ପ୍ରମୂଖ ଖବର
  • ରାଜଧାନୀରେ ପିଲା ବିକ୍ରି ଅଭିଯୋଗ, ୬ ଅଟକ
  • ||
  • ଭିଜିଲାନ୍ସ ଜାଲରେ ବେଗୁନିଆପଡା ସିଡିପିଓ, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ଭଦ୍ରକ : ଦୁଇ ହଜାର ଲିଟର ଚୋରା ଦେଶୀ ମଦ ଜବତ, ୨ ଗିରଫ
  • ||
  • ଆନନ୍ଦପୁର : ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ, ଜଣେ ଗୁରୁତର
  • ||
  • ରାଜ୍ୟରେ ୨୦୨୫ ଲୁଦ୍ଧା ଲାଗୁ ହେବ ଏନଇପି, ଗଠନ ହୋଇଛି ଟାସ୍କ ଫୋର୍ସ କମିଟି
  • ||
  • କରଞ୍ଜିଆ : ବାର୍ଶିଆ ଗାଁରେ ଅଘଟଣ, ନିଆଁ ଲାଗି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭିଜିଲାନ୍ସ ଜାଲରେ ଜୁନିୟର ମାଇନିଂ ଅଫିସର, ଏକକାଳୀନ ୭ଟି ସ୍ଥାନରେ ଚଢାଉ
  • ||
  • ଡିସେମ୍ବର ୫ରେ କୋଣାର୍କ ସାହିତ୍ୟ ଆସର, ମୁଖ୍ୟ ଅତିଥି ରୂପେ ଯୋଗ ଦେବେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୂଳପତି
  • ||
  • ରାଜଧାନୀରେ ଲୁଟ୍‌ ପାଇଁ ମହିଳାଙ୍କୁ ହତ୍ୟା ଘଟଣା, ମୋଷ୍ଟ ୱାଣ୍ଟେଡ୍‌କୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରିରେ ଶୀତର ଲହରୀ, ଘନ କୁହୁଡ଼ି ପାଇଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ
  • ||
  • ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନ, ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ରହିବ ଗୃହ
  • ||
  • ବୌଦ୍ଧରେ ଅପରେସନ ଗ୍ରୀନ୍‌ କ୍ଲିନ୍‌ ଜାରି, ଗୋଟିଏ ଦିନରେ ୧୨୧ ଏକର ଜମିର ଗଞ୍ଜେଇ ଚାଷ ନଷ୍ଟ
  • ||
  • ବୈପାରୀଗୁଡାରେ ଅପରେସନ ଗ୍ରୀନ୍ କ୍ଲିନ୍‌, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁବର୍ଣ୍ଣପୁରରେ ଶୀତ ଲହରୀ, ସକାଳ ୯ଟା ପର୍ଯ୍ୟନ୍ତ ରହୁଛି ଘନ କୁହୁଡିର ଆସ୍ତରଣ
  • ||

ଆମେରିକା ସରକାରରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ସାମିଲ, ଜୟଙ୍କୁ ବଡ଼ ଦାୟିତ୍ୱ ଦେଲେ ଟ୍ରମ୍ଫ

ୱାଶିଂଟନ୍, ୨୭।୧୧: ଆମେରିକାର ନବନିର୍ବାଚିତ ରାଷ୍ଚ୍ରପତି ଡୋନାଲ୍ଡ ଟ୍ରମ୍ପ । ଏବେ ଆଉ ଜଣେ ଭାରତୀୟଙ୍କୁ ଆମେରିକା ସରକାରରେ ସାମିଲ କରିଛନ୍ତି ।ଭାରତୀୟ ବୈଜ୍ଞାନିକ ଜୟ ଭଟ୍ଟାଚାର୍ଯ୍ୟଙ୍କୁ ଦେଇଛନ୍ତି ବଡ଼ ଦାୟିତ୍ୱ । ଜୟଙ୍କୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ (NIH)ର ନିର୍ଦ୍ଦେଶକ ଭାବେ ମନୋନୀତ କରାଯାଇଛି । NIH ହେଉଛି ଦେଶର ସର୍ବୋଚ୍ଚ ସ୍ୱାସ୍ଥ୍ୟ ଅନୁସନ୍ଧାନ ଏବଂ ପାଣ୍ଠି ପ୍ରତିଷ୍ଠାନ ମଧ୍ୟରୁ ଗୋଟିଏ । ଏଥିସହିତ ଟ୍ରମ୍ଫ ୨.୦ କ୍ୟାବିନେଟ୍‌ରେ ଭଟ୍ଟାଟାର୍ଯ୍ୟ ଶୀର୍ଷ ପ୍ରଶାସନିକ ପଦରେ ମନୋନୀତ ହୋଇଥିବା ପ୍ରଥମ ଭାରତୀୟ ବଂଶୋଦ୍ଭବ । 

ଏହା ପୂର୍ବରୁ ଟ୍ରମ୍ଫ ଟେସଲା କମ୍ପାନୀ ମାଲିକ ଏଲନ୍ ମସ୍କଙ୍କ ସହ ଡିପାର୍ଟମେଣ୍ଟ ଏଫ୍ ଗର୍ଭମେଣ୍ଟ ଏଫିସିଏନ୍ସିର ନେତୃତ୍ୱ ପାଇଁ ଭାରତୀୟ-ଆମେରିକା ବିବେକ ରାମସ୍ୱାମୀଙ୍କୁ ଚୟନ କରିଥିଲେ । ଏହା ଏକ ସ୍ୱେଚ୍ଛାକୃତ ପଦବୀ । ଏଥିପାଇଁ ଆମେରିକା ସିନେଟ୍ ଦ୍ୱାରା ମଞ୍ଜୁରୀ ଆବଶ୍ୟକତା ନାହିଁ । ଏହାର ଅର୍ଥ ଏହି ବିଭାଗ ଟ୍ରମ୍ପଙ୍କ କ୍ୟାବିନେଟ ସହିତ ସିଧାସଳଖ ସଂଯୁକ୍ତ ନୁହେଁ ଏବଂ ଏହା ସରକାର ବାହାରେ କାମ କରିବ । ଆମେରିକା କ୍ୟାବିନେଟ୍‌ରେ ଶୀର୍ଷ ପଦବୀରେ ଜଣେ ଭାରତୀୟ ବେଶୋଦ୍ଭବଙ୍କ ନାଁ ମନୋନୀତ କରିବା ପରେ ଟ୍ରମ୍ଫ।୍ପାନୀ ମାଲିକ ଏଲନ୍ ମସ୍କଙ୍କ ସହ ଡିପାର୍ଟମେଣ୍ଟ ଏଫ୍ ଗର୍ଭମେଣ୍ଟ ଏଫିସିଏନ୍ସିର ନେତୃତ୍ୱ ପାଇଁ ଭାରତୀୟ-ଆମେରିକା ବିବେକ  ଅତ୍ୟନ୍ତ ଖୁସି ଥିବା କହିଛନ୍ତି । ଭଟ୍ଟାଚାର୍ଯ୍ୟ ରବର୍ଟ ଏଫ. କେନେଡି ଜୁନିଅରଙ୍କ ସହ ମିଶି ଦେଶରେ ମେଡିକାଲ ରିସର୍ଚ୍ଚ ଦିଗରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବେ । ଏମାନେ ଗୁରୁତ୍ୱପୂର୍ଣ୍ଣ ଗବେଷଣା ଦିଗରେ କାର୍ଯ୍ୟ କରିବେ ଯାହା ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ ଏବଂ ଲୋକଙ୍କ ଜୀବନ ରକ୍ଷା କରିବ।'

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.