ଭୁବନେଶ୍ଵର, ୦୮/୦୪ : ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ। ଜଣେ ଯୁବକ ମୃତ ଅନ୍ୟ ଜଣେ ଗୁରୁତର। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ଲ୍ୟାଣ୍ଡମାଇନ୍ ଖଞ୍ଜିଥିଲେ ନକ୍ସଲ।
ସୂଚନାନୁଯାୟୀ, କୁତୁଲ ଜଙ୍ଗଲ ଭିତରକୁ ଦୁଇ ଜଣ ଆଦିବାସୀ ଯୁବକ ମହୁଲ ସଂଗ୍ରହ କରିବା ଲାଗି ଯାଇଥିଲେ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ନକ୍ସଲମାନେ ଆଇଇଡି ଖଞ୍ଜିଥିଲେ। ଏହା ଉପରେ ଯୁବକଙ୍କ ଗୋଡ ପଡିବା ମାତ୍ରେ ଆଇଇଡି ବିସ୍ଫୋରଣ ହୋଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ଯୁବକ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ଗାଁ ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ନିକଟସ୍ଥ ସିଆରପିଏଫ କ୍ୟାମ୍ପକୁ ଖବର ଦେଇଥିଲେ। ସିଆରପିଏଫ ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବକଙ୍କୁ ଚିକିତ୍ସା ପାଇଁ ନାରାୟଣପୁର ଜିଲ୍ଲା ଚିକିତ୍ସାଳୟକୁ ପଠାଇଛନ୍ତି।
ଏହି ଖବରଟିକୁ ପଢନ୍ତୁ-ଦୁର୍ବଳ ହେଉଛି ଲାଲ ସଂଗଠନ: ଛତିଶଗଡ଼ରେ ୩ ହାର୍ଡକୋର ସମେତ ୨୬ ନକ୍ସଲଙ୍କ ଆତ୍ମସମର୍ପଣ
ଅପର ପକ୍ଷରେ ଆଜି ଦାନ୍ତେୱାଡାରେ ସୁରକ୍ଷା ବାହିନୀ ନିକଟରେ ୨୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୁଣ୍ଡ ଉପରେ ୫୦ ହଜାରରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ରହିଥିଲା। ଦାନ୍ତେୱାଡା ଏସ୍ପି ଗୌରବ ରାୟ ଏନେଇ ସୂଚନା ଦେଇଛନ୍ତି।