ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଜେଲ୍‌ ସଂସ୍କାର ଯୋଜନା ଦେଇଛି ନୂଆ ପରିଚୟ, ଦୁଇ କଏଦୀ ଏବେ ଜେଲ୍‌ର ‘ଅଫିସ୍‌ ବୟ’

Published By : Prameya | March 28, 2025 12:13 AM

ପାରାଦୀପ,୨୭ା୩(ଆପ୍ର): ସମୟ ବଦଳିଛି । ଜେଲ୍‌ ସଂସ୍କାର ଯୋଜନା  କାର୍ଯ୍ୟକ୍ଷମ ହେବା ପରେ ଜେଲ୍‌ ପାଲଟି ଯାଇଛି ସୁଧାରଗୃହ । ଆଜୀବନ ବନ୍ଦୀ ଭାବେ ସଜା କାଟୁଥିବା କଏଦୀମାନଙ୍କ ବ୍ୟବହାର ଓ ମାନସିକତାରେ ପରିବର୍ତ୍ତନ ଆଣିବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଯାଇ ରୋଜଗାରକ୍ଷମ କରାଯାଉଛି । କୁଜଙ୍ଗ ଉପକାରାଗାରରେ ଆଜୀବନ ବନ୍ଦୀ ଭାବେ ସଜା ଭୋଗି କଏଦୀ ଜୀବନ ବିତାଉଥିବା ଦୁଇ ଜଣ ଏବେ ନୂଆ ପରିଚୟରେ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି । ରାମଚନ୍ଦ୍ର ରାଉତ, ବୟସ ୪୮ । ସ୍ତ୍ରୀ ଆତ୍ମହତ୍ୟା କରିବା ମାମଲାରେ ଆଇନକାନୁନର ଚୌହଦି ଭିତରେ ସେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି । ସ୍ତ୍ରୀ ଆତ୍ମହତ୍ୟା ମାମଲାରେ ୨୦୧୬ ମସିହାରେ ଗିରଫ ହୋଇ ୨୦୨୦ ମସିହାରୁ ଆଜୀବନ ବନ୍ଦୀ ଭାବେ କୁଜଙ୍ଗ ଉପକାରାଗାରରେ ଅଛନ୍ତି । ରାମଚନ୍ଦ୍ର ଜଣେ ବିଜ୍ଞାନ ଗ୍ରାଜୁଏଟ୍‌ । ଉପକାରାଗାର ଭିତରେ ବନ୍ଦୀ ଜୀବନ ବିତାଉଥିବା ରାମଚନ୍ଦ୍ର ଜେଲ୍‌ ଅଧିକାରୀଙ୍କଠାରୁ ଆରମ୍ଭ କରି କର୍ମଚାରୀଙ୍କ ପର୍ଯ୍ୟନ୍ତ ଏବେ ସମସ୍ତଙ୍କ ପ୍ରିୟପାତ୍ର । ତାଙ୍କ ବ୍ୟବହାର ଓ ଚାଲିଚଳଣରେ ଜେଲ୍‌ କତ୍ତୃ ର୍ପକ୍ଷଙ୍କ ସମେତ ଅନ୍ତେବାସୀମାନେ ଖୁସି ପ୍ରକଟ କରିଛନ୍ତି । 

ଶିକ୍ଷିତ ଯୁବକ ହୋଇଥିବାରୁ ଜେଲ୍‌ କର୍ତ୍ତୃପକ୍ଷ ତାଙ୍କୁ ଜେଲ ଅଫିସରେ କମ୍ପ୍ୟୁଟର କାର୍ଯ୍ୟ କରିବାକୁ ସୁଯୋଗ ଦେବା ସହିତ ଅଫିସ ବୟ ଭାବେ କାମ ଦେଇଛନ୍ତି । ଦୀର୍ଘ ୫ ବର୍ଷ ଧରି ସେ ଏକପ୍ରକାର କୁଜଙ୍ଗ ଉପକାରାଗାରକୁ ସେବା ଯୋଗାଇ ଆସୁଛନ୍ତି । ଏଥିପାଇଁ ସରକାରୀ ବିଧି ବ୍ୟବସ୍ଥା ଭିତରେ ତାଙ୍କ ପାରିଶ୍ରମିକ ବାବଦକୁ ସେ ଅଦ୍ୟାବଧି ୧ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରିସାରିଲେଣି । ରାମଚନ୍ଦ୍ରଙ୍କ ଭଳି ଅନ୍ୟଜଣେ କଏଦୀ ନିର୍ମଳ ବିଶ୍ୱାଳ(୨୮) ଆଜୀବନ ସଜା କାଟୁଛନ୍ତି । ସେ ମାଟ୍ରିକ୍‌ ପାସ କରିଛନ୍ତି । ତାଙ୍କୁ ସଫେଇ କାର୍ଯ୍ୟ ସହ ଟେଲିଫୋନ ଦାୟିତ୍ୱ ଦିଆଯାଇଛି । ପତ୍ନୀ ଆତ୍ମହତ୍ୟା ମାମଲାରେ ୨୦୧୮ ମସିହାରେ ଗିରଫ ହୋଇ ୨୦୨୪ ମେ ୮ତାରିଖରୁ ସେ ଆଜୀବନ ସଜା କାଟୁଛନ୍ତି । ରାମଚନ୍ଦ୍ର ଓ ନିର୍ମଳ ଜେଲ୍‌ ଅନ୍ତେବାସୀଙ୍କଠାରୁ ଆରମ୍ଭ କରି ସମସ୍ତଙ୍କ ପ୍ରିୟପାତ୍ର । 

ଏ ସମ୍ପର୍କରେ ଇନଚାର୍ଜ ଜେଲର୍‌ ତଥା ସୁପରିଣ୍ଟେଣ୍ଡେଣ୍ଟ ଇନ୍ଦ୍ରଜିତ୍‌ ବିଶ୍ୱାଳଙ୍କୁ ପଚାରିବାରେ ସେ କହିଛନ୍ତି, ଜେଲ୍‌ରେ ବ୍ୟକ୍ତିଗତ ସାକ୍ଷାତ ବ୍ୟବସ୍ଥା ସହ ସାକ୍ଷାତକାରୀଙ୍କ ପାଇଁ ପ୍ରତୀକ୍ଷାଳୟ, ପାନୀୟ ଜଳ ବ୍ୟବସ୍ଥା, ପଢ଼ ିବା ପାଇଁ ବହି ରହିଛି । କଏଦୀମାନଙ୍କ ପାଇଁ କୁଶଳୀ, ଅଣକୁଶଳୀ, ସେମି କୁଶଳୀ ୩ଟି ସ୍କେଲ୍‌ରେ ଦରମାର ବ୍ୟବସ୍ଥା ରହଛି । ଜେଲ୍‌ ଅନ୍ତେବାସୀମାନଙ୍କ ନିରାପତ୍ତା ଓ ମାନବିକ ଅଧିକାର ସମ୍ପର୍କରେ କାରାଗାର ମହାନିଦ୍ଦେର୍ଶକ ଅରୁଣ ରାୟ କହିଛନ୍ତି, ନୂଆ ଆଇନରେ ଅନ୍ତେବାସୀଙ୍କ ମାନବିକ ଅଧିକାର ଉପରେ ଗୁରୁତ୍ୱ ଦିଆଯାଉଛି । ମାନବାଧିକାର ଉଲ୍ଲଂଘନ ଅଭିଯୋଗ ଆସିଲେ ମାନୁଆଲ୍‌ ନିୟମକୁ ଅନୁସରଣ କରାଯାଇ ତଦନ୍ତ କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.