ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଦୁର୍ବଳ ହେଉଛି ଲାଲ ସଂଗଠନ: ଛତିଶଗଡ଼ରେ ୩ ହାର୍ଡକୋର ସମେତ ୨୬ ନକ୍ସଲଙ୍କ ଆତ୍ମସମର୍ପଣ

Published By : Prameya | April 8, 2025 9:15 AM

ରାୟପୁର,୦୮/୦୪: ଛତିଶଗଡର  ଦାନ୍ତେୱାଡାରେ ସୁରକ୍ଷା ବାହିନୀ ନିକଟରେ  ୨୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି ।  ସେମାନଙ୍କ ମଧ୍ୟରେ ୩ ଜଣଙ୍କ ମୁଣ୍ଡରେ ୫୦ ହଜାରରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ରହିଥିଲା । 

ଦାନ୍ତେୱାଡା ଏସ୍‌ପି ଗୌରବ  ରାୟଙ୍କ ସୂଚନା ଅନୁସାରେ ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଉଛନ୍ତି  ଜନମିଲିସିଆ, ଜନତାନ ସରକାର ଓ ଆରପିସି  (ରିଭୋଲ୍ୟୁସନାରୀ ପାର୍ଟି କମିଟି)ର ସଦସ୍ୟ । ଏହା ଛଡା ଦଣ୍ଡକାରଣ୍ୟ ଆଦିବାସୀ କିଷାନ ମଜଦୁର ସଙ୍ଗଠନ ଓ ଚେତନା ନାଟ୍ୟ ମଣ୍ଡଳୀ  ଭଳି ନକ୍ସଲଙ୍କ ଛାମୁଆଁ ସଙ୍ଗଠନର ସଦସ୍ୟ ମଧ୍ୟ ଅଛନ୍ତି । ନକ୍ସଲଙ୍କ ତ୍ରୁଟିପୂର୍ଣ୍ଣ ବିଚାରଧାରାକୁ  ଛାଡି ସେମାନେ ବରିଷ୍ଠ ପୁଲିସ ଓ ସିଆରପିଏଫ  ଅଧିକାରୀଙ୍କ ନିକଟରେ ଆତ୍ମସମର୍ପଣ  କରିଛନ୍ତି । ଏହି ନକ୍ସଲଙ୍କ ମଧ୍ୟରେ ଅଛନ୍ତି  ଆମଦାଇ ଏରିଆ ଜନମିଲିସିଆ କମାଣ୍ଡର  ରାଜେଶ କଶ୍ୟପ, ଜନତାନ ସରକାର ସ୍କ୍ୱାଡ଼ ମୁଖ୍ୟ କୋଶା ଦେବୀ ଓ ଚେତନା ନାଟ୍ୟ ମଞ୍ଚର  ଛୋଟୁ କୁଞ୍ଜମ । ରାଜେଶ କଶ୍ୟପଙ୍କ ମୁଣ୍ଡରେ  ୩ ଲକ୍ଷ, କୋଶା ଦେବୀଙ୍କ ମୁଣ୍ଡରେ ୧ ଲକ୍ଷ  ଏବଂ ଛୋଟୁ କୁଞ୍ଜମଙ୍କ ମୁଣ୍ଡ ଉପରେ ୫୦  ହଜାର ଟଙ୍କାର ପୁରସ୍କାର ରାଶି ରହିଥିଲା ।  ଏହାକୁ ମିଶାଇ କେବଳ ଦାନ୍ତେୱାଡାରେ ଗତ  ୨୦୨୦ ଜୁନ୍‌ରୁ ଏପର୍ଯ୍ୟନ୍ତ ମୋଟ ୯୫୩ ଜଣ  ନକ୍ସଲ ଆତ୍ମସମର୍ପଣ କରିସାରିଲେଣି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.