ନୂଆଦିଲ୍ଲୀ,୮।୪: ତାମିଲନାଡୁର ଏମ୍‌କେ ଷ୍ଟାଲିନ୍ ସରକାର ଓ ରାଜ୍ୟପାଳ ଏନ୍‌.ରବିଙ୍କ ମଧ୍ୟରେ ଚାଲିଥିବା ବିବାଦ ଭିତରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। କୋର୍ଟ ରାଜ୍ୟପାଳଙ୍କ ପକ୍ଷରୁ ୧୦ ବିଧାୟକଙ୍କୁ ମଞ୍ଜୁରୀ ନଦିଆଯିବାକୁ ମନମାନୀ ଓ ବେଆଇନ ବୋଲି ରାୟ ଦେଇଛନ୍ତି। ଏହାଛଡା ନିଜ ଶକ୍ତିର ଉପରକୁ ଯାଇ କାମ କରାଯାଇଛି ବୋଲି କହିଛନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ରାଜ୍ୟପାଳଙ୍କ ପାଖରେ ଭିଟୋ ପାଓ୍ବାର ନାହିଁ ଯେ, ବିଲ୍‌କୁ ଧରି ରଖିଥିବେ ଓ ତା ଉପରେ କୌଣସି ନିଷ୍ପତ୍ତି ନେବେନି। ଜଷ୍ଟିସ୍ ଜେବି ପାଦରିଓ୍ବାଲା ଓ ଜଷ୍ଟିସ୍ ଆର ମହାଦେବେନଙ୍କ ଖଣ୍ଡପୀଠ କହିଛନ୍ତି ଯେତେବେଳେ ବିଧାନସଭାରୁ ଦ୍ବିତୀୟ ଥର ବିଚାର କରି ବିଲ୍ ପଠାଯାଇଥିଲା ତେବେ ତାକୁ ତୁରନ୍ତ ମଞ୍ଜୁରୀ ଦେଇ ଦେବା ଦରକାର। ଏହି ବିଲ୍‌କୁ ଏତେ ଦିନ ପକାଇ ରଖିବାର କୌଣସି ମୂଲ୍ୟ ନାହିଁ।

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଯେଉଁ ୧୦ ବିଲ୍‌ ସେ ଦିନ କ୍ଲିୟର ହେବା ଦରକାର ଥିଲା, ଯାହାକୁ ବିଧାନସଭାରୁ ଦ୍ବିତୀୟ ଥର ପଠାଯାଇଥିଲା। ତାକୁ ବିନା କାରଣରେ ରାଜ୍ୟପାଳ ଅଟକାଇ ରଖିଥିଲେ।  ଏହି ୧୦ ବିଧେୟକକୁ ନେଇ ରାଜ୍ୟପାଳଙ୍କ ପକ୍ଷରୁ ନିଆଯାଇଥିବା ସବୁ ନିଷ୍ପତ୍ତିକୁ ଆମେ ଖାରଜ କରୁଛୁ। ଏହି ସବୁକୁ ସେହି ଦିନ ମଞ୍ଜୁରୀ ମିଳିଯିବା ଦରକାର ଥିଲା, ଯେତେବେଳେ ଦ୍ବିତୀୟ ଥର ତାଙ୍କ ନିକଟରେ ସେହି ସବୁ ବିଲ୍‌କୁ ଆଗତ କରାଯାଇଥିଲା। ଖଣ୍ଡପୀଠ କହିଛନ୍ତି, ଆମେ ସ୍ପଷ୍ଟ ମତ ଯେ, ବିଲ୍‌କୁ ରୋକିବା ସମ୍ବିଧାନର ଧାରା ୨୦୦ର ଉଲଂଘନ ଥିଲା। ଏହା ଆଇନ ସମ୍ମତ ନୁହେଁ।’

ଖଣ୍ଡପୀଠ କଡ଼ା ଶବ୍ଦରେ କହିଛନ୍ତି, ଏହି ମାମଲାରେ ରାଜ୍ୟପାଳ ନିୟମ ଅନୁସାରେ କାମ କରିନାହାନ୍ତି। ତାଙ୍କୁ ବିଲ୍‌କୁ ସେତେବେଳେ ମଞ୍ଜୁରୀ ଦେଇ ଦେବାର ଦରକାର ଥିଲା। ଯେତେବେଳେ ପୁଣିଥ‌ରେ ବିଧାନସଭା ପକ୍ଷରୁ ଆଗତ କରାଯାଇଥିଲା। ଏହି ମାମଲାରେ ନିଷ୍ପତ୍ତି ନନେବା ଭୁଲ ଥିଲା। ରାଜ୍ୟପାଳଙ୍କୁ ତୁରନ୍ତ ବିଲ୍ ମଞ୍ଜୁରୀ ଦେବା ଦରକାର ଥିଲା କିମ୍ବା ଫେରାଇ ଦେବାର ଥିଲା। ସେ ରାଷ୍ଟ୍ରପତିଙ୍କ ପାଖକୁ ପଠାଇ ପାରିଥାନ୍ତେ। ସମ୍ବିଧାନ ଅନୁସାରେ କିଛି ବି ପଦକ୍ଷେପ ନେଇପାରିଥାନ୍ତେ। କିନ୍ତୁ ସେ ବିଲ୍‌ ସବୁକୁ ଦବାଇ ରଖିବା ଭୁଲ ଥିଲା। ଯଦିଓ କେତେ ଦିନ ଭିତରେ ବିଲ୍‌ ଉପରେ ରାଜ୍ୟପାଳନ ନିଷ୍ପତ୍ତି ନେଇଥାନ୍ତି ତାହା ସମ୍ବିଧାନରେ ସ୍ପଷ୍ଟ ହୋଇନି। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଅସିମୀତ ସମୟ ପର୍ଯ୍ୟନ୍ତ ବିଲ୍‌କୁ ପକାଇ ରଖାଯିବ।’