ପ୍ରମୂଖ ଖବର
  • ରାଜଧାନୀରେ ପିଲା ବିକ୍ରି ଅଭିଯୋଗ, ୬ ଅଟକ
  • ||
  • ଭିଜିଲାନ୍ସ ଜାଲରେ ବେଗୁନିଆପଡା ସିଡିପିଓ, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ଭଦ୍ରକ : ଦୁଇ ହଜାର ଲିଟର ଚୋରା ଦେଶୀ ମଦ ଜବତ, ୨ ଗିରଫ
  • ||
  • ଆନନ୍ଦପୁର : ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ, ଜଣେ ଗୁରୁତର
  • ||
  • ରାଜ୍ୟରେ ୨୦୨୫ ଲୁଦ୍ଧା ଲାଗୁ ହେବ ଏନଇପି, ଗଠନ ହୋଇଛି ଟାସ୍କ ଫୋର୍ସ କମିଟି
  • ||
  • କରଞ୍ଜିଆ : ବାର୍ଶିଆ ଗାଁରେ ଅଘଟଣ, ନିଆଁ ଲାଗି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭିଜିଲାନ୍ସ ଜାଲରେ ଜୁନିୟର ମାଇନିଂ ଅଫିସର, ଏକକାଳୀନ ୭ଟି ସ୍ଥାନରେ ଚଢାଉ
  • ||
  • ଡିସେମ୍ବର ୫ରେ କୋଣାର୍କ ସାହିତ୍ୟ ଆସର, ମୁଖ୍ୟ ଅତିଥି ରୂପେ ଯୋଗ ଦେବେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୂଳପତି
  • ||
  • ରାଜଧାନୀରେ ଲୁଟ୍‌ ପାଇଁ ମହିଳାଙ୍କୁ ହତ୍ୟା ଘଟଣା, ମୋଷ୍ଟ ୱାଣ୍ଟେଡ୍‌କୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରିରେ ଶୀତର ଲହରୀ, ଘନ କୁହୁଡ଼ି ପାଇଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ
  • ||
  • ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନ, ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ରହିବ ଗୃହ
  • ||
  • ବୌଦ୍ଧରେ ଅପରେସନ ଗ୍ରୀନ୍‌ କ୍ଲିନ୍‌ ଜାରି, ଗୋଟିଏ ଦିନରେ ୧୨୧ ଏକର ଜମିର ଗଞ୍ଜେଇ ଚାଷ ନଷ୍ଟ
  • ||
  • ବୈପାରୀଗୁଡାରେ ଅପରେସନ ଗ୍ରୀନ୍ କ୍ଲିନ୍‌, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁବର୍ଣ୍ଣପୁରରେ ଶୀତ ଲହରୀ, ସକାଳ ୯ଟା ପର୍ଯ୍ୟନ୍ତ ରହୁଛି ଘନ କୁହୁଡିର ଆସ୍ତରଣ
  • ||

ତାମିଲନାଡୁ ମୁହାଁ ବାତ୍ୟା ପେଙ୍ଗଲ, ପ୍ରବଳ ବର୍ଷା ନେଇ ସ୍କୁଲ କଲେଜ ଛୁଟି

ନୂଆଦିଲ୍ଲୀ,୨୭/୧୧: ବାତ୍ୟାକୁ ନେଇ ଆସିଲା ବଡ ଅପଡେଟ୍ । ଆଜି ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ ଗଭୀର ଅବପାତ । ବାତ୍ୟାରେ ପରିଣତ ହେଲେ ଏହା ନାଁ ପେଙ୍ଗଲ ରଖାଯିବ । ଗଭୀର ଅବପାତଟି ବାତ୍ୟାର ରୂପ ନେଲେ ତାମିଲନାଡୁ ଉପକୂଳ ମୁହାଁ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । 

ଶକ୍ତିଶାଳୀ ହେବା ନାହିଁ ବାତ୍ୟା । ଅତୀ  ଭୀଷଣ ବାତ୍ୟାର ରୂପ ନେବ ନାହିଁ । ଗଭୀର ଅବପାତଟି ଆଜି ଉତ୍ତର -ପଶ୍ଚିମ ଦିଗରେ ଗତି କରି ବାତ୍ୟାରେ ପରିଣତ ହେବ ।  ଏହା ପରେ ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରି ତାମିଲନାଡୁ ଉପକୂଳ ଆଡକୁ ମୁହାଁଇବ । ୨୯ ତାରିଖ ମଧ୍ୟରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ସ୍ଥଳଭାଗ ଛୁଇଁବ । ତାମିଲନାଡୁ  ଓ  ଶ୍ରୀଲଙ୍କା ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା । ଏ ନେଇ ଭାରତୀୟ ପାଣିପାଗ ବିଭାଗ  ପୂର୍ବାନୁମାନ କରିଛି ।

ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ଉପକୂଳ ଅଞ୍ଚଳବାସୀଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଉପକୂଳ ତାମିଲନାଡୁରେ ଏବେଠୁ ଏହାର ପ୍ରଭାବ ଦେଖିବାକୁ ମିଳିଛି । ନାଗପାଟିନମ ଓ ଅନ୍ୟ ଅଞ୍ଚଳରେ ଉଚ୍ଚ ଜୁଆର ଦେଖିବାକୁ ମିଳିଛି । ମତ୍ସଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।  ବଡ କଥା ହେଉଛି ଓଡିଶା ଉପରେ ସମ୍ଭାବ୍ୟ ବାତ୍ୟା ପେଙ୍ଗାଲ କୌଣସି ପ୍ରଭାବ ପଡିବ ନାହିଁ।

ତାମିଲନାଡୁକୁ ହାଇ ଆଲର୍ଟ- ଆଇଏମଡି ପୂର୍ବାନୁମାନ ଅନୁସାରେ ଆଜି ତାମିଲନାଡୁରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ରାଜ୍ୟରୁ ସତର୍କ କରାଯାଇଛି । ରାଜ୍ୟରେ ବର୍ଷା କାରଣରୁ ସ୍କୁଲ କଲେଜ ବନ୍ଦ ରହିଛି । ଆଗକୁ ବର୍ଷାର ପରିମାଣ ବଢିପାରେ । ପବନର ବେଗ ମଧ୍ୟ ବଢିବ । ତିରୁଚିରାପଲ୍ଲି ଜିଲ୍ଲାର ସମସ୍ତ ସ୍କୁଲ କଲେଜ ବନ୍ଦ ହୋଇଛି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.