ଭୁବନେଶ୍ୱର,୨୭/୧୧: ଭିଜିଲାନ୍ସ ପଞ୍ଝାରେ ଜୁନିୟର ମାଇନିଂ ଅଫିସର । କେନ୍ଦୁଝର ଜୁନିୟର ମାଇନିଂ ଅଫିସର ପଦ୍ମନାଭ ହୋତାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ବୁଧବାର ଚଢାଉ ହୋଇଛି । ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି । ଏହି ଚଢାଉରେ ୭ଜଣ ଡିଏସ୍ପି, ୫ ଜଣ ଇନ୍ସ୍ପେକ୍ଟର, ୮ଜଣ ଏଏସ୍ଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।
ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ କେନ୍ଦୁଝର ଜୁନିୟର ମାଇନିଂ ଅଫିସର ପଦ୍ମନାଭ ହୋତାଙ୍କ ଘରେ ଚଢାଉ ହୋଇଛି । ବୁଧବାର ସକାଳୁ ସକାଳୁ ଭିଜିଲାନ୍ସର ୭ଟି ଟିମ୍ ବିଭିନ୍ନ ସ୍ଥାନରେ ରେଡ୍ କରିଛି । କେନ୍ଦୁଝର ଜିଲ୍ଲା ଜଗନ୍ନାଥପୁର ସ୍ଥିତ ଦୁଇ ମହଲା ବିଶିଷ୍ଟ ଘର ଏବଂ ମଦନପୁରରେ ଥିବା ଫାର୍ମ ହାଉସ୍ , ଭୁବନେଶ୍ୱରର କୋରଡକଣ୍ଟାରେ ଥିବା ୪ ମହଲା ବିଶିଷ୍ଟ ଘର, ଯାଜପୁର ଜେମାଦେଇପୁର ଶାସନ ଅଞ୍ଚଳରେ ଥିବା ଏକ ମହଲା ବିଶିଷ୍ଟ ପୈତୃକ ଘର, କେନ୍ଦୁଝରସ୍ଥିତ ଅଫିସ ଚାମ୍ୱର, ଭବାନୀପାଟଣାର ହିଲ୍ ଟାଉନ୍ରେ ଭଡ଼ାରେ ନେଇଥିବା ଘର ଏବଂ ଯାଜପୁରର ବଳରାମପୁରସ୍ଥିତ ସମ୍ପର୍କୀୟଙ୍କ ଘରେ ଏହି ଚଢାଉ କରାଯାଉଛି । ଏହି ଚଢାଉରେ ୭ଜଣ ଡିଏସ୍ପି, ୫ ଜଣ ଇନ୍ସ୍ପେକ୍ଟର, ୮ଜଣ ଏଏସ୍ଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।