ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଆମେରିକା ଉପରାଷ୍ଟ୍ରପତିଙ୍କ ପୁଅ ଜନ୍ମଦିନରେ ସାମିଲ ହେଲେ ମୋଦି, ଦେଲେ ଉପହାର

Published By : prameya | February 12, 2025 11:33 AM

ନୂଆଦିଲ୍ଲୀ,୧୨/୦୨: ପ୍ୟାରିସରେ ଏଆଇ ଆକ୍ସନ ଶିଖର ସମ୍ମିଳନୀରେ ଯୋଗ ଦେବା ପରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ପୁଅ ବିବେକଙ୍କ ଜନ୍ମଦିନ ଉତ୍ସବରେ ସାମିଲ ହେଲେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହ  ଭାନ୍ସଙ୍କ ଉଭୟ ପୁଅଙ୍କୁ ଉପହାର  ଦେବା ସହ ଭାନ୍ସଙ୍କ ଭାରତୀୟ ବଂଶୋଦ୍ଭବ ପତ୍ନୀ ଉଷାଙ୍କୁ ମଧ୍ୟ ଭେଟିଛନ୍ତି। ଯାହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟରରେ ଭାନ୍ସ ପରିବାର ସହିତ ତାଙ୍କର ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ପ୍ରଧାନମନ୍ତ୍ରୀ ଭାନ୍ସଙ୍କ ପୁଅ ଇଭାନ ଏବଂ ବିବେକଙ୍କ ସହିତ ଠିଆ ହୋଇଥିବାର ନଜର ଆସିଥିଲେ।

 ମୋଦି ଏହି ପୋଷ୍ଟ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, “ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ତାଙ୍କ ପରିବାର ସହିତ ସାକ୍ଷାତ କଲି। ଆମେ ବିଭିନ୍ନ ବିଷୟରେ ବହୁତ ଆଲୋଚନା କଲୁ। ତାଙ୍କ ପୁଅ ବିବେକର ଜନ୍ମଦିନ ପାର୍ଟିରେ ଯୋଗଦେଇ ବହୁତ ଖୁସି ଲାଗିଲା।  ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି। ଜେଡି ଭାନ୍ସ ମଧ୍ୟ  ମୋଦିଙ୍କୁ ଉତ୍ତର ଦେଇ ଲେଖିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପହାରକୁ  ଆମର ପିଲାମାନେ  ବହୁତ ଉପଭୋଗ କରିଛନ୍ତି। ଏହି ସୁନ୍ଦର ଆଲୋଚନା ପାଇଁ ମୁଁ ତାଙ୍କ ନିକଟରେ କୃତଜ୍ଞ।  ତେବେ ପୂର୍ବରୁ ପିଏମଓ ଇଣ୍ଡିଆ ଦ୍ୱାରା ସେୟାର କରାଯାଇଥିବା ଏକ ଭିଡିଓରେ, ପ୍ରଧାନମନ୍ତ୍ରୀ ଭାନ୍ସଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରୁଥିବାର ଦେଖାଯାଇଥିଲା ।  





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.