ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଜୁନିୟର ମାଇନିଂ ଅଫିସର, ଏକାକାଳୀନ ୭ଟି ସ୍ଥାନରେ ଚଢାଉ
  • ||
  • ଡିସେମ୍ବର ୫ରେ କୋଣାର୍କ ସାହିତ୍ୟ ଆସର, ମୁଖ୍ୟ ଅତିଥି ରୂପେ ଯୋଗ ଦେବେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୂଳପତି
  • ||
  • ରାଜଧାନୀରେ ଲୁଟ୍‌ ପାଇଁ ମହିଳାଙ୍କୁ ହତ୍ୟା ଘଟଣା, ମୋଷ୍ଟ ୱାଣ୍ଟେଡ୍‌କୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରିରେ ଶୀତର ଲହରୀ, ଘନ କୁହୁଡ଼ି ପାଇଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ
  • ||
  • ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନ, ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ରହିବ ଗୃହ
  • ||
  • ବୌଦ୍ଧରେ ଅପରେସନ ଗ୍ରୀନ୍‌ କ୍ଲିନ୍‌ ଜାରି, ଗୋଟିଏ ଦିନରେ ୧୨୧ ଏକର ଜମିର ଗଞ୍ଜେଇ ଚାଷ ନଷ୍ଟ
  • ||
  • ବୈପାରୀଗୁଡାରେ ଅପରେସନ ଗ୍ରୀନ୍ କ୍ଲିନ୍‌, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁବର୍ଣ୍ଣପୁରରେ ଶୀତ ଲହରୀ, ସକାଳ ୯ଟା ପର୍ଯ୍ୟନ୍ତ ରହୁଛି ଘନ କୁହୁଡିର ଆସ୍ତରଣ
  • ||

ସବୁଠୁ ଲମ୍ବା ଡିଜିଟାଲ ଆରେଷ୍ଟ ! ୨୪ ଘଣ୍ଟା ଲାଇଭ୍ ରହୁଥିଲେ ସ୍କାମର, ମହିଳାଙ୍କଠାରୁ ଲୁଟିନେଲେ ୩.୮ କୋଟି ଟଙ୍କା

ମୁମ୍ବାଇ,୨୬।୧୧:  ମୁମ୍ବାଇରେ ଡିଜିଟାଲ ଆରେଷ୍ଟ ମାଧ୍ୟମରେ ଜଣେ ୭୭ ବର୍ଷୀୟ ମହିଳାଙ୍କଠାରୁ ୩.୮ କୋଟି ଠକେଇ। ଦକ୍ଷିଣ ମୁମ୍ବାଇର ଏହି ମହିଳାଙ୍କୁ ଏକ ମାସ ଧରି ଡିଜିଟାଲ ଆରେଷ୍ଟ କରି ରଖାଯାଇଥିଲା। ମହିଳାଙ୍କୁ କୁହାଯାଇଥିଲା ଏକ ମନି ଲଣ୍ଡରିଂ ମାମଲାରେ ତାଙ୍କୁ  ଗିରଫ କରାଯାଇପାରେ। ଅଭିଯୁକ୍ତମାନେ ତାଙ୍କୁ ଭୟ ଦେଖାଇ ୩.୮ କୋଟି ଟଙ୍କା ଠକିଥିଲେ। ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଖବର ଅନୁଯାୟୀ ମହିଳା ଜଣକ ତାଙ୍କ ୭୫ ବର୍ଷୀୟ ବୟସ୍କ ଅବସରପ୍ରାପ୍ତ ସ୍ୱାମୀଙ୍କ ସହ ରୁହନ୍ତି। ତାଙ୍କର ପିଲାମାନେ ବିଦେଶରେ ରୁହନ୍ତି ।

ସୂଚନା ଅନୁଯାୟୀ, ମହିଳାଙ୍କୁ ଏକ ହ୍ବାଟସଆପ୍ କଲ ଆସିଥିଲା। ଯେଉଁଥିରେ କୁହାଯାଇଥିଲା ଯେ ତାଇୱାନକୁ ପଠାଯାଇଥିବା ତାଙ୍କ ନାମରେ ଥିବା ଏକ ପାର୍ସଲକୁ ଧରାଯାଇଛି। ଏହି ପାର୍ସଲରେ ପାସପୋର୍ଟ, ବ୍ୟାଙ୍କ କାର୍ଡ, ୪ କେଜି ପୋଷାକ ଏବଂ ଡ୍ରଗ୍ସ ରହିଛି। ମହିଳା ଜଣକ କଲରକୁ ସ୍ପଷ୍ଟ ଭାବରେ କହିଥିଲେ ଯେ ସେ କୌଣସି ପାର୍ସଲ ପଠାଇ ନାହାଁନ୍ତି। ଏହାପରେ କଲ୍ କରିଥିବା ବ୍ୟକ୍ତି କହିଥିଲା  ଆଧାର କାର୍ଡର ଡିଟେଲ ତାଙ୍କର।ଆଧାର କାର୍ଡ ଅର୍ଥ ହେରଫେର ମାମଲା ସହ ଜଡିତ ଅଛି ବୋଲି ନକଲି ପୋଲିସ ହୋଇ କହିଥିଲେ ସ୍କାମର।   

