ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଜୁନିୟର ମାଇନିଂ ଅଫିସର, ଏକାକାଳୀନ ୭ଟି ସ୍ଥାନରେ ଚଢାଉ
  • ||
  • ଡିସେମ୍ବର ୫ରେ କୋଣାର୍କ ସାହିତ୍ୟ ଆସର, ମୁଖ୍ୟ ଅତିଥି ରୂପେ ଯୋଗ ଦେବେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୂଳପତି
  • ||
  • ରାଜଧାନୀରେ ଲୁଟ୍‌ ପାଇଁ ମହିଳାଙ୍କୁ ହତ୍ୟା ଘଟଣା, ମୋଷ୍ଟ ୱାଣ୍ଟେଡ୍‌କୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରିରେ ଶୀତର ଲହରୀ, ଘନ କୁହୁଡ଼ି ପାଇଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ
  • ||
  • ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନ, ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ରହିବ ଗୃହ
  • ||
  • ବୌଦ୍ଧରେ ଅପରେସନ ଗ୍ରୀନ୍‌ କ୍ଲିନ୍‌ ଜାରି, ଗୋଟିଏ ଦିନରେ ୧୨୧ ଏକର ଜମିର ଗଞ୍ଜେଇ ଚାଷ ନଷ୍ଟ
  • ||
  • ବୈପାରୀଗୁଡାରେ ଅପରେସନ ଗ୍ରୀନ୍ କ୍ଲିନ୍‌, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁବର୍ଣ୍ଣପୁରରେ ଶୀତ ଲହରୀ, ସକାଳ ୯ଟା ପର୍ଯ୍ୟନ୍ତ ରହୁଛି ଘନ କୁହୁଡିର ଆସ୍ତରଣ
  • ||

ସୁପ୍ରିମକୋର୍ଟର ଏକ କାର୍ଯ୍ୟକ୍ରମରେ ସମ୍ବିଧାନ ଦିବସ ପାଳିଲେ ମୋଦୀ, ମନେ ପକାଇଲେ ୨୬/୧୧ ମୁମ୍ବାଇ ଆକ୍ରମଣର କଥା...

ନୂଆଦିଲ୍ଲୀ: ୭୫ ତମ ସମ୍ବିଧାନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସୁପ୍ରିମକୋର୍ଟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ସେ କହିଛନ୍ତି ଯେ, ଭାରତୀୟ ମାନଙ୍କୁ ଶୀଘ୍ର ନ୍ୟାୟ ମିଳୁ, ଏଥି ପାଇଁ ଏକ ନୂତନ ନ୍ୟାୟିକ ସଂହିତା କାର୍ଯ୍ୟକାରୀ କରାଯାଇଛି। ଦଣ୍ଡ ଭିତ୍ତିକ ବ୍ୟବସ୍ଥା ବର୍ତ୍ତମାନ ନ୍ୟାୟ ଭିତ୍ତିକ ବ୍ୟବସ୍ଥାରେ ପରିବର୍ତ୍ତିତ ହୋଇଛି । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜାମ୍ମୁ କାଶ୍ମୀରରେ ପ୍ରଥମ ଥର ପାଇଁ ସମ୍ବିଧାନ ଦିବସ ପାଳନ କରାଯାଇଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ଆମର ସମ୍ବିଧାନ ଦେଶର ପ୍ରତ୍ୟେକ ଆଶା ଏବଂ ଆବଶ୍ୟକତାକୁ ପୂରଣ କରିଛି । ସମ୍ବିଧାନର ଶକ୍ତି ହେତୁ ଆଜି ବାବା ସାହେବଙ୍କ ସମ୍ବିଧାନ ଜାମ୍ମୁ କାଶ୍ମୀରରେ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇଛି । ପ୍ରଥମ ଥର ପାଇଁ ଜାମ୍ମୁରେ ସମ୍ବିଧାନ ଦିବସ ପାଳନ କରାଯାଇଛି । ଭାରତ ଆଜି ଏକ ବଡ ପରିବର୍ତ୍ତନ ଦେଇ ଗତି କରୁଛି ଏବଂ ଭାରତର ସମ୍ବିଧାନ ଆମ ପାଇଁ ଏକ ମାର୍ଗଦର୍ଶିକା ପାଲଟିଛି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି କି, "ଆମ ସମ୍ବିଧାନର ନିର୍ମାତା ମାନେ ଜାଣିଥିଲେ ଯେ ଭାରତର ଆକାଂକ୍ଷା, ଭାରତର ସ୍ୱପ୍ନ ସମୟ ସହିତ ନୂତନ ଉଚ୍ଚତାରେ ପହଞ୍ଚିବ। ସେମାନେ ଜାଣିଥିଲେ ଯେ ସ୍ବାଧିନ ଭାରତ ଏବଂ ଭାରତର ନାଗରିକଙ୍କ ଆବଶ୍ୟକତା ବଦଳିବ । ତେଣୁ ସେମାନେ ଆମର ସମ୍ବିଧାନକୁ କେବଳ ଆଇନର ପୁସ୍ତକ ଭାବରେ ଛାଡି ନାହାଁନ୍ତି, ବରଂ ଏହାକୁ ଏକ ଜୀବନ୍ତ, କ୍ରମାଗତ ପ୍ରବାହିତ ସ୍ରୋତରେ ପରିଣତ କରିଛନ୍ତି।

ସେପଟେ ୨୬ ନଭେମ୍ବରରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି ଯେ ଯେତେବେଳେ ଆମେ ଗଣତନ୍ତ୍ରର ଏହି ଗୁରୁତ୍ୱପୂର୍ଣ୍ଣ ପର୍ବକୁ ମନେ ପକାଉ, ସେତେବେଳେ ଆମେ ଭୁଲି ପାରିବୁ ନାହିଁ ଯେ ଆଜିର ଦିନରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.