ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ବ୍ରାହ୍ମଣୀଗାଁ ବାନାଞ୍ଚଳ ପକ୍ଷରୁ ସଂରକ୍ଷିତ ଜଙ୍ଗଲରେ ତାଳ ଗଛ ଚାରା ରୋପଣ

ଦାରିଙ୍ଗବାଡି, ୨୧/୭ :ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗ ସଂରକ୍ଷିତ ଜଙ୍ଗଲରେ ତାଳ ଗଛ ଚାରା ଲଗାଇବା ଆରମ୍ଭ ହୋଇ ଯାଇଛି । ଏହା ବାଲିଗୁଡ଼ା ବନଖଣ୍ଡ ପାଇଁ ପ୍ରଥମ ଶୁଭାରମ୍ଭ ଅଟେ । ବ୍ରାହ୍ମଣୀଗାଁ ବନାଞ୍ଚଳର ଋଷୀମାଳ ସଂରକ୍ଷିତ ଜଙ୍ଗଲରେ ଆଜି ପ୍ରଥମ କରି ତାଳ ଗଛ ଚାରା ରୋପଣର ଶୁଭାରମ୍ଭ କରାଯାଇଛି । ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ ହରିହର ବେହେରା ୠଷିମାଳ ସଂରକ୍ଷିତ ଜଙ୍ଗଲରେ ତାଳ ଚାରା ରୋପଣ କରି ଶୁଭାରମ୍ଭ କରିଛନ୍ତି । ବିଶେଷଜ୍ଞଙ୍କ ମତରେ ତାଳଗଛ ଯଥେଷ୍ଟ ପରିମାଣରେ ଥିବା ଅଞ୍ଚଳରେ ବଜ୍ରାଘାତରେ ଲୋକଙ୍କ ମୃତ୍ୟୁ ହେଉ ନଥିବା ବେଳେ ତାଳଗଛ ନ ଥିବା ଅଞ୍ଚଳରେ ବହୁ ସଂଖ୍ୟାରେ ବଜ୍ରାଘାତରେ ଲୋକଙ୍କ ଜୀବନ ଚାଲିଯାଇଥିବା ସର୍ଭେରୁ ଜଣାପଡିଛି । ଏଣୁ ରଜ୍ୟ ସରକାର ରାଜ୍ୟର କୋଣ ଅନୁକୋଣରେ ତାଳ ଗଛ ଲଗାଇବାକୁ ବିଜ୍ଞପ୍ତି ଜାରୀ କରିଛନ୍ତି । ଏହି କାର୍ଯ୍ୟ କ୍ରମରେ କାଟିଙ୍ଗିଆ ବନପାଳ ସରୋଜ ମଙ୍ଗରାଜ, ବ୍ରାହ୍ମଣୀଗାଁ ବନପାଳ ଦୀପକ ରଞ୍ଜନ ପଟ୍ଟନାୟକ, ଗଦାପୂର ବନପାଳ ସଞ୍ଜୟ ବେହେରା ପ୍ରମୁଖ   ସମୂହ ଉପସ୍ଥିତ ରହିଥିଲେ। ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧୀନ ଋଷିମାଳ, ଗଦାପୁର, ମହାଗୁଡ଼ି, ଡଡାଙ୍ଗି ଓ କାଟିଙ୍ଗିଆ ସଂରକ୍ଷିତ ଜଙ୍ଗଲରେ ଚଳିତ ବର୍ଷ ୮୫୦୦ ତାଳ ଚାରା ଲଗାଯିବ ବୋଲି ବ୍ରାହ୍ମଣୀଗାଁ ରେଞ୍ଜର ସୁଚନା ଦେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.