ପ୍ରମୂଖ ଖବର
  • ରାଜଧାନୀରେ ପିଲା ବିକ୍ରି ଅଭିଯୋଗ, ୬ ଅଟକ
  • ||
  • ଭିଜିଲାନ୍ସ ଜାଲରେ ବେଗୁନିଆପଡା ସିଡିପିଓ, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ଭଦ୍ରକ : ଦୁଇ ହଜାର ଲିଟର ଚୋରା ଦେଶୀ ମଦ ଜବତ, ୨ ଗିରଫ
  • ||
  • ଆନନ୍ଦପୁର : ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ, ଜଣେ ଗୁରୁତର
  • ||
  • ରାଜ୍ୟରେ ୨୦୨୫ ଲୁଦ୍ଧା ଲାଗୁ ହେବ ଏନଇପି, ଗଠନ ହୋଇଛି ଟାସ୍କ ଫୋର୍ସ କମିଟି
  • ||
  • କରଞ୍ଜିଆ : ବାର୍ଶିଆ ଗାଁରେ ଅଘଟଣ, ନିଆଁ ଲାଗି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭିଜିଲାନ୍ସ ଜାଲରେ ଜୁନିୟର ମାଇନିଂ ଅଫିସର, ଏକକାଳୀନ ୭ଟି ସ୍ଥାନରେ ଚଢାଉ
  • ||
  • ଡିସେମ୍ବର ୫ରେ କୋଣାର୍କ ସାହିତ୍ୟ ଆସର, ମୁଖ୍ୟ ଅତିଥି ରୂପେ ଯୋଗ ଦେବେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୂଳପତି
  • ||
  • ରାଜଧାନୀରେ ଲୁଟ୍‌ ପାଇଁ ମହିଳାଙ୍କୁ ହତ୍ୟା ଘଟଣା, ମୋଷ୍ଟ ୱାଣ୍ଟେଡ୍‌କୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରିରେ ଶୀତର ଲହରୀ, ଘନ କୁହୁଡ଼ି ପାଇଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ
  • ||
  • ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନ, ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ରହିବ ଗୃହ
  • ||
  • ବୌଦ୍ଧରେ ଅପରେସନ ଗ୍ରୀନ୍‌ କ୍ଲିନ୍‌ ଜାରି, ଗୋଟିଏ ଦିନରେ ୧୨୧ ଏକର ଜମିର ଗଞ୍ଜେଇ ଚାଷ ନଷ୍ଟ
  • ||
  • ବୈପାରୀଗୁଡାରେ ଅପରେସନ ଗ୍ରୀନ୍ କ୍ଲିନ୍‌, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁବର୍ଣ୍ଣପୁରରେ ଶୀତ ଲହରୀ, ସକାଳ ୯ଟା ପର୍ଯ୍ୟନ୍ତ ରହୁଛି ଘନ କୁହୁଡିର ଆସ୍ତରଣ
  • ||

ଅଷ୍ଟ୍ରେଲିଆରେ ଛୁଆଙ୍କ ପାଇଁ କାହିଁକି ବନ୍ଦ କରାଗଲା ସୋସିଆଲ ମିଡିଆ?

Image source: Business Standard

ନୂଆଦିଲ୍ଲୀ,୨୭/୧୧: ଆଜିର ଡିଜିଟାଲ ଦୁନିଆରେ ପିଲାମାନେ ପୂର୍ବ ଅପେକ୍ଷା କମ୍ ବୟସରେ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ମିଳିତ ଜାତିସଂଘର ତଥ୍ୟ ଅନୁଯାୟୀ, ବିଶ୍ବର ପ୍ରତି ଅଧା ସେକେଣ୍ଡରେ ଜଣେ ଶିଶୁ ପ୍ରଥମ ଥର ପାଇଁ ଅନଲାଇନ୍ ଦୁନିଆରେ ପ୍ରବେଶ କରୁଛି। କିନ୍ତୁ ଏହି ଅନଲାଇନ୍‌ର ପ୍ରଭାବ ଏକ ଗମ୍ଭୀର ଚ୍ୟାଲେଞ୍ଜ ମଧ୍ୟ ଆଣିଛି। ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଯେତେବେଳେ ସୋସିଆଲ ମିଡିଆର ବ୍ୟବହାର ସୀମା ସରହଦ ପାର କରେ, ସେତେବେଳେ ଏହା କେବଳ ମାନସିକ ସ୍ବାସ୍ଥ୍ୟ ନୁହେଁ ବରଂ ଶାରୀରିକ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ। 

