ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

କୁଜଙ୍ଗ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଚିତ୍ର ନୀତି , ଭଙ୍ଗା ଘରେ ରଙ୍ଗ ମାରି ଲକ୍ଷାଧିକ ଚଳୁ ଉଦ୍ୟମ

Published By : Prameya | March 29, 2025 12:58 AM

କୁଜଙ୍ଗ : କୁଜଙ୍ଗ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଏବେ ବିଚିତ୍ର ନୀତି ଦେଖିବାକୁ ମିଳିଛି । କୁଜଙ୍ଗ ତହସିଲ ଅଧୀନରେ ରହିଥିବା ରାହାମା ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ଉନ୍ନତିକରଣ କାର୍ଯ୍ୟ କରାଯାଇଛି । ତେବେ ଏହି କାର୍ଯ୍ୟରେ ବ୍ୟାପକ ଚଞ୍ଚକତା କରାଯାଇଥିବା ସଙ୍ଗିନ ଅଭିଯୋଗ ଆସିଛି । ଭଙ୍ଗା କାନ୍ଥରେ ରଙ୍ଗ ମାରି ଠିକାଦାର ଲକ୍ଷାଧିକ ଟଙ୍କା ଆତ୍ମସାତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । 

ତେବେ ଘଟଣା ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ମାନସ ସାହୁ କହିଛନ୍ତି ଯେ, ଏହି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ମରାମତି କରିବାକୁ ଅର୍ଥ ବ୍ୟୟ ବରାଦ କରାଯାଇ ନାହିଁ, ବରଂ ଖାଲି ରଙ୍ଗ ମରା ଓ ଛାତ ଗ୍ରିଡିଂ ପାଇଁ ମାତ୍ର ୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ତେବେ ଏହି ନିମ୍ନମାନର କାର୍ଯ୍ୟକୁ ନେଇ ସ୍ଥାନୀୟ ସାଇଲୋ ସରପଞ୍ଚ ସରୋଜ କୁମାର ସେଠୀ ଆପତ୍ତି ଉଠାଇବା ସହିତ କାର୍ଯ୍ୟର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ସେ ଦାବି କରିଛନ୍ତି ।

ସୂଚନା ଅନୁଯାୟୀ, କୁଜଙ୍ଗ ତହସିଲ ଅଧୀନ ରାହାମା ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ଛାତ ଭାଙ୍ଗିବା ସହ କାନ୍ଥ ଫାଟି ଆଁ କରିଥିଲା । ତେବେ ଏହାକୁ ଉନ୍ନତିକରଣ କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ି ଉକ୍ତ କାର୍ଯ୍ୟ ପାଇଁ ରାଜ୍ୟ ସରକାର ୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରିଥିଲେ। ଏହି କାର୍ଯ୍ୟ କରାଯିବା ନିମନ୍ତେ ବିଭାଗ ପକ୍ଷରୁ ଟେଣ୍ଡର୍‌ ଆହ୍ୱାନ କରାଯାଇଥିଲା । ତେବେ ବାହାର ଅଞ୍ଚଳର ଠିକାଦାର କାର୍ଯ୍ୟାଦେଶ ପାଇଥିବା ବେଳେ ସେ ନିଜେ କାର୍ଯ୍ୟ ନକରି ଅନ୍ୟ ଜଣେ ଠିକାଦାର କାର୍ଯ୍ୟ ସମ୍ପାଦନା କରିଥିବା ଦେଖିବାକୁ ମିଳିଛି । 

ଏହି କାର୍ଯ୍ୟାଳୟର ଭଙ୍ଗା ଛାତ ଓ ଫଟା କାନ୍ଥକୁ ମରାମତି ନକରି ସେଥିରେ ରଙ୍ଗ ବୋଳା ଯାଉଥିବା ଦେଖିବାକୁ ମିଳିଛି । ଏହି ଭଙ୍ଗା ଘରେ ରଙ୍ଗ ବୋଳା ଯିବାରୁ ଏହାକୁ ସ୍ଥାନୀୟ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଉନ୍ନତିକରଣ କାର୍ଯ୍ୟ କେତେ ପରିମାଣର ହେଉଛି, କିଭଳି ଭାବେ କାର୍ଯ୍ୟ ସମ୍ପାଦନା କରାଯିବା ନେଇ କେତେ ଅର୍ଥ ବ୍ୟୟବରାଦ ଅଛି, ତା'ର କୌଣସି ସୂଚନା ଫଳକ କିମ୍ବା ତଥ୍ୟ ଉଲ୍ଲେଖ କରାଯାଇ ନାହିଁ । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ମୁହଁ ଖୋଲିଲେ ସେମାନଙ୍କୁ ଧମକ ଚମକ୍‌ ଦିଆଯାଇ ଚୁପ୍‌ କରି ଦିଆଯାଉଛି । ଏହି ମନମୁଖି କାର୍ଯ୍ୟ କରାଯାଉଥିବା ପଛର କାରଣ କ'ଣ ବୋଲି ଅଞ୍ଚଳବାସୀ ଜାଣିବାକୁ ଚାହିଁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.