ପ୍ରମୂଖ ଖବର
  • ଆନନ୍ଦପୁର : ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ, ଜଣେ ଗୁରୁତର
  • ||
  • ରାଜ୍ୟରେ ୨୦୨୫ ଲୁଦ୍ଧା ଲାଗୁ ହେବ ଏନଇପି, ଗଠନ ହୋଇଛି ଟାସ୍କ ଫୋର୍ସ କମିଟି
  • ||
  • କରଞ୍ଜିଆ : ବାର୍ଶିଆ ଗାଁରେ ଅଘଟଣ, ନିଆଁ ଲାଗି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭିଜିଲାନ୍ସ ଜାଲରେ ଜୁନିୟର ମାଇନିଂ ଅଫିସର, ଏକକାଳୀନ ୭ଟି ସ୍ଥାନରେ ଚଢାଉ
  • ||
  • ଡିସେମ୍ବର ୫ରେ କୋଣାର୍କ ସାହିତ୍ୟ ଆସର, ମୁଖ୍ୟ ଅତିଥି ରୂପେ ଯୋଗ ଦେବେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୂଳପତି
  • ||
  • ରାଜଧାନୀରେ ଲୁଟ୍‌ ପାଇଁ ମହିଳାଙ୍କୁ ହତ୍ୟା ଘଟଣା, ମୋଷ୍ଟ ୱାଣ୍ଟେଡ୍‌କୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରିରେ ଶୀତର ଲହରୀ, ଘନ କୁହୁଡ଼ି ପାଇଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ
  • ||
  • ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନ, ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ରହିବ ଗୃହ
  • ||
  • ବୌଦ୍ଧରେ ଅପରେସନ ଗ୍ରୀନ୍‌ କ୍ଲିନ୍‌ ଜାରି, ଗୋଟିଏ ଦିନରେ ୧୨୧ ଏକର ଜମିର ଗଞ୍ଜେଇ ଚାଷ ନଷ୍ଟ
  • ||
  • ବୈପାରୀଗୁଡାରେ ଅପରେସନ ଗ୍ରୀନ୍ କ୍ଲିନ୍‌, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁବର୍ଣ୍ଣପୁରରେ ଶୀତ ଲହରୀ, ସକାଳ ୯ଟା ପର୍ଯ୍ୟନ୍ତ ରହୁଛି ଘନ କୁହୁଡିର ଆସ୍ତରଣ
  • ||

ବାଂଲାଦେଶରେ ହିନ୍ଦୁ ପ୍ରଦର୍ଶନକାରୀଙ୍କୁ ଗୋଡ଼ାଇ ପିଟିଲା ପୋଲିସ, ଗ୍ରେନେଡ୍ ମାଡ଼ କଲା: ୧ ମୃତ, ୬ ଆହତ

Image Courtesy:- news9

ନୂଆଦୀଲ୍ଲୀ:- ବାଙ୍ଗଲାଦେଶରେ ହିନ୍ଦୁଙ୍କ ଉପରେ ନିର୍ଯାତନା କମିବାର ନାଁ ନେଉନି। ଇସ୍କନ ମହନ୍ତ ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରିବା ପରେ ବାଂଲାଦେଶ ହିନ୍ଦୁଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି। ଜାଗେ ଜାଗେ ପ୍ରଦର୍ଶନ କରାଯାଉଛି। ମଙ୍ଗଳବାର ସ୍ଥିତି ଆହୁରି ବଢ଼ି ଯାଇଛି। ଚଟଗାଁର ଏକ ଅଦାଲତ ଚିନ୍ମୟ କୃଷ୍ଣ ଦାସଙ୍କ ଜାମିନ ଖାରଜ କରି କରିଦେବା ପରେ ତାଙ୍କ ସମର୍ଥକମାନେ ଏହାର ବିରୋଧ କରି ରାଜ ରାସ୍ତାକୁ ଓହ୍ଲାଇଥିଲେ। ପ୍ରଦର୍ଶନକାରୀମାନେ ଅଦାଲତ ପରିସରରେ ଥିବା ପ୍ରିଜନ ଭ୍ୟାନକୁ ଘେରାଉ କରିବା ସହିତ ଅଢେଇ ଘଣ୍ଟା ଯାଏ ବିରୋଧ ପ୍ରଦର୍ଶନ ଜାରି ରଖିଥିଲେ। ଆନ୍ଦୋଳନ ତୀବ୍ର ହେବା ଦେଖି ବାଂଲାଦେଶ ପୋଲିସ ହିନ୍ଦୁ ପ୍ରଦର୍ଶନକାରୀଙ୍କ ଉପରେ ଲାଠି ମାଡ଼ି କରିବା ସହ ସାଉଣ୍ଡ ଗ୍ରେନେଡ ମାଡ଼ କରିଛି। ଏଥିରେ ଜଣେ ହିନ୍ଦୁ ଆନ୍ଦୋଳନାକରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। 

