ନୂଆଦିଲ୍ଲୀ,୨୬/୧୧: ଚଣ୍ଡିଗଡ଼ର ସେକ୍ଟର ୨୬ରେ ଥିବା ଦୁଇଟି ନାଇଟ କ୍ଲବ୍ରେ ବିସ୍ଫୋରଣ । ଦେଶୀ ବୋମାରେ କରାଯାଇଥିଲା ବିସ୍ଫୋରଣ। ୨ଟି କ୍ଲବରେ ହୋଇଥିବା ବିସ୍ଫୋରଣ ମଧ୍ୟରୁ ଗୋଟିଏ କ୍ଲବ ରାପର ବାଦଶାହଙ୍କର ବୋଲି ଜଣାପଡିଛି । ଏନେଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ମୁତାବକ, ଆଜି ସକାଳ ପ୍ରାୟ ୪ ଟା ସମୟରେ ଦୁଇ ଜଣ ଅଜ୍ଞାତ ଯୁବକ ବାଇକରେ ଆସି ସେକ୍ଟର ୨୬ରେ ଥିବା ନାଇଟ୍ କ୍ଲବରେ ସନ୍ଦେହଜନକ ଭାବେ ବିସ୍ଫୋରକ ଫିଙ୍ଗିଥିଲେ। କୁହାଯାଉଛି ଯେ ଏହା ବହୁତ କମ୍ କ୍ଷମତା ବିସ୍ଫୋରଣ ଥିଲା ।ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି। ତେବେ ଯେଉଁ କ୍ଲବରେ ଏହି ବିସ୍ଫୋରଣ ଘଟିଥିଲା ତାହା ରାପର ବାଦଶାହଙ୍କର ବୋଲି କୁହାଯାଉଛି। ଘଟଣାର ଭିଡିଓରେ କ୍ଲବର ଭଙ୍ଗା ଝରକା ଦେଖିବାକୁ ମିଳିଛି। ସୂତ୍ରରୁ ପ୍ରକାଶ ଯେ,ବୋମା ଚୋରି ଉଦ୍ଦେଶ୍ୟରେ ଫିଙ୍ଗି ଦିଆଯାଇଥିଲା। କିନ୍ତୁ ଏହି ଆକ୍ରମଣ ପଛର ଉଦ୍ଦେଶ୍ୟ ପୋଲିସ ଅନୁସନ୍ଧାନ କରୁଛି। ଫୋରେନସିକ୍ ଟିମ୍ ସହାୟତାରେ ଚଣ୍ଡିଗଡ଼ ପୋଲିସ ଏହି ମାମଲାର ତଦନ୍ତ କରୁଛି। ଏଥିସହ ସିସିଟିଭି ଫୁଟେଜ ପୋଲିସ ଯାଞ୍ଚ କରିବା ସହ ସ୍ଥାନୀୟ ଅଞ୍ଚଳରେ ପଚରାଉଚରା ଜାରି ରଖିଛି ।