ପ୍ରମୂଖ ଖବର
  • ବାଲେଶ୍ବର : OSSC ପରିଚାଳିତ ପରୀକ୍ଷାର ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ, ଖଣ୍ଡନ କଲେ କର୍ତ୍ତୃପକ୍ଷ
  • ||
  • ଧର୍ମଗଡ଼ : କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ ତମ୍ବାଛଡା ମୁଖ୍ୟ ରାସ୍ତା ଅବରୋଧ
  • ||
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ମସ୍କୋରେ ପହଞ୍ଚିଲେ ପିଏମ ମୋଦୀ, ବିମାନ ବନ୍ଦରରେ ମିଳିଲା ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା...

ନୂଆଦିଲ୍ଲୀ: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷର ମସ୍କୋରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମସ୍କୋ ବିମାନବନ୍ଦରରେ ଗାର୍ଡ ଅଫ୍ ଅନର ପ୍ରଦାନ କରି ଏକ ଭବ୍ୟ ସ୍ୱାଗତ କରାଯାଇଛି । ଏହି ଅବସରରେ ସେଠାରେ ଋଷର ଅନେକ ନେତା ଏବଂ ସାମରିକ ଅଧିକାରୀ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ସରକାରୀ ଗସ୍ତରେ ଅଛନ୍ତି । ସେ ମସ୍କୋରେ ରାଷ୍ଟ୍ରପତି ପୁଟିନଙ୍କ ସହ ୨୨ ତମ ଭାରତ-ଋଷ ବାର୍ଷିକ ସମ୍ମିଳନୀରେ ଯୋଗଦେବେ । ତିନି ବର୍ଷ ପରେ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି । କରୋନା ମହାମାରୀ ହେତୁ ଏହାକୁ ତିନି ବର୍ଷ ପାଇଁ ସ୍ଥଗିତ ରଖାଯାଇଥିଲା।

ୟୁକ୍ରେନରେ ଚାଲିଥିବା ସଂଘର୍ଷ ମଧ୍ୟରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଶିଖର ସମ୍ମିଳନୀକୁ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ସୋମବାର କହିଛନ୍ତି ଯେ, ଭାରତ ଏକ ଶାନ୍ତିପୂର୍ଣ୍ଣ ତଥା ସ୍ଥିର ଅଞ୍ଚଳ ପାଇଁ ସହଯୋଗାତ୍ମକ ଭୂମିକା ଗ୍ରହଣ କରିବାକୁ ଚାହୁଁଛି । ଜୁଲାଇ ୯ ରେ ମସ୍କୋରେ ଅନୁଷ୍ଠିତ ହେବ ୨୨ ତମ ଭାରତ-ଋଷ ସମ୍ମିଳନୀ । ସୋମବାର ରାତିରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ବ୍ୟକ୍ତିଗତ ରାତ୍ରୀ ଭୋଜନର ଆୟୋଜନ ରଖିଛନ୍ତି । ଉଭୟ ନେତା ଏକାଠି ରାତ୍ରୀ ଭୋଜନ କରିବେ । 

ଫେବୃଆରୀ ୨୦୨୨ରେ ୟୁକ୍ରେନ ଉପରେ ଋଷ ଆକ୍ରମଣ ଆରମ୍ଭ କରିଥିଲା । ତେବେ ଏହାରି ଭିତରେ ଏହା ହେଉଛି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଋଷକୁ ପ୍ରଥମ ଗସ୍ତ । ୨୦୧୯ ପରେ ଏହା ହେଉଛି ପିଏମ ମୋଦୀଙ୍କ ପ୍ରଥମ ଦ୍ୱିପାକ୍ଷିକ ବୈଦେଶିକ ଗସ୍ତ ଏବଂ ତାଙ୍କର ତୃତୀୟ କାର୍ଯ୍ୟକାଳର ପ୍ରଥମ ଦ୍ୱିପାକ୍ଷିକ ବୈଦେଶିକ ଗସ୍ତ । ଜୁଲାଇ ୯ ରେ ଋଷ ଗସ୍ତ ଶେଷ କରିବା ପରେ ମୋଦୀ ଅଷ୍ଟ୍ରିଆ ଯିବେ।

୪୦ ବର୍ଷ ମଧ୍ୟରେ ଅଷ୍ଟ୍ରିଆକୁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ ହେବ। ମଙ୍ଗଳବାର ଦିନ ଆୟୋଜିତ ହେବାକୁ ଥିବା ୨୨ ତମ ଭାରତ-ରୁଷ ବାର୍ଷିକ ସମ୍ମିଳନୀରେ ବାଣିଜ୍ୟ, ଶକ୍ତି ଏବଂ ପ୍ରତିରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ବିସ୍ତାର କରିବାର ଉପାୟ ବିଷୟରେ ମୋଦୀ ଏବଂ ପୁଟିନ ଆଲୋଚନା କରିବେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.