ପ୍ରମୂଖ ଖବର
  • ବାଲେଶ୍ବର : OSSC ପରିଚାଳିତ ପରୀକ୍ଷାର ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ, ଖଣ୍ଡନ କଲେ କର୍ତ୍ତୃପକ୍ଷ
  • ||
  • ଧର୍ମଗଡ଼ : କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ ତମ୍ବାଛଡା ମୁଖ୍ୟ ରାସ୍ତା ଅବରୋଧ
  • ||
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ବ୍ୟାନ୍‌ କରିବା କଥା କହୁଛ , ଲଜ୍ଜା ଆସିବା ଉଚିତ୍‌ ; ଫ୍ରାନ୍ସର ରାଷ୍ଟ୍ରପତିଙ୍କୁ ଦୃଢ ଜବାବ ଦେଲେ ନେତନ୍ୟାହୁ ?

ତେଲ ଅଭିଭ୍‌ : ମିଡିଲ ଇଷ୍ଟରେ ଅନେକ ଦେଶ ଓ ଇସ୍ରାଏଲ ମଧ୍ୟରେ ଟେନସନ ଜାରି ରହିଛି। ଗତ ଦିନରେ ଇରାନର ମିସାଇଲ ମାଡ଼ ପରେ ଉତ୍ତେଜନା ଶୀର୍ଷ ସ୍ତରରେ ପହଞ୍ଚି ଯାଇଛି। ଏହି ମଧ୍ୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଉପରେ ରାଗି ଯାଇଛନ୍ତି। କହିଛନ୍ତି,  ଯିଏ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଦେବା ଉପରେ ବ୍ୟାନ୍‌ ଲଗେଇବା କଥା କହୁଛନ୍ତି, ତାଙ୍କୁ ଲଜ୍ଜା ଆସିବା ଉଚିତ୍। 

ବେଞ୍ଜାମିନ୍ ନେତନ୍ୟାହୁ କହିଛନ୍ତି କି, ସବୁ ସଭ୍ୟ ଦେଶଙ୍କୁ ଇସ୍ରାଏଲ ସହ ଦୃଢ ଭାବେ ଠିଆ ହେବା ଉଚିତ୍‌ , କାରଣ ସେ ଇରାନ ନେତୃତ୍ୱର ବର୍ବରତାର ଶକ୍ତି ସହ ଲଢୁଛି। ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍‌ଙ୍କ ଦ୍ୱାରା ଇସ୍ରାଏଲ ବିରୋଧରେ ଅସ୍ତ୍ରଶସ୍ତ୍ର ଉପରେ ପ୍ରତିବନ୍ଧକ ଲଗାଇବା ଆହ୍ୱାନକୁ ଲଜ୍ଜାଜନକ କହିଛନ୍ତି। ଶନିବାର ଏକ ଭିଡିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଏହାକୁ ଲଜ୍ଜାଜନକ ଦର୍ଶାଇ ଆତଙ୍କୀ ଗୋଷ୍ଠୀ ଏକା ସାଥିରେ ଠିଆ ହୋଇଛନ୍ତି , କିନ୍ତୁ ଯେଉଁ ଦେଶ କଥିତ ଭାବେ ଏହି ଆତଙ୍କୀ ଗୋଷ୍ଠୀର ବିରୋଧ କରିଥାନ୍ତି , ସେମାନେ ଇସ୍ରାଏଲ ଉପରେ ଅସ୍ତ୍ରଶସ୍ତ୍ର ପ୍ରତିବନ୍ଧକ ଲଗେଇବାକୁ ଆହ୍ୱାନ କରୁଛନ୍ତି। 

