ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ରାଜଧାନୀରେ ବଢ଼ିଛି ଏସ୍‌କର୍ଟ ସର୍ଭିସର ଚାହିଦା, ଦଲାଲଙ୍କ ପାଇଁ ଗହଳି ଜାଗା ପାଲଟିଛି ଡେଲିଭରି ପଏଣ୍ଟ

Published By : Prameya | November 25, 2024 9:13 AM

ଭୁବନେଶ୍ୱର,୨୫/୧୧: ସହିଦନଗର  ଭବାନୀ ମଲ୍‌ ସାମ୍ନା । ସମୟ ରାତି ସାଢ଼େ ୮ଟା ।  ରାସ୍ତାକଡ଼ରେ ଏକ କଳାରଙ୍ଗର କାର ଛିଡ଼ା ହୋଇଥିଲା । କାରଟି ଦୀର୍ଘ ସମୟ ଧରି ଷ୍ଟାର୍ଟ  ଅବସ୍ଥାରେ ଥିଲା । ଏସି ବି ଚାଲୁଥିଲା । ଅନ୍ୟ ଏକ ଦାମୀ କାର ପଛରେ ଲାଗିଲା । କାରରୁ ୨ଜଣ ଯୁବକ ଓହ୍ଲାଇଲେ । ବେଶଭୂଷାରୁ ସମ୍ଭ୍ରାନ୍ତ  ଶ୍ରେଣୀୟ ଲାଗୁଥିଲେ । ଉଭୟେ କାର ଆଡ଼କୁ ମାଡି ଚାଲିଲେ ।  

କଳା କାର ଭିତରୁ ଜଣେ ଯୁବକ ବାହାରି କିଛି ପାଦ ଆଗକୁ ଚାଲିଗଲା । ୨ ଯୁବକ କାର ଭିତରେ ପଶିଲେ । ୫ରୁ ୧୦ ମିନିଟ୍‌ ବିତିଛି କି ନାହିଁ । ୨ ଯୁବକଙ୍କ ସହ ଅନ୍ୟ ଜଣେ ସୁନ୍ଦରୀ ଯୁବତୀ କାରରୁ ବାହାରିଲେ । ଯୁବତୀଜଣକ ମିନି ସ୍କଟ୍‌ ସାଙ୍ଗକୁ ଟପ୍‌ ପିନ୍ଧିଥିଲେ । ସେ ଚୁପ୍‌ଚାପ୍‌ ଚାଲିକି ଯାଇ ପଛ କାରରେ ବସିଲେ । ୨ ଯୁବକ  ଆଖି ପିଛୁଳାକେ ଯୁବତୀଙ୍କୁ ସାଙ୍ଗରେ ଧରି  ଘଟଣାସ୍ଥଳରୁ ଅର୍ନ୍ତଧ୍ୟାନ ହୋଇଗଲେ । ବାହାରେ ଅପେକ୍ଷା କରିଥିବା ଯୁବକ ପୁଣି କଳା କାରରେ ବସି ରହିଲା । ସମାନ ଜାଗାରେ ଅଧ  ଘଣ୍ଟା ପରେ ପୁଣି ଏକ କାର ଲାଗିଲା । ତା’ର  ଘଣ୍ଟାଏ ପରେ ଆଉ ଏକ କାର । ସମାନ ଢ଼ଙ୍ଗରେ  କଳା କାରରୁ ଅନ୍ୟ ୨ ଯୁବତୀ ବାହାରିଲେ । ୨ଟି  କାରରେ ବସି ଅନ୍ୟତ୍ର ଚାଲିଗଲେ ।  

ରାଜଧାନୀରେ ଏଭଳି କିଛି ଢ଼ଙ୍ଗରେ ଚାଲିଛି ଏସ୍‌କର୍ଟ ସର୍ଭିସ୍‌ରେ ଦେହ ବେପାର । ଖାଲି ଭବାନୀ ମଲ୍‌ ନୁହେଁ, ମାକେର୍ଟ ବିଲ୍ଡିଂର ବିଏମ୍‌ସିର କେଶରୀ ମଲ୍‌, ମାଷ୍ଟରକ୍ୟାଣ୍ଟିନ ଛକ, ରାମମନ୍ଦିର  ସାମ୍ନା ନ୍ୟୁ ମାରିଅନ୍‌ ହୋଟେଲ, ଫୋରମ ମାର୍ଟ  ଭଳି ଜନଗହଳି ପୂର୍ଣ୍ଣ ଜାଗା ପାଲଟିଛି ଦେହ  ଦଲାଲଙ୍କ ଡେଲିଭରି ପଏଣ୍ଟ । ସେମାନେ  ଗୋଟିଏ କାର୍‌ରେ ୩ଜଣ ଦେହଜୀବୀଙ୍କୁ  ଧରି ଡେଲିଭରି ପଏଣ୍ଟରେ ସନ୍ଧ୍ୟାରୁ ଡେରା ପକାଉଛନ୍ତି । କେହି ଗ୍ରାହକ ଫୋନ୍‌ କଲେ, ତାଙ୍କୁ  ଉକ୍ତ ଜାଗାରେ ପହଞ୍ଚିବାକୁ କୁହାଯାଉଛି । କାର ଭିତରେ ହିଁ ଦେହଜୀବୀ ପସନ୍ଦ କରିବା ସହ ମୂଲଚାଲ ସରିଯାଉଛି । ଗ୍ରାହକମାନେ ପସନ୍ଦ  ଅନୁସାରେ ଦେହଜୀବୀଙ୍କୁ ନେଇ ଯାଉଛନ୍ତି ।   

