ପ୍ରମୂଖ ଖବର
  • ଖଣ୍ଡଗିରି କୁମ୍ଭମେଳାରେ ଅଶ୍ମୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ
  • ||
  • ଲୁଟ୍‌ ଘଟଣାରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ରାତି ହେଲେ ଛାତି ଥରୁଛି
  • ||
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

ପିଏମ୍ ମୋଦି କରିଥିଲେ ପୁରା ସମର୍ଥନ, କିନ୍ତୁ ଏଥିପାଇଁ ଲାଗିଥିଲା ସମୟ: ଇନକମ୍ ଟ୍ୟାକ୍ସ କାଟ୍ ଉପରେ କହିଲେ ସୀତାରମଣ

Published By : Prameya | February 2, 2025 7:01 PM

ନୂଆଦିଲ୍ଲୀ,୨।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ଆର୍ଥିକ ବଜେଟ୍ ଆଗତ କରିଥିଲେ। ଏହି ପୁରା ବଜେଟ୍‌ରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଥିବା ଇନକମ୍ ଟ୍ୟାକ୍ସ ପରିସରକୁ ବଢାଇ ୧୨ ଲକ୍ଷରୁ ଅଧିକ କରି ଦିଆଯାଇଛି। ଏବେ ଏହି ନିଷ୍ପତ୍ତିକ ନେଇ ସୀତାରମଣ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ଇନକମ୍ ଟ୍ୟାକ୍ସ କାଟ୍‌ର ପକ୍ଷର ଥିଲେ। ସେ ଆରମ୍ଭରୁ ହିଁ ଏଭଳି ଚାହୁଁଥିଲେ। ଆମେ ଏହାକୁ ଲାଗୁ କରିବା ପାଇଁ ସବୁଠାରୁ ଅଧିକ ସମୟ ବ୍ୟୁରୋକ୍ରାଟସ୍‌କୁ ବୁଝାଇବାରେ ଲାଗିଥିଲା।

ନ୍ୟୁଜ ଏଜେନ୍ସିକୁ ଦିଆଯାଇଥିବା ଇଣ୍ଟରଭ୍ୟୁରେ ଅର୍ଥମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମାମଲାରେ ଆରମ୍ଭରୁ ହିଁ ସ୍ପଷ୍ଟ ଥିଲେ ଯେ, ଆମକୁ ଟ୍ୟାକ୍ସ କାଟ କରିବାକୁ କିଛି କରିବା ଦରକାର। ପ୍ରଧାନମନ୍ତ୍ରୀ ହେବାପରେ ଏହା ଆମ ମନ୍ତ୍ରଣାଳୟର ଉପରେ ଥିଲା ଯେ, ଆମେ ସହଜରେ ପୁରା ମାମଲାର ଏକ ଯୋଜନା ତିଆରି କରୁ ଓ ଏହାକୁ ପ୍ରସ୍ତାବ ରୂପରେ ଆଗକୁ ବଢାଉ। ପ୍ରଧାନମନ୍ତ୍ରୀଙ୍କ ସମର୍ଥନ ପରେ ଆମ ଆଗରେ ବୋର୍ଡକୁ ବୁଝିବାର ଚ୍ୟାଲେଞ୍ଜ ଥିଲା ଓ ଶେଷରେ ଆମ ନିଜର କଥାକୁ ଠିକ୍ ଭାବରେ ପାଳନ କରିବାରେ ସଫଳ ରହିଥିଲୁ।

ଅର୍ଥମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଦଳିତ, ପଛୁଆ ବର୍ଗ, ଆଦିବାସୀ ଓ ସାଧାରଣ ଜନତାଙ୍କ କଥା ଶୁଣନ୍ତି। ତାଙ୍କର ଆବଶ୍ୟକତାକୁ ବୁଝନ୍ତି। କେନ୍ଦ୍ର ସରକାର ସମସ୍ତଙ୍କ ପାଇଁ କାମ କରନ୍ତି ଓ ତାଙ୍କ ସମସ୍ୟାର ନିବାରଣ କରନ୍ତି। ଏଭଳି ସରକାରରେ ଥିବାରୁ ମୁଁ ବହୁତ ଖୁସି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.