ସେ କହିଛନ୍ତି, ଯେବେ ଇସ୍ରାଏଲ ଇରାନ ନେତୃତ୍ୱର ବର୍ବରତା ପୂର୍ଣ୍ଣ ଶକ୍ତି ସହ ଲଢୁଛି, ସେତେବେଳେ ସବୁ ଦେଶ ଇସ୍ରାଏଲ ସହ ଦୃଢ ଭାବେ ଠିଆ ହେବା ଉଚିତ। ତଥାପି ରାଷ୍ଟ୍ରପତି ମାକ୍ରୋନ୍‌ ଓ ଆଉ କିଛି ପଶ୍ଚିମ ନେତା ଏବେ ଇସ୍ରାଏଲ ବିରୋଧରେ ଅସ୍ତ୍ରଶସ୍ତ୍ର ପ୍ରତିବନ୍ଧକ ଲଗାଇବାକୁ ଦାବି କରୁଛନ୍ତି। ତାଙ୍କୁ ଲଜ୍ଜା ଆସିବା ଦରକାର। ଇରାନ କଣ ହିଜବୁଲ୍ଲାହ , ହୁତି , ହମାସ ଓ ତାର ଅନ୍ୟ ସହଯୋଗୀଙ୍କ ଉପରେ ଅସ୍ତ୍ରଶସ୍ତ୍ର ପ୍ରତିବନ୍ଧକ ଲଗାଉଛନ୍ତି ? କେବେ ନୁହେଁ । ଆତଙ୍କୀ ଗୋଷ୍ଠୀ ଏକା ସାଥିରେ ଠିଆ ହୋଇଛନ୍ତି , କିନ୍ତୁ ଯେଉଁ ଦେଶ କଥିତ ଭାବେ ଏହି ଆତଙ୍କୀ ଗୋଷ୍ଠୀର ବିରୋଧ କରନ୍ତି , ସେମାନେ ଇସ୍ରାଏଲ ଉପରେ ଅସ୍ତ୍ରଶସ୍ତ୍ରର ପ୍ରତିବନ୍ଧକ ଲଗାଇବାକୁ ଦାବି କରୁଛନ୍ତି। ଏହା ସତରେ କେତେ ଲଜ୍ଜାଜନକ।

ଇସ୍ରାଏଲର ପିଏମ୍‌ ନେତନ୍ୟାହୁ ନିଜର ମେସେଜ୍‌ରେ କହିଛନ୍ତି କି, ଇସ୍ରାଏଲ ସଭ୍ୟତାର ଶତ୍ରୁଙ୍କ ବିରୋଧରେ ୭ଟି ମୋର୍ଚ୍ଚାକୁ ନେଇ ନିଜକୁ ସୁରକ୍ଷା ଦେଉଛି। ମୋ ପାଖରେ ରାଷ୍ଟ୍ରପତି ମାକ୍ରୋନଙ୍କ ପାଇଁ ଏକ ବାର୍ତ୍ତା ରହିଛି। ଆମେ ଗାଜାରେ ହମାସ ବିରୋଧରେ ଲଢୁଛୁ। ସେହି ବର୍ବର ଲୋକଙ୍କ ବିରୋଧରେ ସେ ୭ ଅକ୍ଟୋବରରେ ଆମର ଲୋକଙ୍କୁ ହତ୍ୟା କଲେ , ଦୁଷ୍କର୍ମ କଲେ , ତାଙ୍କର ମୁଣ୍ଡ କାଟିଲେ ଏବଂ ତାଙ୍କୁ ଜଳାଇ ଦେଲେ। 

ଉଲ୍ଲେଖନୀୟ ଯେ,  ଗାଜା ପଟ୍ଟିର ଏକ ମସଜିଦ୍‌ରେ ଇସ୍ରାଏଲୀୟ ଏୟାର ଷ୍ଟ୍ରାଇକ୍‌ରେ ରବିବାର ସକାଳେ ପାଖାପାଖି ୧୯ ଲୋକଙ୍କ ମୃତ୍ୟୁ ହୋଇଛି। ଫିଲିସ୍ତିନୀ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଇସ୍ରାଏଲ ଇରାନ ସମର୍ଥତ ଆତଙ୍କବାଦୀ ଗ୍ରୁପ୍ ବିରୋଧରେ ଯୁଦ୍ଧକୁ ବଢାଇ ଉତ୍ତର ଗାଜା ଓ ଦକ୍ଷଣ ବେରୁତରେ ବୋମା ବର୍ଷଣ ଜୋରଦାର କରି ଦେଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.