ପ୍ରମୂଖ ଖବର
  • ରାଜଧାନୀରେ ପିଲା ବିକ୍ରି ଅଭିଯୋଗ, ୬ ଅଟକ
  • ||
  • ଭିଜିଲାନ୍ସ ଜାଲରେ ବେଗୁନିଆପଡା ସିଡିପିଓ, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ଭଦ୍ରକ : ଦୁଇ ହଜାର ଲିଟର ଚୋରା ଦେଶୀ ମଦ ଜବତ, ୨ ଗିରଫ
  • ||
  • ଆନନ୍ଦପୁର : ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ, ଜଣେ ଗୁରୁତର
  • ||
  • ରାଜ୍ୟରେ ୨୦୨୫ ଲୁଦ୍ଧା ଲାଗୁ ହେବ ଏନଇପି, ଗଠନ ହୋଇଛି ଟାସ୍କ ଫୋର୍ସ କମିଟି
  • ||
  • କରଞ୍ଜିଆ : ବାର୍ଶିଆ ଗାଁରେ ଅଘଟଣ, ନିଆଁ ଲାଗି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭିଜିଲାନ୍ସ ଜାଲରେ ଜୁନିୟର ମାଇନିଂ ଅଫିସର, ଏକକାଳୀନ ୭ଟି ସ୍ଥାନରେ ଚଢାଉ
  • ||
  • ଡିସେମ୍ବର ୫ରେ କୋଣାର୍କ ସାହିତ୍ୟ ଆସର, ମୁଖ୍ୟ ଅତିଥି ରୂପେ ଯୋଗ ଦେବେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୂଳପତି
  • ||
  • ରାଜଧାନୀରେ ଲୁଟ୍‌ ପାଇଁ ମହିଳାଙ୍କୁ ହତ୍ୟା ଘଟଣା, ମୋଷ୍ଟ ୱାଣ୍ଟେଡ୍‌କୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରିରେ ଶୀତର ଲହରୀ, ଘନ କୁହୁଡ଼ି ପାଇଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ
  • ||
  • ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନ, ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ରହିବ ଗୃହ
  • ||
  • ବୌଦ୍ଧରେ ଅପରେସନ ଗ୍ରୀନ୍‌ କ୍ଲିନ୍‌ ଜାରି, ଗୋଟିଏ ଦିନରେ ୧୨୧ ଏକର ଜମିର ଗଞ୍ଜେଇ ଚାଷ ନଷ୍ଟ
  • ||
  • ବୈପାରୀଗୁଡାରେ ଅପରେସନ ଗ୍ରୀନ୍ କ୍ଲିନ୍‌, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁବର୍ଣ୍ଣପୁରରେ ଶୀତ ଲହରୀ, ସକାଳ ୯ଟା ପର୍ଯ୍ୟନ୍ତ ରହୁଛି ଘନ କୁହୁଡିର ଆସ୍ତରଣ
  • ||

ବିଜେପି ନିଷ୍ପତ୍ତିରେ ମୁଁ ସହମତ, ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ମୋର କୌଣସି ଲାଳସା ନାହିଁ : ଏକନାଥ ସିନ୍ଦେ

ନୂଆଦିଲ୍ଲୀ: କିଏ ହେବ ମହାରାଷ୍ଟ୍ରର ପରବର୍ତ୍ତୀ ସିଏମ୍ ? ଏହି ସମ୍ବନ୍ଧରେ ସୃଷ୍ଟି ହୋଇଥିବା ସସପେନ୍ସକୁ ଏବେ ସ୍ପଷ୍ଟ କରିଛନ୍ତି ବର୍ତ୍ତମାନର କାର୍ଯ୍ୟନିର୍ବାହୀ ସିଏମ୍ ଏକନାଥ ସିନ୍ଦେ । ଏକ ସାମ୍ବାଦିକ ସମ୍ମିଳନୀରେ ଏକନାଥ ସିନ୍ଦେ କହିଛନ୍ତି ଯେ, ମୁଁ ଜଣେ ଖୋଲା ହୃଦୟର ମଣିଷ । ମୁଁ ଛୋଟ ଭାବନା ମନରେ ରଖେନାହିଁ । ମୁଁ ଲୋକଙ୍କ ପାଇଁ କାମ କରୁଥିବା ଜଣେ ନେତା । ବିଜେପିର ନିଷ୍ପତ୍ତିକୁ ସମର୍ଥନ କରିବି, ଯିଏ ତାଙ୍କର ସିଏମ୍ ହେବେ ମୁଁ ତାଙ୍କୁ ଗ୍ରହଣ କରିବି। 