ସୂଚନା ଥାଉକି ବାଂଲାଦେଶ ଜାତୀୟ ପତକାର ଅପମାନ କରିବା ଅଭିଯୋଗରେ ସୋମବାର ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରିଥିଲା ପୋଲିସ। ଏହାପରେ ମଙ୍ଗଳବାର ସକାଳ ପ୍ରାୟ ସାଢେ ଦଶଟା ବେଳେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଶୁଣାଣି ପରେ ଦିନ ପ୍ରାୟ ସାଢ଼େ ୧୨ଟା ବେଳେ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ । ଏହାପରେ ବାଂଲାଦେଶ ପୋଲିସ ଚିନ୍ମୟଙ୍କୁ ପ୍ରିଜନ ଭ୍ୟାନରେ ଜେଲ ନେଇ ଯାଉଥିଲା ବେଳେ ତାଙ୍କର ଶତାଧିକ ସମର୍ଥକ ଭ୍ୟାନକୁ ଘେରିଯିବା ସହ ରାସ୍ତା ଉପରେ ଶୋଇ ପ୍ରତିବାଦ କରିଥିଲେ । ପୋଲିସର ବାରମ୍ବାର ଅନୁରୋଧ ପରେ ବି ସମର୍ଥକମାନେ ଧାରଣାରୁ ନଉଠିବା ସହ ଚିନ୍ମୟ କୃଷ୍ଣଙ୍କୁ ମୁକ୍ତ କରିବା ପାଇଁ ସ୍ଲୋଗାନ ଦେଇଥିଲେ । ପରିସ୍ଥିତି ବିଗୁଡ଼ୁଥିବା ଦେଖି ଦିନ ଅଢ଼େଇଟା ବେଳେ ପୋଲିସ, ବର୍ଡର ଗାର୍ଡ ସହ ମିଶି ହିନ୍ଦୁ ଆନ୍ଦୋଳନକାରୀଙ୍କ ଉପରେ ଲାଠି ଚାର୍ଜ କରିବା ସହ ସାଉଣ୍ଡ ଗ୍ରେନେଡ ମାଡ଼ କରିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରଦର୍ଶନକାରୀମାନେ ପ୍ରିଜନ ଭ୍ୟାନର ଚକାକୁ ଲିକ୍ କରିଦେଇଥିଲେ। ବହୁ କଷ୍ଟରେ ଭିଡ଼ ହଟାଇ ପୁଲିସ ଚିନ୍ମୟଙ୍କୁ ଜେଲ୍‌ ନେଇଯିବାରେ ସଫଳ ହୋଇଥିଲା।   

ଏନେଇ ଚଟଗାଁ ପୋଲିସ ବିଭାଗର ଅତିରିକ୍ତ ଡେପୁଟି କମିଶନର ମୋଫିଜୁର ରେହମାନ କହିଛନ୍ତି ଯେ ଅଦାଲତର ଆଦେଶ ପରେ ଚିନ୍ମୟ କୃଷ୍ଣଙ୍କୁ ଜେଲ ପଠାଯାଉ ଥିଲା, କିନ୍ତୁ ତାଙ୍କ ସମର୍ଥକ ମାନେ ଘଟଣାସ୍ଥଳରେ ପହଞ୍ଚି କାନୁନ ବ୍ୟବସ୍ଥାକୁ ନିଜ ହାତକୁ ନେବାକୁ ଚେଷ୍ଟା କରିଥିଲେ। ପରିସ୍ଥିତି ଅସମ୍ଭାଳ ହେବାରୁ ବାଧ୍ୟ ହୋଇ ପୋଲିସ ଲାଠିଚାର୍ଜ କରିବା ସହ ସାଉଣ୍ଡ ଗ୍ରେନେଡ  ମାଡ଼ କରିଥିଲା। ଢାକା ଟ୍ରିବ୍ୟୁନର ଖବର ମୁତାବକ ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ଯୋଗୁ ଜଣଙ୍କର ମୃତ୍ୟୁ ହେବା ସହ ଛଅ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି। 

ମିଳିଥିବା ସୂଚନା ମୁତାବିକ ୩୧ ଅକ୍ଟୋବର ଦିନ ଚଟଗାଁ ଥାନାରେ ଚିନ୍ମୟ କୃଷ୍ଣ ଦାସଙ୍କ ସହ ଅନ୍ୟ ୧୮ ଜଣଙ୍କ ବିରୁଦ୍ଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଥିଲା। ଚାନ୍ଦଗାଁର ବିଏନପି ନେତା ଫିରୋଜ ଖାନଙ୍କ ଅଭିଯୋଗ କ୍ରମେ ଏହି ମାମଲା ହୋଇଥିଲା। ଅନ୍ୟପଟେ ବିଏନ୍‌ପି ଫିରୋଜ ଖାନଙ୍କୁ ଦଳରୁ ବହିଷ୍କାର କରିବା ସହ ଏଥିରେ  ଦଳର ସମ୍ପୃକ୍ତି ନାହିଁ ବୋଲି ସୂଚନା ଦେଇଛି। ସେପେଟ ଚିନ୍ମୟଙ୍କ ଜାମିନ ପାଇଁ ମହାନଗର ନିଗମରେ ଆବେଦନ କରାଯାଇଛି। ବୁଧବାର ଏହାର ଶୁଣାଣି ହେବ ବୋଲି  ଚିନ୍ମୟ କୃଷ୍ଣଙ୍କ ଓକିଲ ସ୍ୱରୁପ କାନ୍ତି ନାଥ କହିଛନ୍ତି।

  • Bangladesh
  • Bangladesh Clashes
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.