ପ୍ରମୂଖ ଖବର
  • ମାଲକାନଗିରି : ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀଙ୍କ ୮ ନକ୍ସଲ, ତନ୍ମଧ୍ୟରୁ ଜଣେ ମହିଳା
  • ||
  • କଣ୍ଟାବାଞ୍ଜି : ଘରୋଇ ସ୍କୁଲର ମହିଳା ଆକାଉଣ୍ଟାଣ୍ଟଙ୍କୁ ହତ୍ୟା! ତଦନ୍ତ କରୁଛି ପୋଲିସ
  • ||
  • ସମ୍ୱଲପୁର : ମଶାଣି ନିକଟରୁ ଅଜଣା ଗଳିତ ମୃତଦେହ ଉଦ୍ଧାର, ହତ୍ଯା ସନ୍ଦେହ
  • ||
  • ନୂଆପଡ଼ା : ଜମିବାଡ଼ିକୁ ନେଇ ଗଣ୍ଡଗୋଳ, ୩ ଗୁରୁତର
  • ||
  • ଭରତପୁର ଥାନାରେ ଲାଗିବ ୨୫ ସିସିଟିଭି, ଆରମ୍ଭ ହେଲା ପ୍ରକ୍ରିୟା
  • ||
  • ଭୁବନେଶ୍ୱର : ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି, ହେବନି ଆନ୍ଦୋଳନ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ କମୁନି ଦାଦନ ଦୁଃଖ; ଚାଲାଣ ବେଳେ ୧୨ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ
  • ||
  • ଚୌଦ୍ୱାର : ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରି : ଡଙ୍ଗା ଚଳାଇ ଚିତ୍ରକୋଣ୍ଡା ଗାଁକୁ ଗଲେ ବିଧାୟକ, ଲୋକଙ୍କ ଦୁଃଖ ପଚାରି ବୁଝିଲେ
  • ||
  • ଭରତପୁର ଥାନାରେ ହଙ୍ଗାମା ଘଟଣା: କିଏ ସତ କହୁଛି ? ମିଛଧରା ପରୀକ୍ଷାକୁ ଭରସା କରିଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ଚାନ୍ଦବାଲି : ଅଙ୍ଗନବାଡ଼ି କେନ୍ଦ୍ରରେ ୧୫ ଦିନ ହେଲା ଝୁଲୁଛି ତାଲା, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ
  • ||
  • ରାଉରକେଲାରେ ଲଜ୍ଜ୍ୟା: ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ ୩ ଅଭିଯୁକ୍ତ
  • ||
  • ନବରଙ୍ଗପୁର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ୬ ଘଣ୍ଟା ବନ୍ଦ ଡାକରା ଦେଲା ଜୟ ତେନ୍ତୁଳୀଖୁଣ୍ଟି ସାମାଜିକ ସଂଘଠନ, ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି
  • ||
  • ଆଜି ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସର୍ବାଧିକ ୧୦୦୦ଟି ଅଭିଯୋଗର ଶୁଣାଣି ହେବ
  • ||
  • ୨୪ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ: ୪ ଦିନ ପ୍ରବଳ ବର୍ଷିବ, ୧୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଗ୍ୟାସ୍‌ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ

