ପ୍ରମୂଖ ଖବର
  • ବୈପାରୀଗୁଡାରେ ଅପରେସନ ଗ୍ରୀନ୍ କ୍ଲିନ୍‌, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁବର୍ଣ୍ଣପୁରରେ ଶୀତ ଲହରୀ, ସକାଳ ୯ଟା ପର୍ଯ୍ୟନ୍ତ ରହୁଛି ଘନ କୁହୁଡିର ଆସ୍ତରଣ
  • ||

ଏଆର୍ ରେହମାନଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ମୋହିନି ଦେ; କହିଲେ, 'ସେ ମୋ ବାପାଙ୍କ ପରି ହେବେ'

ମୁମ୍ବାଇ,୨୬/୧୧:ଗାୟକ ଏଆର୍.ରେହମାନ ଓ ସାୟରା ବାନୁ ନିକଟରେ ଛାଡପତ୍ର ଘୋଷଣା କରିଥିଲେ । ଯାହାର ଠିକ୍ କିଛି ସମୟ ପରେ ମୋହିନୀ ଦେ ମଧ୍ୟ ତାଙ୍କ ସ୍ବାମୀଙ୍କ ସହ ଛାଡ଼ପତ୍ର ଘୋଷଣା କରିଥିଲେ । ଏନେଇ ଏଆର ରେହମାନ ଓ ମୋହିନି ଦେଙ୍କ ସମ୍ପର୍କକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଥିବା ବେଳେ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମୋହିନି ଦେ । 

ମୋହିନି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି କହିଛନ୍ତି ଯେ, 'ଏ ଆର୍ ରେହମାନ ମୋ ବାପାଙ୍କ ପରି।ମୁଁ ତାଙ୍କୁ ବହୁତ ସମ୍ମାନ କରେ। ମୁଁ ବିଶ୍ୱାସ କରିପାରୁନି ଯେ ମୋ ଏବଂ ଏ ଆର ରେହମାନଙ୍କ ବିଷୟରେ ଏପରି ମିଥ୍ୟା କଥା ପ୍ରଚାର କରାଯାଉଛି। ଲୋକମାନେ ମାନସିତ ସ୍ତରରେ ଅସୁସ୍ଥ । ତାଙ୍କର ମୋ ବୟସର ଝିଅ ଅଛନ୍ତି । ୮ବର୍ଷ, ମୁଁ ଟିମରେ ଏକ ଗିଟାର୍ ପ୍ଲେୟାର ଭାବରେ କାମ କରିଛି । ମୋର କାହାକୁ କୌଣସି ସ୍ପଷ୍ଟୀକରଣ ଦେବାର ଆବଶ୍ୟକତା ନାହିଁ। କିନ୍ତୁ ଏହିପରି ଜିନିଷ କାହାର ଜୀବନକୁ ନଷ୍ଟ କରିପାରେ। ତେଣୁ ଦୟାକରି ଦୟାଳୁ ହୁଅନ୍ତୁ ଏବଂ ମିଥ୍ୟା ଖବର ପ୍ରଚାର କରନ୍ତୁ ନାହିଁ ଏବଂ ଏହାଠାରୁ ଦୂରେଇ ରୁହନ୍ତୁ । ଆପଣମାନଙ୍କୁ ଅନୁରୋଧ କରୁଛି ଦୟାକରି ଗୋପନୀୟତା ବଜାୟ ରଖିବାକୁ ଦିଅନ୍ତୁ ।'



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.