ଏକନାଥ ସିନ୍ଦେ ଆହୁରି ମଧ୍ୟ କହିଛନ୍ତି କି, ଗତକାଲି ପିଏମ ମୋଦୀ ମୋତେ ଡାକିଥିଲେ। ମୁଁ ତାଙ୍କୁ କହିଥିଲି ଯେ ନୂତନ ସରକାର ଗଠନ କରିବାରେ ମୋ ପକ୍ଷରୁ କୌଣସି ଅସୁବିଧା ହେବ ନାହିଁ । ସିଏମ ପଦ ପାଇଁ ମୋର କୌଣସି ଇଚ୍ଛା ନାହିଁ । ଆପଣ ଆପଣଙ୍କର ନିର୍ଣ୍ଣୟ ନିଅନ୍ତୁ । ମହାୟୁତି ଏବଂ ଏନଡିଏ ମୁଖ୍ୟମାନେ ଯାହା ନିଷ୍ପତ୍ତି ନେବେ ତାହା ମୋ ପାଇଁ ଗ୍ରହଣୀୟ ହେବ । ମୋ ବିଷୟରେ ଚିନ୍ତା କରିବା ପରିବର୍ତ୍ତେ ମହାରାଷ୍ଟ୍ର ଏବଂ ରାଜ୍ୟବାସୀଙ୍କ ବିଷୟରେ ଚିନ୍ତା କରିବାକୁ ନରେନ୍ଦ୍ର ମୋଦୀ ଜୀ ଙ୍କୁ ମୁଁ କହିଥିଲି । ମୁଁ ଅମିତ ଶାହାଙ୍କୁ ସମାନ କଥା କହିଛି ଯେ ମୋ ପକ୍ଷରୁ କୌଣସି ଅସୁବିଧା ହେବ ନାହିଁ। ଆପଣଙ୍କର ନିଷ୍ପତ୍ତି ଚୂଡାନ୍ତ ହେବ।

ଏକନାଥ ସିନ୍ଦେ କହିଛନ୍ତି ଯେ ସରକାରରେ ଥିବାବେଳେ ମହାରାଷ୍ଟ୍ରବାସୀଙ୍କ ସ୍ୱାର୍ଥରେ ଆମେ କଣ କରିପାରିବା ତାହା ଚିନ୍ତା କରି କାର୍ଯ୍ୟ କରିଛୁ। ଆମେ ଲୋକଙ୍କ ପାଇଁ ଛିଡା ହୋଇ ପୁଣି ରାଜ୍ୟକୁ ଆଗକୁ ନେବାକୁ ପଡିବ। ରାଜ୍ୟ କେନ୍ଦ୍ର ସରକାରଙ୍କ ସାହାଯ୍ୟ ଆବଶ୍ୟକ ଏବଂ ଏହାର ସହାୟତା ପାଇବ । ଆମେ କେନ୍ଦ୍ରରୁ ଲକ୍ଷ ଲକ୍ଷ କୋଟି ଟଙ୍କା ପାଣ୍ଠି ନେଇଛୁ, ତେଣୁ ମୁଁ ନରେନ୍ଦ୍ର ମୋଦୀ ସରକାରଙ୍କୁ କୃତଜ୍ଞତା ଜଣାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.