ପ୍ରମୂଖ ଖବର

ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ କିଏ ହେବେ ସାମିଲ ? ରେସରେ କିଏ ଆଗରେ ? ଦେଖନ୍ତୁ ପୂରା ଲିଷ୍ଟ୍

ନୂଆଦିଲ୍ଲୀ,୮/୬ :  କୁହାଯାଉଛି କି ଗୃହ, ଅର୍ଥ ଏବଂ ବିଦେଶ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ବ୍ୟତୀତ ଶିକ୍ଷା ଏବଂ ସଂସ୍କୃତି ଭଳି ଦୁଇଟି  ମଜବୁତ ମନ୍ତ୍ରାଳୟ ବିଜେପି ପାଖରେ ରହିବ । ଯାହାକି ତାଙ୍କ ସହଯୋଗୀଙ୍କୁ ୫ରୁ ୮କ୍ୟାବିନେଟ ପଦ ମିଳିପାରେ । ଦଳ ଭିତରେ ଯେଉଁଠି ଶାହ ଏବଂ ସିଂହଙ୍କ ଭଳି ନେତାଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ନିଶ୍ଚିତ କୁହାଯାଉଛି । ସେହିପରି ଲୋକସଭା ନିର୍ବାଚନ ଜିତିଥିବା ପୂର୍ବ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ବସବରାଜ ବୋମ୍ମଇ, ମନୋହର ଲାଲ ଖଟ୍ଟର ଏବଂ ସର୍ବାନନ୍ଦ ସୋନେବାଲ ସରକାରରେ ସାମିଲ ହେବାର ପ୍ରବଳ ଦାବିଦାର ଅଛନ୍ତି ।

ରାଷ୍ଟ୍ରପତି ଭବନରେ ୯ଜୁନ୍ ସନ୍ଧ୍ୟା ୭ଟା ୧୫ମିନିଟରେ ହେବାକୁ ଥିବା ଭବ୍ୟ ଶପଥ ଗ୍ରହଣ ସମାରୋହର ପ୍ରସ୍ତୁତି ପ୍ରାୟତ ସରିଯାଇଛି । ସମସ୍ତଙ୍କ ନଜର ଏବେ ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ବିଭାଗ ଆବଣ୍ଟନ ଉପରେ ରହିଛି । ବିଜେପି ଲୋକସଭା ନିର୍ବାଚନ ୨୦୨୪ରେ ୨୭୨ସିଟର ପୂର୍ଣ୍ଣ ବହୁମତ ହାସଲ କରିବା ବିଫଳ ରହିଛି । ଏଥିଲାଗି ସେ ନିଜ ଏନଡିଏ ସହଯୋଗୀ, ଜେଡିୟୁ ଏବଂ ଟିଡିପିର ସମର୍ଥନରେ ସରକାର କରିବ । ବିଜେପିର ପ୍ରମୁଖ ସହଯୋଗୀଙ୍କ ନଜର କ୍ୟାବିନେଟରେ ପ୍ରମୁଖ ଭାଗିଦାରୀ ଉପରେ ରହିଛି ଏବଂ ବିଭାଗର ଆବଣ୍ଟନରେ ଅସୁବିଧା ହେବ । ସୂଚନା ମୁତାବକ, ଲକ୍ଷ୍ନୌରୁ ବିଜେପିର ବିଜୟୀ ପ୍ରାର୍ଥୀ ରାଜନାଥ ସିଂହଙ୍କୁ କେନ୍ଦ୍ରୀୟ ରକ୍ଷାମନ୍ତ୍ରୀ କରିବାର ସମ୍ଭାବନା ରହିଛି । ଏହା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡୀ କୁମାରସ୍ବାମୀ ସଙ୍କେତ ଦେଇଥିଲେ କି ତାଙ୍କ ପାର୍ଟି ସରକାରରେ କୃଷି ବିଭାଗରେ ରୁଚି ରଖୁଛି । ଏଥିସହ ଜଣାପଡ଼ିଛି ଏନଡିଏ ସହଯୋଗୀଙ୍କ କେତେକ ନେତାଙ୍କୁ ଗୁରୁତ୍ବପୂର୍ଣ୍ଣ ବିଭାଗ ଦେବା ଉପରେ ବିଚାର କରାଯାଉଛି । ଆସନ୍ତୁ ଦେଖିବା ଏହି ରେଶରେ କେଉଁମାନେ ଅଛନ୍ତି । 