ସାରା ବିଶ୍ବରେ ସୋସିଆଲ ମିଡିଆ କମ୍ପାନୀଗୁଡିକର ଦାୟିତ୍ବ ବଢ଼ଇବାରେ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି ଜନତା। ଯଦ୍ଦ୍ବାରା ପ୍ରଭାବିତ ହେଉଛନ୍ତି ଛୋଟ ଛୁଆ ବିଶେଷତଃ ନାବାଳକ। ଅନେକ ଦେଶ ବିଶେଷ ଭାବରେ ପିଲାମାନଙ୍କର ଅନଲାଇନ୍ ସୁରକ୍ଷା ଉପରେ ଧ୍ୟାନ ଦେଇ ନୂତନ ନିୟମ ପ୍ରସ୍ତୁତ କରୁଛନ୍ତି। ଗୋଟିଏ ପଟେ ପ୍ରଶଂସା ଏବଂ ଅନ୍ୟ ପଟେ ସମାଲୋଚନାର ଶିକାର ହୋଇଥିବା ଅଷ୍ଟ୍ରେଲିଆ ଏହି ଦିଗରେ ପଦକ୍ଷେପ ନେଇଛି। ଅଷ୍ଟ୍ରେଲିଆର ଲୋୟର ସଂସଦରେ ଏକ ବିଲ୍ ପାରିତ ହୋଇଛି ଯାହା ୧୬ ବର୍ଷରୁ କମ୍ ପିଲାମାନଙ୍କୁ ଫେସବୁକ୍, ଇନଷ୍ଟାଗ୍ରାମ, ସ୍ନାପଚାଟ ଏବଂ ଟିକଟକ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରିବାରେ ପ୍ରତିବନ୍ଧକ ଲଗାଇଛି। 

ସଂସଦରେ ବହୁ ସଂଖ୍ୟାରେ ଏହି ବିଲ୍ ଅନୁମୋଦନ କରାଯାଇଥିଲା। ଏହି ବିଲ୍ ସପକ୍ଷରେ ୧୦୩ ଟି ଭୋଟ୍ ଏବଂ ବରୋଧରେ ୧୩ ଟି ଭୋଟ୍ ଦିଆଯାଇଥିଲା। ଏବଂ ବର୍ତ୍ତମାନ ଏହା ସିନେଟରେ ପାରିତ ହେବାକୁ ଯାଉଛି। ସିନେଟର ଅନୁମୋଦନ ପରେ ଏହି ବିଲ୍ ଆଇନରେ ପରିଣତ ହେବ। କୌତୁହଳର ବିଷୟ ହେଉଛି, ଏହା ଉଭୟ ଶାସକ ଲେବର ପାର୍ଟି ଏବଂ ବିରୋଧୀ ଲିବରାଲ୍ ପାର୍ଟିର ସମର୍ଥନ ପାଇଛି। ଏହି ବିଲ୍ ଅନୁଯାୟୀ ପିତାମାତାଙ୍କ ସମ୍ମତି କିମ୍ବା ପୂର୍ବରୁ ଥିବା ସୋସିଆଲ୍ ମିଡିଆ ଆକାଉଣ୍ଟ ଉପରେ କୌଣସି କ୍ଷମା ଦିଆଯିବ ନାହିଁ। ଏହା ବିଷୟରେ ବଡ଼ କଥା ହେଉଛି ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ନିଜେ ପିଲାମାନଙ୍କୁ ଏହି ପ୍ଲାଟଫର୍ମରୁ ଦୂରରେ ରଖିବା ପାଇଁ ବ୍ୟବସ୍ଥା କରିବାକୁ ପଡ଼ିବ।  ଥରେ ଆଇନ ପ୍ରଣୟନ ହେବା ପରେ, ଏହି ନିଷେଧାଦେଶକୁ କିପରି କାର୍ଯ୍ୟକାରୀ କରାଯିବ ସେନେଇ ପ୍ଲାଟଫର୍ମଗୁଡିକ ଏକ ବର୍ଷ ସମୟ ପାଇବେ। ଯଦି ଏଥିରେ କମ୍ପାନୀଗୁଡ଼ିକ ସଫଳ ନହୁଅନ୍ତି ତେବେ ସମୁଦାୟ ଜରିମାନା ୩୨.୫ ମିଲିୟନ ଡଲାର ଅର୍ଥାତ୍ ୨୭୦ କୋଟି ଟଙ୍କା ଦେବାକୁ ହେବ।

