ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଜୁନିୟର ମାଇନିଂ ଅଫିସର, ଏକାକାଳୀନ ୭ଟି ସ୍ଥାନରେ ଚଢାଉ
  • ||
  • ଡିସେମ୍ବର ୫ରେ କୋଣାର୍କ ସାହିତ୍ୟ ଆସର, ମୁଖ୍ୟ ଅତିଥି ରୂପେ ଯୋଗ ଦେବେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୂଳପତି
  • ||
  • ରାଜଧାନୀରେ ଲୁଟ୍‌ ପାଇଁ ମହିଳାଙ୍କୁ ହତ୍ୟା ଘଟଣା, ମୋଷ୍ଟ ୱାଣ୍ଟେଡ୍‌କୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରିରେ ଶୀତର ଲହରୀ, ଘନ କୁହୁଡ଼ି ପାଇଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ
  • ||
  • ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନ, ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ରହିବ ଗୃହ
  • ||
  • ବୌଦ୍ଧରେ ଅପରେସନ ଗ୍ରୀନ୍‌ କ୍ଲିନ୍‌ ଜାରି, ଗୋଟିଏ ଦିନରେ ୧୨୧ ଏକର ଜମିର ଗଞ୍ଜେଇ ଚାଷ ନଷ୍ଟ
  • ||
  • ବୈପାରୀଗୁଡାରେ ଅପରେସନ ଗ୍ରୀନ୍ କ୍ଲିନ୍‌, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁବର୍ଣ୍ଣପୁରରେ ଶୀତ ଲହରୀ, ସକାଳ ୯ଟା ପର୍ଯ୍ୟନ୍ତ ରହୁଛି ଘନ କୁହୁଡିର ଆସ୍ତରଣ
  • ||

ବାଲାଟ୍ ପେପରରେ ନିର୍ବାଚନ ପାଇଁ ଦେଶସାରା ଚଳାଯିବ ଅଭିଯାନ, କଂଗ୍ରେସର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୧:  ବାଲାଟ୍ ପେପରରେ ନିର୍ବାଚନ କରିବା  ଦାବି ନେଇ କଂଗ୍ରେସ ଦେଶବ୍ୟାପୀ ଅଭିଯାନ କରିବାର ଘୋଷଣା କରିଛି। ପାର୍ଟି ଅଧ୍ୟକ୍ଷ ମାଲିକାର୍ଜୁନ ଖଡଗେ ମଙ୍ଗଳବାର ଏହାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆମେ ଚାହୁଁଛୁ ବାଲାଟ ପେପରରୁ ନିର୍ବାଚନ ହେଉ। ଏଥିପାଇଁ ଆମେ ଭାରତ ଯୋଡା ଯାତ୍ରରେ ପୁରା ଦେଶରେ ଅଭିଯାନ ଚଳାଇବୁ। 

ପାର୍ଟି ଅଧ୍ୟକ୍ଷ କହିଛନ୍ତି,ମୋର କହିବା ଅନୁସାରେ ଆମ ଦଳକୁ ଏକ ଅଭିଯାନ କରିବା ଦରକାର। ସବୁ ଦଳକୁ ମଧ୍ୟ ଆମର ସାଥ୍ ଦେବା ଉଚିତ। ଆମେ ରାହୁଲଙ୍କ ନେତୃତ୍ବରେ ଭାରତ ଯୋଡ ଯାତ୍ରାରେ ସମ୍ପୂର୍ଣ୍ଣ ଭାବରେ ପୁରା ଦେଶରେ ଅଭିଯାନ ଚଳାଇବୁ।’ ଏହି ସମୟରେ ଖଡଗେ ଜାତୀୟ ଜନଗଣନାର ପ୍ରସଙ୍ଗ ଉଠିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନଗଣନା କରିବାକୁ ଡରୁଛନ୍ତି। କିନ୍ତୁ ତାଙ୍କୁ ବୁଝିବା ଦରକାର ସମାଜର ପ୍ରତ୍ୟେକ ଲୋକଙ୍କର ନିଜର ଦାୟିତ୍ବ ରହିବା ଦରକାର।

ସେ କହିଛନ୍ତି, ଯଦି ବାସ୍ତବରେ ଆପଣ ଦେଶର ଏକତା ଚାହାନ୍ତି ତେବେ ଘୃଣା ସୃଷ୍ଟି କରିବା ବନ୍ଦ କରିବାକୁ ହେବ। କେବଳ ସେତିକି ନୁହେଁ ସମ୍ବିଧାନ ଦିବସରେ ଖଡଗେ ଏହି ଦାବି କରିଛନ୍ତି ଯେ, ଦୁଇ ଦିନ ସଂସଦରେ ଏହା ଉପରେ ଚର୍ଚ୍ଚା ହେବା ଦରକାର। ସେ କହିଛନ୍ତି ଲୋକଙ୍କୁ ସମ୍ବିଧାନ ବିଷୟରେ ସୂଚନା ମିଳିବ ଓ ଏହାର ରକ୍ଷା କିଭଳି ହେବ ସେ ବିଷୟରେ ଚର୍ଚ୍ଚା କରାଯିବ ନିହାତି ଜରୁରୀ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.