ଏହାପରେ ମହିଳାଙ୍କୁ ସ୍କାଇ ଆପ୍ ଡାଉନଲୋଡ୍ କରି ଆମ ସହ  ଯୋଗାଯୋଗରେ ରହିବାକୁ କହିଥିଲା ସ୍କାମର। ଘଟଣା ସମ୍ପର୍କରେ କାହାକୁ କିଛି ନକହିବାକୁ ବି ଧମକ ଦେଇଥିଲା।କଲ୍‌ର ନିଜକୁ   ଆଇପିଏସ୍‌ ଆନନ୍ଦ ରାଣା ଓ ଫାଇନାନ୍ସ ଡିପାର୍ଟମେଣ୍ଟର ଅଧିକାରୀ ଜର୍ଜ ମାଥ୍ୟୁ ବୋଲି କହିଥିଲା। ମହିଳାଙ୍କୁ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେଇଥିଲେ ଓ ନିଜର ସବୁ ଟଙ୍କା ତାଙ୍କୁ ଟ୍ରାନ୍ସଫର କରିବାକୁ କହିଥିଲେ, ଯେମିତି ସେମାନେ ତଦନ୍ତ କରିବେ। ମହିଳାଙ୍କୁ କୁହାଯାଇଥିଲା ଏହି ସବୁ ଟଙ୍କା ପୁଣିଥରେ ଫେରାଇ ଦିଆଯିବ। ମହିଳାଙ୍କୁ ହ୍ବାଟସଆପ୍ ଭିଡିଓ କଲ୍‌ରେ ୨୪ ଘଣ୍ଟା ରହିବାକୁ କୁହାଯାଉଥିଲା। ସେ ମଧ୍ୟ ଭୟଭୀତ ହୋଇଯାଇଥିଲେ। ଘରର କମ୍ପ୍ୟୁଟରରେ ଏକ ମାସ ପର୍ଯ୍ୟନ୍ତ ଭିଡିଓ କଲ୍‌କୁ ଅନ୍ ରଖାଗଲା। ଯେତେବେଳେ ଭିଡିଓ କଲ୍ ଡିସକନେକ୍ଟ ହୁଏ ତାଙ୍କୁ ତୁରନ୍ତ ଅନ୍ କରିବାକୁ କୁହାଯାଉଥିଲା। ଏପରିକି ଲୋକେସନ୍‌ ବି ଚେକ୍ କରୁଥିଲେ। 

ମହିଳା ଜଣକ ବ୍ୟାଙ୍କ ଯାଇ ସେଠାରୁ କଲ୍‌ରଙ୍କୁ ଟଙ୍କା ଟ୍ରାନ୍ସଫର କରିଥିଲେ।  ସେଠାରେ କହିଥିଲେ କିଛି ପ୍ରପଟି କିଣିବେ। ଏହାପରେ  ନିଜର ୬ଟି ବ୍ୟାଙ୍କ ଆକାଉଣ୍ଟରୁ ୩.୮ କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ। ଅଭିଯୁକ୍ତମାନେ ତାଙ୍କୁ ୧୫ ଲକ୍ଷ ଫେରାଇଥିଲେ। ତା’ ପରେ  ଟଙ୍କା ନଫେରାଇବାରୁ ମହିଳା ଜଣକ ନିଜ ଝିଅକୁ ଫୋନ୍ କରିଥିଲେ। ଝିଅ ପୋଲିସର ସହାୟତା ନେବାକୁ କହିଥିଲେ। ମହିଳା ଜଣକ ୧୯୩୦ ରେ କଲ୍‌ କରି ପୋଲିସକୁ ସବୁ ସୂଚନା ଦେଇଥିଲେ। ପୋଲିସ ମାମଲା ରୁଜୁ କରିଛି ଓ ମୁମ୍ବାଇ କ୍ରାଇମବ୍ରାଞ୍ଚ ଏବେ ତଦନ୍ତ ଜାରି ରଖିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.