ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ବିମାନ ଦୁର୍ଘଟଣା; ୧୪୨ ଯାତ୍ରୀଙ୍କୁ ନେଇ ମେକ୍ସିକୋ ଯାଉଥିଲା ବିମାନ, ଭୟଭୀତ ଯାତ୍ରୀ

Published By : prameya | February 6, 2025 8:13 AM

ନୂଆଦିଲ୍ଲୀ,୦୬/୦୨: ଆମେରିକାର ୱାଶିଂଟନରେ ପୁଣି ବିମାନ ଦୁର୍ଘଟଣା । ଜାପାନ ଏୟାରଲାଇନ୍ସର ବିମାନଟି ବିମାନବନ୍ଦରରେ ଠିଆ ହୋଇଥିବା ଏକ ଡେଲ୍ଟା ଏୟାରଲାଇନ୍ସର ବିମାନ ସହିତ ଧକ୍କା ହୋଇଛି । କିନ୍ତୁ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କାହାର ଜୀବନହାନି ହୋଇନାହିଁ।  

ତେବେ ଘଟଣାଟି ଭାରତୀୟ ସମୟ ଅନୁସାରେ ସକାଳ ପ୍ରାୟ ୧୦ଟା ୧୫ମିନିଟ  ସମୟରେ ଘଟିଥିଲା। ଆମେରିକାର ବିମାନ ଚଳାଚଳ ମନ୍ତ୍ରଣାଳୟ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ବିମାନବନ୍ଦରରେ ଲାଗିଥିବା ସିସିଟିଭି କ୍ୟାମେରାରେ ବିମାନଟି ଅନ୍ୟ ଏକ ବିମାନ ସହିତ ଧକ୍କା ହେଉଥିବାର ଦେଖାଯାଉଛି। ପ୍ରକୃତରେ,ଡେଲ୍ଟା ଏୟାରଲାଇନ୍ସର ବୋଇଂ ୭୩୭ ବିମାନ ୧୪୨ ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ପାଇଁ ବାହାରିଥିଲା। ବିମାନଟି ମେକ୍ସିକୋର ପୁଏର୍ଟୋ ଭାଲାର୍ଟା ସହରକୁ ଉଡ଼ାଣ ଭରିବାର କାର୍ଯ୍ୟକ୍ରମ ଥିଲା। ସେହି ସମୟରେ, ଜାପାନ ଏୟାରଲାଇନ୍ସର ଏକ ବୋଇଂ ୭୩୭ ବିମାନ ମଧ୍ୟ ବିମାନବନ୍ଦରରେ ମୋଡ଼ ନେଉଥିଲା। ସେହି ସମୟରେ ଆଉ ଏକ ବିମାନ ପଛରୁ ଡେଲ୍ଟା ଜେଟ୍ ସହିତ ଧକ୍କା ହୋଇଥିଲା। ଧକ୍କା ବିଷୟରେ ସୂଚନା ମିଳିବା ମାତ୍ରେ ବିମାନବନ୍ଦର କର୍ମଚାରୀ,ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ ଏବଂ ସୁରକ୍ଷା କର୍ମୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିମାନରେ ଥିବା ଯାତ୍ରୀମାନଙ୍କୁ ଜରୁରୀକାଳୀନ ଗେଟରୁ ଉଦ୍ଧାର କରାଯାଇ ଏକ ନିରାପଦ ଅଞ୍ଚଳକୁ ନିଆଯାଇଥିଲା। ବିମାନଟିକୁ ମରାମତି ପାଇଁ ପଠାଯାଇଥିବା ଜଣାପଡିଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.