ନୂଆଦିଲ୍ଲୀ,୨୭/୧୧: ତୃତୀୟ ଦିନରେ ବି ଚାଲି ପାରିଲାନି ସଂସଦର ଶୀତ ଅଧିବେଶନ । ଆରମ୍ଭରୁ ଅଚଳ ହେଲା ଗୃହକାର୍ଯ୍ୟ । ଆଦାନୀ ଝଡରେ ବିରୋଧୀଙ୍କ ପ୍ରବଳ ହଙ୍ଗାମା ହୋ ହାଲ୍ଲାରେ କମ୍ପିଲା ଗୃହ । ଗୁରୁବାର ଯାଏ ଉଭୟ ଲୋକସଭା ଓ ରାଜ୍ୟସଭାକୁ ମୁଲବତୀ ଘୋଷଣା ହୋଇଛି । ଲୋକସଭାକୁ ବାଚସ୍ପତି ଓମବିର୍ଲା ମୁଲତବୀ ଘୋଷଣା କରିଥିଲେ ।
#WATCH | Lok Sabha adjourned for the day; to meet again at 11 A.M on Thursday, 28th November. pic.twitter.com/WCg9jhRzxB
— ANI (@ANI) November 27, 2024
ତୃତୀୟ ଦିନରେ ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇଥିଲା । ଉଭୟ ଗୃରେ ଆଦାନୀ ପ୍ରସଙ୍ଗ ଉଠିଥିଲା । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଆଦାନୀ ଲାଞ୍ଚ ଘଟଣାରେ ଆଲୋଚନା ନେଇ କଂଗ୍ରେସ ଦାବି କରିଥିଲା । କଂଗ୍ରେସ ସାଂସଦ ରଣଦୀପ ସିଂହ ସୁରଜୱାଲା ଏବଂ ମନୀଷ ତିୱାରୀ ମୁଲତବୀ ପ୍ରସ୍ତାବ ଦେଇଥିଲେ । ଲୋକସଭାରେ ଆଦାନୀ ମାମଲାରେ ଆଲୋଚନା ନେଇ ଦାବି କରିଥିଲେ ବିରୋଧୀ । ଫଳରେ ଆରମ୍ଭରୁ ଅଚଳ ହୋଇଥିଲା ଗୃହ । ବାଧ୍ୟ ହୋଇ ପ୍ରଥମେ ଅପରାହ୍ନ ୧୨ଟା ଯାଏ ଲୋକସଭାକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଏହାପରେ ବି ଗୃହକାର୍ଯ୍ୟ ଚାଲି ପାରିନଥିଲା । ବାଧ୍ୟ ହୋଇ ଗୁରୁବାର ଯାଏ ଲୋକସଭାକୁ ମୁଲବତୀ ଘୋଷଣା କରିଛନ୍ତି ବାଚସ୍ପତି ଓମବିର୍ଲା ।
ଆଦାନୀ ଗ୍ରୁପ ଉପରେ ହୋଇଥିବା ଅଭିଯୋଗକୁ ନେଇ ଲୋକସଭା ବିରୋଧୀ ଦଳ ନେତା ତଥା ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି, ତୁମେ ଭାବୁଛ ଆଦାନୀ ଉପରେ ଲାଗିଥିବା ଅଭିଯୋଗ ସେ ସ୍ବୀକାର କରିବେ । ଏହା ସ୍ବାଭାବିକ ସେ ଅଭିଯୋଗକୁ ଖଣ୍ଡନ କରିବେ । ତାଙ୍କୁ ଗିରଫ କରାଯାଉ । ସେହି ଭଦ୍ର ବ୍ୟକ୍ତି ଜଣଙ୍କ କୋଟି କୋଟି ଟଙ୍କା ଲାଞ୍ଚ ନେଇଛନ୍ତି । ତାଙ୍କୁ ତୁରନ୍ତ ଗିରଫ କରାଯାଉ । ସରକାର ତାଙ୍କୁ ସୁରକ୍ଷା ଦେଉଛି ।
#WATCH | On the allegations against Adani Group, Lok Sabha LoP and Congress MP Rahul Gandhi says "You think Adani is going to accept the charges? Obviously he is going to deny the charges. The point is that he has to be arrested as we have said. Hundreds of people are being… pic.twitter.com/rBhMs66mUh
— ANI (@ANI) November 27, 2024