ବିହାର :   ଜିତନରାମ ମାଝି(ହମ), ଲଲନ ସିଂହ(ଜେଡିୟୁ), ସୁନୀଲ କୁମାର(ଜେଡିୟୁ), କୌଶଳେନ୍ଦ୍ର କୁମାର(ଜେଡିୟୁ), ରାଜନାଥ ଠାକୁର(ଜେଡିୟୁ), ସଞ୍ଜୟ ଝା(ଜେଡିୟୁ), ଜିତିନ ପ୍ରସାଦ (ବିଜେପି), ରାଜୀବ ପ୍ରତାପ ରେଡ୍ଡୀ(ବିଜେପି), ସଞ୍ଜୟ ଜୟସଓ୍ବାଲ(ବିଜେପି), ନିତ୍ୟାନନ୍ଦ ରାୟ(ବିଜେପି), ଚିରାଗ ପାଶଓ୍ବାନ(ଏଲଜିପି)

ଉତ୍ତରପ୍ରଦେଶ : ରାଜନାଥ ସିଂହ(ବିଜେପି), ଅନୁପ୍ରିୟା ପଟେଲ (ମିର୍ଜାପୁରରୁ ଅପନା ଦଳ ପ୍ରମୁଖ), ଜୟନ୍ତ ଚୌଧୁରୀ(ରାଷ୍ଟ୍ରୀୟ ଲୋକଦଳ ପ୍ରମୁଖ)

କର୍ଣ୍ଣାଟକ :‌ ଏଚଡୀ କୁମାରସ୍ବାମୀ(ଜେଡିଏସ), ପ୍ରହ୍ଲାଦ ଜୋଶୀ(ବିଜେପି), ବସବରାଜ ବୋମ୍ମଇ(ବିଜେପି), ଗୋବିନ୍ଦ କରଜୋଲ(ବିଜେପି), ପିସି ମୋହନ(ବିଜେପି)

ମହାରାଷ୍ଟ୍ର : ପ୍ରତାପରାଓ୍ବ ଜାଧବ(ବିଜେପି), ନିତିନ ଗଡ଼କରୀ(ବିଜେପି), ପୀୟୁଷ ଗୋୟଲ(ବିଜେପି)

ମଧ୍ୟପ୍ରଦେଶ : ଜ୍ୟୋତିରାଦିତ୍ୟ ସିନ୍ଧିୟା(ବିଜେପି), ଶିବରାଜ ସିଂହ ଚୌହାନ(ବିଜେପି)

ତେଲେଙ୍ଗାନା : କିଶନ ରେଡ୍ଡୀ(ବିଜେପି), ଏଟାଲା ରାଜେନ୍ଦର(ବିଜେପି), ଡିକେ ଅରୁଣା(ବିଜେପି), ଡି ଅରବିନ୍ଦ(ବିଜେପି), ବଡି ସଞ୍ଜୟ(ବିଜେପି)

ଓଡ଼ିଶା : ଧର୍ମେନ୍ଦ୍ର ପ୍ରଧାନ(ବିଜେପି), ମନମୋହନ ସାମଲ(ବିଜେପି)

ରାଜସ୍ଥାନ : ଗଜେନ୍ଦ୍ର ସିଂହ ଶେଖାଓ୍ବତ(ବିଜେପି), ଦୁଷ୍ମନ୍ତ ସିଂହ(ବିଜେପି)

କେରଳ : ସୁରେଶ ଗୋପୀ(ବିଜେପି)

ବେଙ୍ଗଲ : ଶାନ୍ତୁନୁ ଠାକୁର (ବିଜେପି)

ଆନ୍ଧ୍ରପ୍ରଦେଶ : ଦଗୁବତୀ ପୁରନ୍ଦେଶ୍ବରୀ (ବିଜେପି), କିଜରାପୁ ରାମ ମୋହନ ନାୟଡୁ(ଟିଡିପି)

ଜମ୍ମୁ : ଜିତେନ୍ଦ୍ର ସିଂହ(ବିଜେପି), ଜୁଗଳ କିଶୋର ଶର୍ମା(ବିଜେପି)

ଅସମ ପୂର୍ବାଞ୍ଚଳ : ସର୍ବାନନ୍ଦ ସୋନେବାଲ(ବିଜେପି), ବିଜୁଳୀ କଳିତା ମେଧୀ(ବିଜେପି), କିରେନ ରିଜ୍ଜୁ(ବିଜେପି), ବିପ୍ଳବ ଦେବ(ବିଜେପି)

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.