବାହାରିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.