ସରକାରଙ୍କର କହିବା କଥା ହେଲା, ଅଷ୍ଟ୍ରେଲିଆର ଯୁବକ ମାନଙ୍କ ପାଇଁ ସୋସିଆଲ ମିଡିଆ ଅତ୍ୟନ୍ତ ହାନିକାରକ ଅଟେ। ୧୪ ରୁ ୧୭ ବର୍ଷ ବୟସର ପ୍ରାୟ ୬୬% ଅଷ୍ଟ୍ରେଲୀୟମାନେ ଅନଲାଇନରେ ଡ୍ରଗ୍ ବ୍ୟବହାର, ଆତ୍ମହତ୍ୟା ଅର୍ଥାତ୍‌ ନିଜକୁ କ୍ଷତି ପହଞ୍ଚାଇବା ଭଳି ଅନେକ କ୍ଷତିକାରକ ବିଷୟବସ୍ତୁ ଦେଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ସରକାର ଚଳିତ ବର୍ଷ ବୟସ ସୀମା ପ୍ରଯୁକ୍ତିବିଦ୍ୟା ପରୀକ୍ଷା କରିବା ଆରମ୍ଭ କରିଥିଲେ। ସରକାର କହିଛନ୍ତି ଯେ ସେହି ପିତାମାତାମାନଙ୍କ ପାଇଁ ଏପରି କରାଯାଉଛି, ଯେଉଁମାନେ ସେମାନଙ୍କ ପିଲାମାନଙ୍କ ଉପରେ  ସୋସିଆଲ ମିଡିଆର ପ୍ରଭାବକୁ ନେଇ ଚିନ୍ତିତ ଅଛନ୍ତି। ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ୍‌ କହିଛନ୍ତି ଯେ ସେ ଅନେକ ପିତାମାତା ଏବଂ ଅଭିଭାବକଙ୍କ ସହ କଥା ହୋଇଛନ୍ତି ଯେଉଁମାନେ ପିଲାମାନଙ୍କର ଅନଲାଇନ୍ ନିରାପତ୍ତାକୁ ନେଇ ଚିନ୍ତିତ ଅଛନ୍ତି।

ବିରୋଧ କରୁଛନ୍ତି ଟେକ୍‌ କମ୍ପାନୀ: 

ତେବେ ପିଲାମାନଙ୍କ ସୁରକ୍ଷାକୁ ନଜରରେ ରଖି ଅଷ୍ଟ୍ରେଲିଆ ସରକାରଙ୍କର ଏପରି ନିଷ୍ପତି ସ୍ବରୁପ ବିଲ୍‌ ପାରିତ ହେବା ପୂର୍ବରୁ ଏନେଇ ଅନେକ ଟେକ୍‌ କମ୍ପାନୀ ଏହାକୁ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି। ୧୦୦ ରୁ ଅଧିକ ଅଷ୍ଟ୍ରେଲିୟ ଏବଂ ଅନ୍ତରାଷ୍ଟ୍ରୀୟ ବିଶେଷଜ୍ଞ ଏକ ଅଭିଯୋଗ ପତ୍ର ଲେଖିଛନ୍ତି, ଯେଉଁଥିରେ ବୟସ ସୀମାକୁ ଅତ୍ୟନ୍ତ କଠୋର ଦର୍ଶାଯାଇଛି। ଟେକ୍ କମ୍ପାନୀଗୁଡିକ କହିଛନ୍ତି ଯେ ବୟସ ସୀମା ସ୍ଥିର କରିବା ଉପରେ ଏକ ଅନୁସନ୍ଧାନର ଫଳାଫଳ ଆସିବାକୁ ଯାଉଛି, ସେପର୍ଯ୍ୟନ୍ତ ସରକାର ଏହି ବିଲ୍ ପାସ୍ କରିବା ଉଚିତ୍ ନୁହେଁ। ସେମାନେ ଯୁକ୍ତି କରିଛନ୍ତି ଯେ ଫଳାଫଳ ନଆସିବା ଯାଏଁ ଶିଳ୍ପ କିମ୍ବା ଅଷ୍ଟ୍ରେଲୀୟ ଜନସାଧାରଣ ବିଲ୍ ଆବଶ୍ୟକ କରୁଥିବା ବୟସ ସୀମା କିମ୍ବା ଏପରି ପଦକ୍ଷେପଗୁଡ଼ିକର ପ୍ରଭାବ ବୁଝିପାରିବେ ନାହିଁ। ଯୁବକମାନଙ୍କ ମାନସିକ ସ୍ବାସ୍ଥ୍ୟ ପାଇଁ କାର୍ଯ୍ୟ କରୁଥିବା ରିଚଆଉଟ୍ ମଧ୍ୟ ଏହି ନିୟମକୁ ବିରୋଧ କରିଥିଲା। ସଂଗଠନ କହିଛି ଯେ ୭୩ ପ୍ରତିଶତ ଯୁବକ ସୋସିଆଲ ମିଡିଆ ମାଧ୍ୟମରେ ମାନସିକ ସ୍ବାସ୍ଥ୍ୟ ସହାୟତା ନେଉଛନ୍ତି ଏବଂ ଏହି ପ୍ରତିବନ୍ଧକ ଏହି ସୁବିଧାରେ ବାଧା ଦେଇପାରେ। କେବଳ ଏତିକି ନୁହେଁ, ଆମ୍ନାଷ୍ଟେ ଇଣ୍ଟରନ୍ୟାସନାଲ ଏବଂ ଅଷ୍ଟ୍ରେଲିଆର ମାନବାଧିକାର କମିଶନର ଲରେନ୍ ଫିନଲେ ମଧ୍ୟ ଏହି ବିଲ୍‌କୁ ସମାଲୋଚନା କରିଛନ୍ତି।

 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.