ପୁରୀ,୨୬/୧୧: ନୌସେନା ଦିବସରେ ପରାକ୍ରମ ଦେଖିବେ ଦର୍ଶକ । ଲକ୍ଷାଧିକ ସାଧାରଣ ଦର୍ଶକଙ୍କ ସମେତ ପ୍ରାୟ ୭ହଜାର ୫ ଶହ ଅତିଥି ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆକଳନ କରାଯାଇଛି । ତେଣୁ ସେମାନେ କିଭଳି ସହର ଭିତରକୁ ସୁରକ୍ଷିତ ଭାବେ ପ୍ରବେଶ କରିବେ ଓ ବେଳାଭୂମିରେ ପହଞ୍ଚି ନୌସେନା ଦିବସକୁ ଉପଭୋଗ କରିବେ ସେଥିପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଟ୍ରାଫିକ୍ ନିୟନ୍ତ୍ରଣ ସହ କଡ଼ା ସୁରକ୍ଷା ବଳୟରେ ଅତିଥି, ପାସ୍ଧାରୀ ଓ ସାଧାରଣ ଲୋକେ ବେଳାଭୂମି ଭିତରକୁ ପ୍ରବେଶ କରିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।
ଶୃଙ୍ଖଳିତ ଟ୍ରାଫିକ୍ ନିୟନ୍ତ୍ରଣ: ଭୁବନେଶ୍ୱର ଓ କଟକ ପାଶ୍ୱର୍ରୁ ଆସୁଥିବା ଅତିଥିମାନେ ମାଳତୀପାଟପୁରରୁ ବାଟଗାଁ, ଅଠରନଳା, ଜେଲ୍ରୋଡ୍, ମେଡିକାଲ୍ ଛକ, ଭିଆଇପି ରୋଡ୍ ଦେଇ ସୁଭାଷ ବୋଷ୍ ଛକରେ ପହଞ୍ଚିବେ । ସେଠାରୁ ବିଭିନ୍ନ ପାର୍କିଂ ସ୍ଥଳ ଯଥା ନୀଳାଚଳ ଅଶୋକ, ବ୍ଲ୍ୟୁ ଫ୍ଲାଗ୍, ଗଭର୍ଣ୍ଣର୍ ହାଉସ୍ ପାଶ୍ୱର୍, ବ୍ଲେସ୍ ସାକ୍ରାମେଣ୍ଟ୍ ହାଇସ୍କୁଲ୍ ଓ ଏସ୍ସିଏସ୍ କଲେଜ୍ ପରିସରରେ ସେମାନଙ୍କ କାର୍ ରଖି ପାରିବେ । ଏପରିକି କୋଣାର୍କ କିମ୍ବା ବ୍ରହ୍ମଗିରି ପାଶ୍ୱର୍ରୁ ଆସୁଥିବା ଅତିଥିମାନେ ଡାକ୍ତରଖାନା ଛକଠାରୁ ଭିଆଇପି ରୋଡ୍ ଦେଇ ସୁଭାଷ ବୋଷ୍ ଛକରେ ପହଞ୍ଚି ଉକ୍ତ ପାର୍କିଂକୁ ଯାଇପାରିବେ ।
ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ପୁରୀ କ୍ଲବ୍ ପରିସରରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର ଓ ବ୍ରହ୍ମଗିରି ପାଶ୍ୱର୍ରୁ ଆସୁଥିବା ପାସ୍ଧାରୀମାନେ ଜେଲ୍ରୋଡ୍ ଦେଇ ଡାକ୍ତରଖାନା ଛକରେ ପହଞ୍ଚିବା ପରେ ଶରଧାବାଲି ଠାରେ ପାର୍କିଂ କରିବେ । ସେହିପରି କୋଣାର୍କ ପାଶ୍ୱର୍ରୁ ଆସୁଥିବା ପାସ୍ଧାରୀଙ୍କ କାର୍ ମଧ୍ୟ ଶରଧାବାଲିରେ ପାର୍କିଂ ହେବ । ଉକ୍ତ ପାର୍କିଂ ଫୁଲ୍ ହେଲେ ଜେଲ୍ରୋଡ୍ ପାର୍କିଂରେ ଗାଡ଼ି ରଖାଯିବ ।
ଭୁବନେଶ୍ୱର ଓ ବ୍ରହ୍ମଗିରି ପାଶ୍ୱର୍ରୁ ଆସୁଥିବା ପାସ୍ ନଥିବା କାର୍ ମାଳତୀପାଟପୁର ଆର୍ଓବି ଦେଇ ବାଇଦାସ୍ ନଗର ଛକରୁ କୋଣାର୍କ-ପୁରୀ ବେଳାମାର୍ଗ ଦେଇ ଗ୍ରୀଡ୍ ଷ୍ଟେସନ୍ ଛକରୁ ତାଳବଣିଆ ପାର୍କଂକୁ ଯିବ । କୋଣାର୍କ ପାଶ୍ୱର୍ରୁ ଆସୁଥିବା ପାସ୍ ନଥିବା କାର୍ ମଧ୍ୟ ଗ୍ରୀଡ୍ ଷ୍ଟେସନ୍ ଛକରୁ ତାଳବଣିଆରେ ପାର୍କିଂ ହେବ । କୋଣାର୍କ ପାଶ୍ୱର୍ରୁ ଆସୁଥିବା ବାଇକ୍ ଆଇଟିଆଇ ପାର୍କିଂକୁ ଯିବ । ଭୁବନେଶ୍ୱର ପାଶ୍ୱର୍ରୁ ଆସୁଥିବା ବାଇକ୍ ବାଟଗାଁଠାରୁ ମଙ୍ଗଳାଘାଟ ବାଇପାସ୍ ଦେଇ ଷ୍ଟର୍ଲିଂ ଛକରେ ରହିବ । ବ୍ରହ୍ମଗିରି ପାଶ୍ୱର୍ରୁ ଆସୁଥିବା ବାଇକ ମଧ୍ୟ ମଙ୍ଗଳାଘାଟରୁ ଷ୍ଟର୍ଲିଂକୁ ଯିବ ବୋଲି କହିଛନ୍ତି ଟ୍ରାଫିକ୍ ଡିଏସ୍ପି ଚନ୍ଦନ ଘଡ଼େଇ ।
ବେଳାଭୂମିକୁ ୪୦ଟି ପ୍ରବେଶ ପଥରେ ହେବ ଯାଞ୍ଚ୍: ପେଣ୍ଠକଟାରୁ ବଳିଆପଣ୍ଡା ମଧ୍ୟରେ ବେଳାଭୂମିକୁ ୪୦ଟି ପ୍ରବେଶ ପଥ ରହିବ । ପେଣ୍ଠକଟା ପିଙ୍କ୍ ହାଉସ୍ଠାରୁ ୟୁଥ୍ ହଷ୍ଟେଲ୍ ମଧ୍ୟରେ ବେଳାଭୂମିକୁ ୧୦ଟି ଗଳି ରହିଛି । ଏହି ଗଳି ଦେଇ ସାଧାରଣ ଦର୍ଶକ ବେଳାଭୂମିକୁ ପ୍ରବେଶ କରିବେ । ସେହିପରି ଦିଗବାରେଣୀ ଛକରୁ ବଳିଆପଣ୍ଡା ମଧ୍ୟରେ ବେଳାଭୂମିକୁ ପ୍ରବେଶ ପାଇଁ ୩୦ଟି ଗେଟ୍ କରାଯିବ । ଏହି ସମସ୍ତ ପ୍ରବେଶ ପଥରେ କଡ଼ା ଯାଞ୍ଚ୍ କରାଯାଇ ଦର୍ଶକଙ୍କୁ ଭିତରକୁ ଛଡ଼ାଯିବ ବୋଲି କହିଛନ୍ତି ଏସ୍ପି ବିନୀତ ଅଗ୍ରୱାଲ୍ ।
