ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥାଇଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା ଗସ୍ତ ସାରି ସ୍ୱଦେଶ ଫେରିଛନ୍ତି। ଶ୍ରୀଲଙ୍କାରୁ ସେ ସିଧାସଳଖ ଦକ୍ଷିଣ ରାଜ୍ୟ ତାମିଲନାଡୁର ରାମେଶ୍ୱରମରେ ପହଞ୍ଚିଥିଲେ। ଏହି ସମୟରେ ସେ ବିମାନରୁ ରାମ ସେତୁ ମଧ୍ୟ ପରିଦର୍ଶନ କରିଥିଲେ। ସେ ନିଜେ ଏ ବିଷୟରେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ରେ ତାଙ୍କ ଆକାଉଣ୍ଟରୁ ରାମ ସେତୁ ଦର୍ଶନର ଏକ ଭିଡିଓ ପୋଷ୍ଟ କରିଛନ୍ତି।
ମୋଦି ଲେଖିଛନ୍ତି ଯେ,'କିଛି ସମୟ ପୂର୍ବରୁ, ଶ୍ରୀଲଙ୍କାରୁ ଫେରିବା ସମୟରେ, ମୋତେ ରାମ ସେତୁ ପରିଦର୍ଶନ କରିବାର ସୌଭାଗ୍ୟ ମିଳିଥିଲା।' ଏବଂ ଏକ ଦିବ୍ୟ ସଂଯୋଗ ଭାବରେ, ଏହା ସେହି ସମୟରେ ଘଟିଥିଲା ଯେତେବେଳେ ଅଯୋଧ୍ୟାରେ ସୂର୍ଯ୍ୟ ତିଳକ ହେଉଥିଲା । ସେ ଆହୁରି କହିଛନ୍ତିକି, 'ମୁଁ ଦୁହିଁଙ୍କୁ ଦେଖି ନିଜକୁ ଧନ୍ୟ ମନେ କରୁଛି।' ପ୍ରଭୁ ଶ୍ରୀରାମ ହେଉଛନ୍ତି ସେହି ଶକ୍ତି ଯାହା ଆମ ସମସ୍ତଙ୍କୁ ଯୋଡ଼ିଥାଏ। ତାଙ୍କ ଆଶୀର୍ବାଦ ଆମ ଉପରେ ସର୍ବଦା ରହୁ।
ଭାରତର ଅନେକ ଲୋକ ବିଶ୍ୱାସ କରନ୍ତି ଯେ ରାମ ସେତୁ ହେଉଛି ଭଗବାନ ରାମ ଏବଂ ତାଙ୍କ ସେନା ଦ୍ୱାରା ଲଙ୍କା ଯାତ୍ରା କରି ରାକ୍ଷସ ରାଜା ରାବଣକୁ ଆକ୍ରମଣ କରିବା ପାଇଁ ନିର୍ମିତ ସେତୁର ଏକ ଅଂଶ। ରାମନବମୀ ଅବସରରେ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ପ୍ରାର୍ଥନା କରିବା ପାଇଁ ମୋଦି ତାମିଲନାଡୁରେ ପହଞ୍ଚିଥିଲେ।