ପ୍ରମୂଖ ଖବର
  • ରାଜଧାନୀରେ ପିଲା ବିକ୍ରି ଅଭିଯୋଗ, ୬ ଅଟକ
  • ||
  • ଭିଜିଲାନ୍ସ ଜାଲରେ ବେଗୁନିଆପଡା ସିଡିପିଓ, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ଭଦ୍ରକ : ଦୁଇ ହଜାର ଲିଟର ଚୋରା ଦେଶୀ ମଦ ଜବତ, ୨ ଗିରଫ
  • ||
  • ଆନନ୍ଦପୁର : ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ, ଜଣେ ଗୁରୁତର
  • ||
  • ରାଜ୍ୟରେ ୨୦୨୫ ଲୁଦ୍ଧା ଲାଗୁ ହେବ ଏନଇପି, ଗଠନ ହୋଇଛି ଟାସ୍କ ଫୋର୍ସ କମିଟି
  • ||
  • କରଞ୍ଜିଆ : ବାର୍ଶିଆ ଗାଁରେ ଅଘଟଣ, ନିଆଁ ଲାଗି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭିଜିଲାନ୍ସ ଜାଲରେ ଜୁନିୟର ମାଇନିଂ ଅଫିସର, ଏକକାଳୀନ ୭ଟି ସ୍ଥାନରେ ଚଢାଉ
  • ||
  • ଡିସେମ୍ବର ୫ରେ କୋଣାର୍କ ସାହିତ୍ୟ ଆସର, ମୁଖ୍ୟ ଅତିଥି ରୂପେ ଯୋଗ ଦେବେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୂଳପତି
  • ||
  • ରାଜଧାନୀରେ ଲୁଟ୍‌ ପାଇଁ ମହିଳାଙ୍କୁ ହତ୍ୟା ଘଟଣା, ମୋଷ୍ଟ ୱାଣ୍ଟେଡ୍‌କୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରିରେ ଶୀତର ଲହରୀ, ଘନ କୁହୁଡ଼ି ପାଇଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ
  • ||
  • ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନ, ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ରହିବ ଗୃହ
  • ||
  • ବୌଦ୍ଧରେ ଅପରେସନ ଗ୍ରୀନ୍‌ କ୍ଲିନ୍‌ ଜାରି, ଗୋଟିଏ ଦିନରେ ୧୨୧ ଏକର ଜମିର ଗଞ୍ଜେଇ ଚାଷ ନଷ୍ଟ
  • ||
  • ବୈପାରୀଗୁଡାରେ ଅପରେସନ ଗ୍ରୀନ୍ କ୍ଲିନ୍‌, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁବର୍ଣ୍ଣପୁରରେ ଶୀତ ଲହରୀ, ସକାଳ ୯ଟା ପର୍ଯ୍ୟନ୍ତ ରହୁଛି ଘନ କୁହୁଡିର ଆସ୍ତରଣ
  • ||

ଏୟାରସେଲ୍‌ର ପୂର୍ବତନ ମାଲିକ ଆନନ୍ଦ କ୍ରିଷ୍ଣନଙ୍କ ପୁଅ ହେଲେ ବୌଦ୍ଧ ସନ୍ୟାସୀ,୪୦ ହଜାର କୋଟି ଟଙ୍କାର ସମ୍ପତ୍ତିକୁ କଲେ ତୁଛ

ନୂଆଦିଲ୍ଲୀ,୨୭।୧୧:  ଅଚଳାଚଳ ସମ୍ପତ୍ତିର ଲୋଭ ବାନ୍ଧି ରଖିପାରିଲାନି। ସବୁକିଛି ତୁଛ କରି ମାତ୍ର ୧୮ ବର୍ଷରେ ବୌଦ୍ଧ ସନ୍ୟାସୀ ହେଲେ ଏୟାରସେଲର ପୂର୍ବତନ ମାଲିକ ଆନନ୍ଦକ୍ରିଷ୍ଣାନଙ୍କ ପୁଅ। ୪୦ ହଜାର କୋଟି ଟଙ୍କାର ମୋହ ତୁଟାଇ ଆଧ୍ୟାତ୍ମିକ ମାର୍ଗରେ ଆପଣେଇଲେ ଭେନ୍ ଅଜାନ ସିରିପାନୟୋ।