ଜଣେ ଦେହ ଦଲାଲ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ହୋଟେଲକୁ ଲିଜ୍‌ରେ ନେଇ ଦେହ ବେପାର କରୁଥିବା ବେଳେ ପୁଲିସ ଚଢ଼ଉ ଭୟ ରହୁଥିଲା । କିନ୍ତୁ ଏବେ ଏସକର୍ଟ  ସର୍ଭିସରେ ବିନା ଟେନସନରେ ବେପାର ଚାଲୁଛି । କୌଣସି ନିଛାଟିଆ ଜାଗାରେ କାର ପାର୍କିଂ କଲେ, ପାଟ୍ରୋଲିଂ ଭ୍ୟାନ୍‌ ଅଟକାଇ ଜେରା କରିବା ଭୟ ରହୁଛି । ତେଣୁ ପୁଲିସର ସନ୍ଦେହ  ନ ଉପୁଜିବା ପାଇଁ ଜନଗହଳିପୂର୍ଣ୍ଣ ଜାଗାକୁ  ଡେଲିଭରି ପଏଣ୍ଟ କରିବାକୁ ବାଧ୍ୟ ହେଉଛୁ । ସେଠାରୁ ଦେହଜୀବୀମାନଙ୍କୁ ଗରାଖଙ୍କୁ ଧରାଇ ଦେବା ପରେ ଆମେ ଟେନସନ ମୁକ୍ତ । ଯାହା  ପାଖରେ ହୋଟେଲ ସୁବିଧା ନାହିଁ । ସେମାନଙ୍କୁ ଆମ ସେଟିଂ ଥିବା କିଛି ଓୟୋ ହୋଟେଲକୁ ପଠାଉଛୁ । 

ଡିମାଣ୍ଡରେ ବାଂଲାଦେଶୀ ଦେହଜୀବୀ

ଭୁବନେଶ୍ୱରରେ ବାଂଲା ସୁନ୍ଦରୀ ଛାଇଗଲେଣି । ଦେହଜୀବୀ ମହଲରେ ଏମାନଙ୍କ ସଂଖ୍ୟା  ବଢ଼ିବାରେ ଲାଗିଛି । ଗରାଖଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି । କିଏ ଚାକିରି ଲୋଭ ତ ଆଉ କିଏ  ଦଲାଲଙ୍କ ଜାଲରେ ପଡ଼ି ଲୁଚାଛପାରେ ସୀମା ଡେଇଁ କୋଲକାତାରେ ପହଞ୍ଚୁଛନ୍ତି । ସେଠାରୁ  ଦଲାଲଙ୍କ ଜରିଆରେ ଭୁବନେଶ୍ୱରରେ ପହଞ୍ଚିବା ପରେ ପାଲଟି ଯାଉଛନ୍ତି ବୃତ୍ତିଗତ ଦେହଜୀବୀ ।  ରାଜମହଲ, ପଟିଆ, ଘାଟିକିଆ, କଳିଙ୍ଗନଗରର କିଛି ଆପାର୍ଟମେଣ୍ଟ ଓ ଡୁପ୍ଲେକ୍ସରେ ଏମାନଙ୍କୁ  ମାସ ମାସ ଧରି ରଖାଯାଉଛି । ଦଲାଲଙ୍କ ଜରିଆରେ ବହୁ ବାଂଲା ଦେହଜୀବୀଙ୍କ ଫଟୋ ଏବେ  ସୋସିଆଲ ମିଡିଆରେ ଘୂରି ବୁଲୁଛି । ସମ୍ପୃକ୍ତ ଦେହ ଦଲାଲଙ୍କ ସୂଚନା ମୁତାବକ, ଏବେ  ବାଂଲାଦେଶୀ ଦେହଜୀବୀଙ୍କ ଡିମାଣ୍ଡ ଅଧିକ । କାହିଁକି ନାଁ ଏମାନେ କମ୍‌ ଟଙ୍କାରେ ଦେହ ବିକିବାକୁ  ରାଜି ହେଉଛନ୍ତି । ରାତିକ ପାଇଁ ୩ରୁ ୫ ହଜାର ଟଙ୍କାରେ ବାଂଲା ସୁନ୍ଦରୀ ଯାଉଛନ୍ତି ।

ଠିକଣା ଖୋଜିବାକୁ ଡିସିପିଙ୍କ ନିର୍ଦ୍ଦେଶ

ଡିସିପି ପିନାକ ମିଶ୍ର କହିଛନ୍ତି, ଭୁବନେଶ୍ୱରରେ ତୀକ୍ଷ୍ମ ନଜର ରଖିଛୁ । ଏ ବାବଦରେ କୌଣସି  ଖବର କିମ୍ବା ଅଭିଯୋଗ ହସ୍ତଗତ ହେଲେ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଗୁଇନ୍ଦା ଶାଖାକୁ  ଆଲର୍ଟ କରାଇଛୁ । ବାଂଲାଦେଶୀ ଦେହଜୀବୀଙ୍କ ରହଣିସ୍ଥଳ ଓ ଡେଲିଭରି ପଏଣ୍ଟ ଖୋଜାଚାଲିଛି ।  ହୋଟେଲ ଓ ଲଜ୍‌ଗୁଡି଼କୁ ମଧ୍ୟ ରିତିମତ ଯାଞ୍ଚ ହେଉଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.