ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ବାଇକ ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍, ତଦନ୍ତ କରୁଛି ପୋଲିସ

ସିମୁଳିଆ,୨୪/୦୭: ଜୁଏଲାରି ମାଲିକଙ୍କ ନିକଟରୁ ଲୁଟ୍ । ବାଇକ ଡ଼ିକି ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର। ଏଭଳି ଘଟଣା ଘଟିଛି ସିମୁଳିଆ ଥାନା ଜାମୁଝାଡ଼ି ବଜାରରେ।

ସୂଚନା ଅନୁଯାୟୀ, କରୁଣାକର ସାହୁଙ୍କର ଜୟନ୍ତୀ ଜୁଏଲାରି ନାମକ ଏକ ଦୋକାନ ଜାମୁଝାଡ଼ି ବଜାରରେ ଅଛି। ସବୁଦିନ ପରି ମଙ୍ଗଳବାର ବିଳମ୍ବିତ ରାତିରେ ସେ ଦୋକାନ ବନ୍ଦ କରିଥିଲେ । ୬ କେଜି ରୁପା ଓ ୩୩ ଗ୍ରାମ ସୁନାକୁ ଏକ ବ୍ୟାଗରେ ପୁରାଇ ନିଜ ବାଇକ ଡିକିରେ ରଖିଥିଲେ । ସେହି ସମୟରେ ଦୁଇଟି ବାଇକରେ ୪ ଜଣ ଦୃବୁର୍ତ୍ତ ଆସି କରୁଣାକରଙ୍କୁ ସିମୁଳିଆ ଥାନାର ଠିକଣା ପଚାରିଥିଲେ । ଏହି ସମୟରେ ଅନ୍ୟ ଜଣେ ଦୃର୍ବୃତ୍ତ କରୁଣାକରଙ୍କର ଡ଼ିକି ଭାଙ୍ଗି ସେଥିରେ ଥିବା ଅଳଙ୍କାର ବ୍ୟାଗକୁ ନେଇ ଫେରାର ହୋଇଯାଇଥିଲେ । ଏନେଇ ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି କରୁଣାକର । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.