ସମୃଦ୍ଧ ଓ ବିଳାସମୟ ଜୀବନକୁ ତ୍ୟାଗକରି ଆଧ୍ୟାତ୍ମିକ ମାର୍ଗକୁ ଅନୁସରଣ। ୪୦ ହଜାର କୋଟି ଟଙ୍କାରୁ ଅଧିକ ସମ୍ପତ୍ତିର ତୁଟାଇଲେ ମୋହ। ହୋଇଗଲେ ବୌଦ୍ଧ ସନ୍ୟାସୀ। ମାଲେସିଆ ଟେଲିକମ୍ ଟାଇକୁନ୍ ଆନନ୍ଦକ୍ରିଷ୍ଣନଙ୍କ ପୁଅ ଏବେ ଚର୍ଚ୍ଚାରେ। ମାତ୍ର ୧୮ ବର୍ଷ ବୟସରେ ବୌଦ୍ଧ ସନ୍ୟାସୀ ହୋଇ ସମସ୍ତଙ୍କୁ ଚକିତ କରିଛନ୍ତି ଭେନ୍ ଅଜାନ ସିରିପାନୟୋ। ଆନନ୍ଦକ୍ରିଷ୍ଣନ ମାଲେସିଆର ତୃତୀୟ ଧନୀ ବ୍ୟକ୍ତି। ହେଲେ ତାଙ୍କ ପୁଅ ଏସବୁକୁ ଛାଡି ବୌଦ୍ଧ ସନ୍ୟାସୀ ହୋବାର ଘୋଷଣା କରିଛନ୍ତି। ଦୂରସଞ୍ଚାର, ମିଡିଆ, ସାଟେଲାଇଟ୍, ତୈଳ,ଗ୍ୟାସ୍ ଓ ରିଏଲ ଇଷ୍ଟେଟ୍‌ ପର୍ଯ୍ୟନ୍ତ ଆନନ୍ଦକ୍ରିଷ୍ଣନଙ୍କ ବିଜନେସ୍‌ ଲମ୍ବିଛି। ତା ଛଡା ସେ ଏୟାରସେଲ୍‌ର ପୂର୍ବତନ ମାଲିକ ମଧ୍ୟ  ଥିଲେ। ଅତୀତରେ ଆଇପିଏଲ ଟିମ୍‌ ଚେନ୍ନାଇ ସୁପରକିଙ୍ଗ୍ସକୁ  ସ୍ପନ୍ସର କରିଥିଲେ।

ପିଲାବେଳୁ ରାଜକୀୟ ଢଙ୍ଗରେ ବଢିଥିଲେ ସିରିପନୟୋ। ତଥାପି ସେ ନିଜର ଆାରାମଦାୟକ ଓ ଐଶ୍ବର୍ଯ୍ୟପୂର୍ଣ୍ଣ ଜୀବନଶୈଳିକୁ ଛାଡି ବୌଦ୍ଧ ସନ୍ୟାସୀ ହୋଇଛନ୍ତି। ତାଙ୍କ ବାପା ଆନନ୍ଦକ୍ରିଷ୍ଣନ୍ ମଧ୍ୟ ନିଜକୁ ଜଣେ ସମର୍ପିତ ବୌଦ୍ଧ ଅନୁଯାୟୀ ବୋଲି କୁହନ୍ତି। ସେ ନିଜ ପୁଅର ଏହି ନିଷ୍ପତ୍ତିକୁ ସମ୍ମାନ ଜଣାଇଛନ୍ତି। ସିରିପନୟୋଙ୍କ। ସନ୍ୟାସ ଯାତ୍ରା ୧୮ ବର୍ଷ ବୟସରେ ଥାଇଲାଣ୍ଡରୁ ଆରମ୍ଭ ହୋଇଥିଲା। ସେ ନିଜ ମା’ଙ୍କ ପରିବାକୁ ଭେଟିବାକୁ ଯାଇଥିବା ବେଳେ ଅସ୍ଥାୟୀ ଭାବରେ ଏକ ଆଶ୍ରମରେ ସନ୍ୟାସ ନେବାର ନିଷ୍ପତ୍ତି ନେଇଥିଲେ। ଏବେ ସେ ଥାଇଲାଣ୍ଡ-ମିଆଁମାର ସୀମାରେ ଥିବା ଦତ୍ତାଓ ଡମ୍‌ ମଠର ମୁଖ୍ୟ ରୂପରେ ଜୀବନ ଯାପନ କରୁଛନ୍ତି। ସେ ଲଣ୍ଡନରେ ନିଜର ଦୁଇ ଭଉଣୀଙ୍କ ସହ ପାଠପଢିଥିଲେ। ଭିନ୍ନ ଭିନ୍ନ ସଂସ୍କୃତି ଭିତରେ ବଢିବା ପରେ ଏବେ ବୌଦ୍ଧ ଧର୍ମର ସିଦ୍ଧାନ୍ତକୁ ଗ୍ରହଣ କରିଛନ୍ତି। ଠିକ୍ ଯେପରି ଗୌମତ ବୁଦ୍ଧ ନିଜ ରାଜକୀୟ ଭୋଗବିଳାସ ପରିତ୍ୟାଗ କରି ସଂସାର ବୈରାଗୀ ହୋଇଥିଲେ ସେଭଳି ବାଟ ଗ୍ରହଣ କରିଛନ୍ତି।।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.