ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଆମେରିକା ଉପରାଷ୍ଟ୍ରପତିଙ୍କ ପୁଅଙ୍କ ଜନ୍ମଦିନରେ ସାମିଲ ହେଲେ ପିଏମ ମୋଦୀ, ଦେଲେ ସ୍ବତନ୍ତ୍ର ‘ଉପହାର’

Published By : Tapas Panda | February 12, 2025 4:40 PM

Image courtesy: msn.com

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ଗସ୍ତ ସମୟରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ପୁଅଙ୍କ ଜନ୍ମଦିନ ଉତ୍ସବରେ ସାମିଲ ହୋଇଥିଲେ । ଜେଡି ଭାନ୍ସଙ୍କ ପରିବାରକୁ ଭେଟିବା ସହ ତାଙ୍କ ପୁଅଙ୍କୁ ଜନ୍ମଦିନରେ ସୁନ୍ଦର ଉପହାର ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏହି ଉତ୍ସବରେ ସାମିଲ କରିବାରୁ ଜେଡି ଭାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଏକ୍ସରେ ପିଏମ ମୋଦୀ ଲେଖିଛନ୍ତି, ‘ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ତାଙ୍କ ପରିବାର ସହ ସାକ୍ଷାତ କରିଥିଲି । ତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ତାଙ୍କ ପୁଅ ବିବେକଙ୍କ ଜନ୍ମଦିନ ଉତ୍ସବରେ ସାମିଲ ହୋଇ ଖୁସି ଅନୁଭବ କଲି ।’

ମୋଦୀଙ୍କ ଏକ୍ସ ପୋଷ୍ଟରେ ପ୍ରତିକ୍ରିୟା ଦେଇ ଜେଡି ଭାନ୍ସ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।  ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଜେଡି ଭାନ୍ସ ଲେଖିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦୀ ଜଣେ ଦୟାଳୁ ମଣିଷ । ଆମ ପିଲାମାନେ ପ୍ରକୃତରେ ତାଙ୍କର ଉପହାରଗୁଡ଼ିକୁ ଖୁବ ପସନ୍ଦ କରିଛନ୍ତି । ସୁନ୍ଦର ଆଲୋଚନା ପାଇଁ ମୁଁ ତାଙ୍କ ପାଖରେ କୃତଜ୍ଞ।’ 




ଆମେରିକାର ଦ୍ୱିତୀୟ ମହିଳା ଏବଂ ଜେଡି ଭାନ୍ସଙ୍କ ପତ୍ନୀ ଉଷା ଭାନ୍ସ ମଧ୍ୟ ମଙ୍ଗଳବାର ପ୍ୟାରିସରେ ଅନୁଷ୍ଠିତ କଫି ବୈଠକରେ ଯୋଗ ଦେଇଥିଲେ । ବୈଠକରେ ଉଭୟ ଦେଶର ହିତ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଏଥିରେ ଆମେରିକ କିଭଳି ସ୍ୱଚ୍ଛ, ନିର୍ଭରଯୋଗ୍ୟ ଆମେରିକୀୟ ପରମାଣୁ ପ୍ରଯୁକ୍ତିବିଦ୍ୟାରେ ନିବେଶ ମାଧ୍ୟମରେ ଭାରତର ଶକ୍ତି ଉତ୍ସକୁ ବିବିଧ କରିବାରେ ସାହାଯ୍ୟ କରିପାରିବ ସେନେଇ ମଧ୍ୟ ଆଲୋଚନା ହୋଇଥିଲା ବୋଲି ଭାନ୍ସଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି  । 

ସେପଟେ ଆମେରିକାର ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଆହୁରି ସୂଚନା ଦିଆଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଭାନ୍ସଙ୍କ ପୁଅଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ସହ ଉପହାର ଦେଇଥିଲେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜେଡି ଭାନ୍ସ ଫ୍ରାନ୍ସରେ ଆୟୋଜିତ ଏଆଇ ସିମିଟ୍‌ରେ ଯୋଗ ଦେଇଥିଲେ । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦୁଇ ନେତା ଏଆଇକୁ ନେଇ ବିଭିନ୍ନ ଦିଗ ଉପରେ ମତ ପୋଷଣ କରିଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.