ବଲାଙ୍ଗୀର, ୧୮/୦୯: ରାତିଅଧିଆ ଗୋଦାମ ଗେଟ୍‌ ଭାଙ୍ଗି ଚୋରି କରି ନେଉଥିଲେ ଚୋର ଗ୍ୟାସ ସିଲିଣ୍ଡର । ଏହି ଘଟଣାରେ ପୂର୍ବତନ ଗ୍ୟାସ୍‌ ଗୋଦାମ ମ୍ୟାନେଜର ସହ ୪ ଜଣ ଅଭିଯୁକ୍ତ ଗିରଫ ହୋଇ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ଜଣ ଅଭିଯୁକ୍ତ ପ୍ରେମରାଜ ପୁରୋହିତ, ସତ୍ୟନାରାୟଣ ନାଏକ, ଟୁନୁ ନନ୍ଦ, କ୍ଷମାସାଗର ଭୁଏ କୋର୍ଟ ଚାଲାଣ ହୋଇଛନ୍ତି । ଏମାନେ ବଲାଙ୍ଗୀର ସହର, ଦେଓଗାଁ ଓ ପୁଇଁନ୍ତଳା ବ୍ଲକ ଅଞ୍ଚଳର ବୋଲି ସୂଚନା ମିଳିଛି । ସେମାନଙ୍କ ନିକଟରୁ ମୋଟ ୧୩୩ ଟି ଭର୍ତ୍ତି ଥିବା ଗ୍ୟାସ୍‌ ଏବଂ କିଛି ଖାଲି ଥିବା ଗ୍ୟାସ୍‌ ସିଲିଣ୍ଡର ଜବତ କରାଯାଇଛି । ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ଥାନା ଅନ୍ତର୍ଗତ ସାଉଁନ୍ତପୁର ଗାଁରେ ଏଭଳି ଘଟଣା ଘଟିଛି ।  

ସୂଚନା ମୁତାବକ, ସାଉଁନ୍ତପୁର ଗାଁରେ ଥିବା ଗ୍ୟାସ ଗୋଦାମରୁ ରାତିଅଧିଆ ୫୫ ଟି ଗ୍ୟାସ୍‌ ସିଲଣ୍ଡର ଚୋରି ହୋଇଥିବା ପୁଇଁନ୍ତଳା ଥାନାରେ ଅଭିଯୋଗ କରିଥିଲେ ଗୋଦାମ ମାଲିକ । । ଏହାକୁ ପୋଲିସ ହାଲୁକା ଭାବରେ ନେଇ ଚୁପ ରହିଥିଲା । ଏହି ଘଟଣାକୁ ନେଇ ବଲାଙ୍ଗୀର ଏସଡିପିଓଙ୍କୁ ଯାଇ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଥିଲା । ସିଲିଣ୍ଡର ଚୋରିର ଏକ ରାକେଟ ଏହି ରୋରି କରିଥିବା ନେଇ ତଦନ୍ତରୁ ଜଣାପଡ଼ିଥିଲା । 

ଏହାକୁ ନେଇ ସଦର ଇ ଟାଉନ ପୋଲିସ ଛାନଭିନରୁ ଜଣାପଡିଲା ଯେ, ବର୍ଷ ବର୍ଷ ଧରି ଏଭଳି ବିଭିନ୍ନ ସ୍ଥାନରୁ ସିଲିଣ୍ଡର ଚୋରି ହୋଇ ତାହାର କଲାବଜାରୀ କରାଯାଉଥିଲା । ଏନେଇ ଘଟଣାରେ ଜଣେ ପୂର୍ବତନ ଗ୍ୟାସ ଗୋଦାମ ମ୍ୟାନେଜର ସହ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଏହାସହ ୧୩୩ ଟି ଭର୍ତ୍ତି ଥିବା ସହ କିଛି ଖାଲି ସିଲିଣ୍ଡର ଏବଂ ଏକ ଚାରିଚକିଆ ଗାଡି ମଧ୍ୟ ଜବତ ହୋଇଛି । ଉକ୍ତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । 

ହେଲେ ପୁଇଁନ୍ତଳା ପୋଲିସ ସବୁ ଜାଣି ଚୁପ ଥିଲା କାହିଁକି । ପୂର୍ବରୁ ମଧ୍ୟ ଅଭିଯୋଗ ରହିଥିଲେ ହେଁ କାହିଁକି ଧରପଗଡ଼ କରୁନଥିଲା, ତାହାକୁ ନେଇ ପୁଇଁନ୍ତଳା ଆଇଆଇସିଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ, ଏହାର ତଦନ୍ତ କରାଯିବ ବୋଲି ବଲାଙ୍ଗୀର ଏସଡିପିଓ କହିଛନ୍ତି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.