ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ବିରୋଧରେ ଆସିଥିବା ଅଭିଯୋଗ ଉପରେ ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଆଦାନୀ ତାଙ୍କ ଅଭିଯୋଗ ସ୍ବିକାର କରିବେ ନାହିଁ। ଆଦାନୀଙ୍କୁ ଗିରଫ ନକରିବାରୁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ରାହୁଲ୍ । ଏଥି ସହ ସେ କହିଛନ୍ତି ଯେ, ସରକାର ତାଙ୍କୁ ସୁରକ୍ଷା ଦେଉଛନ୍ତି ।
ଆଦାନୀଙ୍କୁ ନେଇ ଯେବେ ରାହୁଲ ଗାନ୍ଧୀଙ୍କୁ ପଚରାଗଲା, ସେ କହିଥିଲେ ଯେ, “ଆପଣଙ୍କୁ ଲାଗୁଛି କି ଆଦାନୀ ଏହି ଅଭିଯୋଗକୁ ସ୍ବିକାର କରିବେ ? କିନ୍ତୁ ସେ ଏହି ଅଭିଯୋଗକୁ ଅସ୍ୱୀକାର କରିବେ । ପ୍ରସଙ୍ଗ ହେଉଛି, ଯେପରି ଆମେ କହିଛୁ ତାଙ୍କୁ ଗିରଫ କରାଯିବା ଉଚିତ୍। ଅନେକ ଲୋକଙ୍କୁ ଛୋଟ ଛୋଟ ଅଭିଯୋଗରେ ଗିରଫ କରାଯାଉଛି ଏବଂ ଆଦାନୀଙ୍କ ଉପରେ ଆମେରିକାରେ ହଜାରେ କୋଟି ଟଙ୍କା ଅଭିଯୋଗ ହୋଇଛି, ସେ ଜେଲରେ ରହିବା ଉଚିତ । ହେଲେ ସରକାର ତାଙ୍କୁ ସୁରକ୍ଷା ଦେଉଛନ୍ତି ।
ଏପଟେ ଗୌତମ ଆଦାନୀ ଗ୍ରୁପ୍ ବୁଧବାର ଏକ ବିବୃତ୍ତି ଜାରି କରି କହିଛି ଯେ, ଆମେରିକାର ଦୁର୍ନୀତି ଅଧିନିୟମ ଅନୁଯାୟୀ ଅଭିଯୋଗ ହେବା ଉପରେ କୌଣସି ସତ୍ୟତା ନାହିଁ । ଗୌତମ ଆଦାନୀ, ତାଙ୍କ ପୁତୁରା ସାଗର ଆଦାନୀ ଏବଂ ବିନିତ୍ ଜୈନଙ୍କ ଉପରେ ଆମେରିକା DOG ଅଭିଯୋଗ କିମ୍ବା ଆମେରିକା SEC ନାଗରିକ ଅଭିଯୋଗରେ ଦର୍ଶାଯାଇଥିବା ମାମଲା ଆମେରିକାର ଦୁର୍ନୀତି ଆଇନର କୌଣସି ଉଲ୍ଲଂଘନ ବୋଲି ଅଭିଯୋଗ କରେ ନାହିଁ।
ଏହା ପୂର୍ବରୁ ସୋମବାର ଦିନ ଆଦାନୀ ଗ୍ରୁପ୍ ଲାଞ୍ଚ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି। ଏହା ପରେ ଆଜି ଷ୍ଟକ୍ ଏକ୍ସଚେଞ୍ଜରେ ସୂଚନା ଦେଇଛି ଯେ ଗୌତମ ଆଦାନୀ, ତାଙ୍କ ପୁତୁରା ସାଗର ଆଦାନୀ ଏବଂ ବିନିତ୍ ଜୈନଙ୍କ ବିରୋଧରେ କୌଣସି ପ୍ରକାରର ଅଭିଯୋଗ ନାହିଁ । ଆଦାନୀ ଗ୍ରୁପ୍ ଅଧିକାରୀଙ୍କ ବିରୋଧରେ ଲାଞ୍ଚ ଏବଂ ଦୁର୍ନୀତି ଅଭିଯୋଗ ନେଇ ଗଣମାଧ୍ୟମରେ ପ୍ରକାଶିତ ଖବର ଭୁଲ ଅଟେ।