ହରିହର ଛକରୁ ୟୁଥ୍ ହଷ୍ଟେଲ୍ ମଧ୍ୟରେ ପ୍ରବେଶ ନିଷେଧ: ହରିହର ଛକରୁ ୟୁଥ୍ ହଷ୍ଟେଲ୍ ମଧ୍ୟରେ ସାଧାରଣ ଲୋକଙ୍କ ପ୍ରବେଶ ନିଷେଧ କରାଯାଇଛି । ଲୋକେ ହରିହର ଛକରୁ ବଳିଆପଣ୍ଡା ମଧ୍ୟରେ ଥିବା ସମସ୍ତ ଗଳି ଦେଇ ବେଳାଭୂମି ରାସ୍ତାରେ ପହଞ୍ଚି ପାରିବେ । ସେହିପରି ୟୁଥ୍ ହଷ୍ଟେଲ୍ରୁ ପେଣ୍ଠକଟା ମଧ୍ୟରେ ଥିବା ସମସ୍ତ ଗଳି ଦେଇ ଲୋକେ ସିଟି ରୋଡ୍କୁ ବାହାରି ପାରିବେ । ଏହାପରେ ବେଳାଭୂମିକୁ ଥିବା ପ୍ରବେଶ ପଥ ଦେଇ ଭିତରକୁ ଯାଇପାରିବେ ।
ସ୍ୱର୍ଗଦ୍ୱାରକୁ ଶବ ଗାଡ଼ି ଛାଡ୍, ସାଙ୍ଗରେ ଯିବ ଗୋଟିଏ ଗାଡ଼ି: ନୌସେନା ଦିବସ ପାଳନ ସମୟରେ ସ୍ୱର୍ଗଦ୍ୱାରକୁ ଶବ ଗାଡ଼ି ଯାଇପାରିବ । କିନ୍ତୁ ଶବ ଗାଡ଼ି ସହ ସମ୍ପର୍କୀୟଙ୍କ ମାତ୍ର ଗୋଟିଏ ଗାଡ଼ି ଆସିପାରିବ ବୋଲି ନିଷ୍ପତ୍ତି ହୋଇଛି । କଟକ ଓ ଭୁବନେଶ୍ୱର ପାଶ୍ୱର୍ରୁ ଆସୁଥିବା ଶବ ଗାଡ଼ି ବାଟଗାଁଠାରୁ ମଙ୍ଗଳାଘାଟ ବାଇପାସ୍ ଓ ଷ୍ଟର୍ଲିଂ ଛକ ଦେଇ ସ୍ୱର୍ଗଦ୍ୱାର ଆସିବ । ବ୍ରହ୍ମଗିରିରୁ ଆସୁଥିବା ଶବ ଗାଡ଼ି ମଙ୍ଗଳାଘାଟ ବାଇପାସ୍ ଦେଇ ଷ୍ଟର୍ଲିଂ ଛକରୁ ସ୍ୱର୍ଗଦ୍ୱାର ଆସିବ । ସେହିପରି କୋଣାର୍କ ପାଶ୍ୱର୍ରୁ ଆସୁଥିବା ଶବ ଗାଡ଼ି ବାଇଦାସ୍ ନଗର ଛକରୁ ମାଳତୀପାଟପୁର ଆର୍ଓବି ଦେଇ ବାଟଗାଁରେ ପହଞ୍ଚିବା ପରେ ମଙ୍ଗଳାଘାଟ ବାଇପାସ୍ ଦେଇ ଷ୍ଟର୍ଲିଂ ଛକରୁ ସ୍ୱର୍ଗଦ୍ୱାରରେ ପହଞ୍ଚିବ ।