ନୂଆଦିଲ୍ଲୀ,୧୨/୦୨: ଫ୍ରାନ୍ସ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ପ୍ରଧାନମନ୍ତ୍ରୀ ଏଆଇ ସମ୍ମିଳନୀରେ ଯୋଗ ଦେଇଥିବା ବେଳେ ଆଜି ସେ ମାର୍ସିଲେରେ 'ମାଜାରଗୁଏସ୍ ଯୁଦ୍ଧ ସମାଧିପୀଠ' ପରିଦର୍ଶନ କରିବେ। ଆଉ ସେଠାରେ ସେ ବିଶ୍ୱଯୁଦ୍ଧରେ ବଳିଦାନ ଦେଇଥିବା ଭାରତୀୟ ସୈନିକଙ୍କ ସ୍ମୃତିରେ ନିର୍ମିତ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ତାଙ୍କ ସହିତ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମଧ୍ୟ ଉପସ୍ଥିତ ରହିବେ।
ତେବେ ଏହା ପ୍ରଥମ ଥର ନୁହେଁ ଯେ ପ୍ରଧାନମନ୍ତ୍ରୀ ମୋଦି ବିଦେଶ ମାଟିରେ ଭାରତୀୟ ସୈନିକଙ୍କ ସର୍ବୋଚ୍ଚ ବଳିଦାନକୁ ମନେ ପକାଇବେ। ପ୍ରାୟ ପ୍ରତ୍ୟେକ ବିଦେଶ ଗସ୍ତରେ, ପ୍ରଧାନମନ୍ତ୍ରୀ ମୋଦି ସ୍ମାରକୀ ସ୍ଥଳ ପରିଦର୍ଶନ କରୁଛନ୍ତି ଏବଂ ବିଦେଶୀ ମାଟିକୁ ସୁରକ୍ଷା ଦେବା ପାଇଁ ନିଜ ଜୀବନ ଦେଇଥିବା ଭାରତ ମାତାର ସାହସୀ ପୁଅମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ନଭେମ୍ବର ୨୦୧୪ରେ ଅଷ୍ଟ୍ରେଲିଆ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି କାନବେରାରେ ଥିବା ଅଷ୍ଟ୍ରେଲିଆନ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରିଥିଲେ ଏବଂ ସେଠାରେ ସେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ସ୍ମାରକୀରେ ତତ୍କାଳୀନ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଟୋନି ଆବୋଟଙ୍କୁ ଶିଖ ରେଜିମେଣ୍ଟ ବାଟାଲିୟନର ମାନ ସିଂହ ଟ୍ରଫି ପ୍ରଦାନ କରିଥିଲେ। ଏହି ରୂପା ଟ୍ରଫି ୧୯୧୯ ମସିହାରେ ଶିଖମାନଙ୍କୁ ଦିଆଯାଇଥିଲା। ବାଟାଲିୟନ ଅଧିକାରୀମାନେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଅକ୍ଟୋବର ୧୯୧୪ ରୁ ମେ ୧୯୧୭ ପର୍ଯ୍ୟନ୍ତ ଇଜିପ୍ଟ, ଗାଲିପୋଲି, ସିନାଇ ଏବଂ ମେସୋପୋଟାମିଆରେ ୟୁନିଟରେ ସେବା କରିଥିଲେ । ସେମାନେ ପ୍ରଥମ ବିଶ୍ବଯୁଦ୍ଧ ସମୟରେ ସୈନିକଙ୍କ ବିରତ୍ବର ସ୍ମୃକିରେ ଏହାକୁ ବନାଇଥିଲେ ।